ସ୍ୱାସ୍ଥ୍ୟ

ବର୍ଷା ଦିନେ ଦୁର୍ବଳ ହୋଇଯାଇଥାଏ ପାଚନ ଶକ୍ତି, ନିହାତି ଏହି ୫ଟି ଖାଦ୍ୟକୁ ଆପଣଙ୍କ ଡାଏଟ୍ ରେ କରନ୍ତୁ ସାମିଲ୍

ଗରମରେ ବେହାଲ୍ ଲୋକମାନେ ବର୍ଷାକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟକୁ ଦେଖିଲେ ଏହା ନିଜ ସହିତ ବହୁ ସମସ୍ୟା ନେଇକି ଆସିଥାଏ । ଏହି ଋତୁରେ ଏମିତି ବହୁତ କିଛି ଜିନିଷ ଅଛି ଯାହାକୁ ସେବନ କରିବା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଯେପରିକି ବର୍ଷା ଋତୁ ଆସିବା ମାତ୍ରେ ପ୍ରାୟତଃ ଲୋକଙ୍କ ଘରେ ଚା,ପକୁଡି,କଚୁଡି ଆଦି ଛଣାଛଣି ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏସବୁ ଖାଦ୍ୟ ଆମ ଶରୀର ପାଇଁ ହାନୀକାରକ ସାବ୍ୟସ୍ତ ହୋଇଥାଏ ।

monsoonଏହି ବର୍ଷା ଋତୁରେ ଆମର ପାଚନ ଶକ୍ତି ବହୁତ ଦୁର୍ବଳ ରହିଥାଏ ଏବଂ ଏହାସହିତ ହିଁ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ କମି ଯାଇଥାଏ। ଏଥିପାଇଁ ଜରୁରୀ ହୋଇଥାଏ କି, ଆମେ ଏମିତି କିଛି ଖାଦ୍ୟକୁ ସେବନ କରିବା ଯାହା ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ବ୍ୟାକ୍ଟେରିଆର ମାତ୍ରାକୁ ବଢାଇବା ସହିତ ଖରାପ ବ୍ୟାକ୍ଟେରିଆ ମାନଙ୍କ ସହିତ ଲଢିବାରେ ସାହାଯ୍ୟ କରିବ ।

ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ଖାଦ୍ୟକୁ ଡାଏଟ୍ ରେ କରିବେ ସାମିଲ୍:bananaକଦଳୀ: କଦଳୀ ଆମ ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କାର୍ବୋହାଇଡ୍ରେଡ୍,କମ୍ପଲେକ୍ସ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । ବର୍ଷା ଦିନେ ନିଜ ଡାଏଟ୍ ରେ ଏହାକୁ ନିଶ୍ଚିତ ସାମିଲ୍ କରନ୍ତୁ ।

grainଗହମ ତିଆରି ଖାଦ୍ୟ: ଗହମରେ ଭଲ ମାତ୍ରାରେ ପୋଷକ ତତ୍ତ୍ବ,ଫାଇବର,ପ୍ରୋଟିନ୍,ଭିଟାମିନ୍ ବି, ଆଣ୍ଟିଅକ୍ସିଡେଣ୍ଟସ୍,ସମେତ ବହୁ ମିନେରାଲ୍ସ ରହିଥାଏ । ତେଣୁ ଏହି ଋତୁରେ ଗହମ ତିଆରି ଖାଦ୍ୟ ବିଶେଷ ଭାବେ ସେବନ କରନ୍ତୁ ।

curdଦହି: ଦହି ପ୍ରାକୃତିକ ପ୍ରୋବାୟୋଟିକ୍ ଫୁଡ୍ ଅଟେ । ପ୍ରତିଦିନ ଏକ କପ୍ ଦହିର ସେବନ ନିଶ୍ଚିତ କରନ୍ତୁ । ଏହା ଆପଣଙ୍କ ପାଚନ ଶକ୍ତିକୁ ମଜବୁତ୍ କରିବାରେ ସହାୟକ ସାବ୍ୟସ୍ତ ହେବ ।

itliଇଟଲି: ଇଟଲି ପ୍ରାକୃତିକ ପ୍ରୋବାୟୋଟିକ୍ ର ଭଲ ସ୍ରୋତ ଅଟେ। ଏହି ଋତୁରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଏକ ଭଲ ଅପସନ୍ ଅଟେ। ଆପଣ ଏହି ଖାଦ୍ୟ ଜଳଖିଆରେ ସାମିଲ୍ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button