ମନୋରଞ୍ଜନ

ପିଲାମାନଙ୍କୁ ପସନ୍ଦ ଆସିବ ସ୍ୱାଦିଷ୍ଟ ଗ୍ରୀନ୍‌ ମଟର ପଲାଉ

ଛୋଟ ପିଲାମାନେ ସବୁଦିନ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସବୁଦିନ ଘରେ ମା ମାନଙ୍କର ଚିନ୍ତା ରହିଥାଏ। ଯଦି ଆପଣଙ୍କ ପିଲାକୁ ଖୁବଜୋରରେ ଭୋକ ଲାଗୁଛି ଏବଂ ଆପଣ ଅଳ୍ପ ସମୟରେ କିଛି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆପଣ ମଟର ଚାଉଳ ପଲାଉ ବନାଇପାରିବେ। ଯାହା ସେମାନଙ୍କୁ ଖୁବ ପସନ୍ଦ ଆସିବ। ଏହାକୁ ଆପଣ ପିଲାଙ୍କର ଟିଫିନ ବକ୍ସରେ ମଧ୍ୟ ଦେଇପାରିବେ। ଏହାକୁ ପ୍ରସ୍ତୁତ କିପରି କରିବା ଆସନ୍ତୁ ଜାଣିବା..

ଆବଶ୍ୟକ ସାମଗ୍ରୀ:

-ଦୁଇ କପ୍‌ ଚାଉଳ

-ଅଳ୍ପ ଗ୍ରୀନ ମଟର

– କିଛି କଟା ହୋଇଥିବା ଗାଜର

-ଅଳ୍ପ ଜିରା ପାଉଡର

-ଲୁଣ ସ୍ୱାଦନୁସାରେ

– ଦୁଇ ଚାମଚ ତେଲ

-୩/୪ କପ୍‌ ପାଣି

ପ୍ରସ୍ତୁତ ପ୍ରଣାଳୀ:

ପ୍ରଥମେ ପ୍ୟାନକୁ ଗରମ କରି ତେଲ ପକାନ୍ତୁ। ତା ପରେ ଏଥିରେ ମଟର ଏବଂ ଗାଜର ପକାଇ ଟିକେ ଭାଜି ଦିଅନ୍ତୁ। ପରେ ଏଥିରେ ଚାଉଳ, ଜିରା ପାଉଡର, ଲୁଣ ଏବଂ ଅଳ୍ପ ପାଣି ଦେଇ ଫୁଟିବା ଯାଏ ବସାନ୍ତୁ। ଚାଉଳ ଫୁଟିଗଲେ ପ୍ୟାନକୁ ଢାଙ୍କି ଦେଇ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ଚାଉଳରୁ ସମ୍ପୂର୍ଣ୍ଣ ପାଣି ମରିଗଲେ ପେ୍ଲଟକୁ କାଢି ଗରମ ଗରମ ପରଷନ୍ତୁ ମଟର ଚାଉଳ ପଲାଉ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button