ସ୍ୱାସ୍ଥ୍ୟ

ଏକ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପିଆନ୍ତୁ ନାହିଁ ଗାଈର କ୍ଷୀର, ବଢ଼ିଯିବ ଏହି ରୋଗର ଭୟ !

ଏକ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଗାଈର କ୍ଷୀର ଦେବା ଉଚିତ ନୁହେଁ। ଏମିିତି କରିବା ଦ୍ୱାରା ତାଙ୍କ ଶ୍ୱସନ ଏବଂ ପାଚନ ତନ୍ତ୍ରରେ ଏଲାର୍ଜୀ ସମ୍ବଦ୍ଧୀୟ ରୋଗ ବଢ଼ିବାର ଆଶଙ୍କା ଥାଏ। କାରଣ ତାହା କ୍ଷୀରରେ ଥିବା ପ୍ରୋଟୀନକୁ ପଚାଇ ନଥାଏ। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ପିଲାଙ୍କୁ ମା କ୍ଷୀର ମିଳିନଥାଏ ତେବେ ତାଙ୍କ ସ୍ୱାସ୍ଥ୍ୟକୁ ବନାଇ ରଖିବା ପାଇଁ ପୋଷଣର ବିକଳ୍ପ ରୂପର ଆବଶ୍ୟକତା ପଡିଥାଏ। ଶିଶୁ ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ଗାଈର କ୍ଷୀରକୁ ପ୍ରାରମ୍ଭିକ ଅବଧିରେ ଦିଆଯାଏ ତେବେ ଲୌହ ତତ୍ତ୍ୱର ନିମ୍ର ସାନ୍ଦ୍ରତାର ଏମନିମିଆର ଭୟ ହୋଇପାରେ।

babiyସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଗାଈର କ୍ଷୀର ବହୁ ପୁରାତନ କାଳରୁ ଆମ ସଂସ୍କ୍ରୁତି ସହିତ ଜଡିତ। କିନ୍ତୁ ଏହା ଏକ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦେବା ଉଚିତ ନୁହେଁ। ଏହା ଶିଶୁଙ୍କର ଅପରିପକ୍ୱ କିଡନୀ ଉପରେ ସମସ୍ୟା ପକାଇପାରେ। ଏବଂ ପଚାଇବାରେ ମଧ୍ୟ ମୁସକିଲ ହୋଇଥାଏ। ସେହିଭଳି ଏକ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଘରର ଅନୁପୂରକ ଭୋଜନର ଆବଶ୍ୟକତା ପଡିଥାଏ ଯାହାଦ୍ୱାରା ଆଲାର୍ଜୀ ହୋଇନଥାଏ।

toddlersରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ଜଣାପଡିଲା ଯେ କେବଳ ୪୦ ପ୍ରତିଶତ ପିଲାଙ୍କୁ ସମୟ ଭିତରେ ଅନୁପୂରକ ଭୋଜନ ମିଳିଥାଏ କେବଳ ୧୦ ପ୍ରତିଶତ ପିଲାଙ୍କୁ ଛଅରୁ ତିନି ମାସ ମଧ୍ୟରେ ଥିବା ପିଲାଙ୍କୁ ପର୍ଯ୍ୟାପ୍ତ ଆହାର ମିଳିପାରିଥାଏ।

ଭାରତରେ ଅଧିକତମ ଶିଶୁଙ୍କୁ ଗାଈର କ୍ଷୀର ଦିଆଯାଇଥାଏ କାରଣ ଗ୍ରାମୀଣ ଅଞ୍ଚଳରେ ବିଶେଷକରି ଗ୍ରାମୀଣ କ୍ଷେତ୍ରରେ ଜାଗ୍ରୁତକତା କମ୍‌ ହୋଇଥାଏ। ଏକ ସର୍ଭେରୁ ଜଣାପଡିଛି ଯେ ଏକ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ସ୍ତନ୍ୟପାନ ନକରାଇ ୪୨ ପ୍ରତିଶତ ପିଲାଙ୍କୁ ଗାଈର କ୍ଷୀର ପିଇବାକୁ ଦିଆଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button