ଜୀବନଶୈଳୀ

ଜାଣନ୍ତୁ ଗର୍ଭାବସ୍ଥା ସମୟରେ କିପରି ଶୋଇବା ଉଚିତ

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭାବସ୍ଥା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏପରି ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏହି ସମୟରେ ନିତାନ୍ତ ଆବଶ୍ୟକ। ଗର୍ଭାବସ୍ଥାରେ ହରମୋନ୍ ପରିବର୍ତ୍ତନ ଯୋଗୁ ମହିଳାମାନେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯେଉଁ କାରଣରୁ ମହିଳାମାନଙ୍କୁ ଠିକ୍ ଭାବରେ ନିଦ ହୋଇ ନଥାଏ। ଏପରିକି ମହିଳାମାନେ ଏହି ସମୟରେ ଭୟଭୀତ ଅବସ୍ଥାରେ ରହିଥାନ୍ତି। ନିଦ ନହେଲେ ଗର୍ଭରେ ଥିବା ଶିଶୁ ଉପରେ ମଧ୍ୟ ଖରାପ ପ୍ରଭାବ ମଧ୍ଯ ପଡ଼ିଥାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗର୍ଭାବସ୍ଥା ସମୟରେ ଭଲ ନିଦ ହେବ କିପରି।

pregnancy-ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୁଅନ୍ତୁ ନାହିଁ। କିଛି କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ ପଟ ମାଡ଼ି ଶୋଇବା ଅଭ୍ୟାସ କରନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।

-ରାତିରେ ହାଲ୍କା ଖାଦ୍ୟ ଖାଆନ୍ତୁ। ଛାତି ଜଳାପୋଡ଼ା ସମସ୍ୟାରୁ ରକ୍ଷା ପାଇବା ପାଇଁ ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

-ସୁସ୍ଥ ରହିବା ପାଇଁ ନିୟମିତ ଯୋଗ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦ ଓ ଆଣ୍ଠୁ ଯନ୍ତ୍ରଣା କମ୍ ହେବ।

-ଦିନରେ ବାରମ୍ୱାର କିଛି ନା କିଛି ଖାଆନ୍ତୁ। କାରଣ ଖାଲି ପେଟରେ ରହିଲେ ବାନ୍ତି ହେବାର ସମ୍ଭାବନା ରହିଥାଏ।

-ଗର୍ଭାବସ୍ଥା ସମୟରେ ମହିଳାମାନେ ବେଡ୍ର ଦୁଇ ପଟରେ ତକିଆ ଦେଇ ଶୋଇବା ଉଚିତ୍।

-ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧାନ୍ତୁ। ଏପରି କରିବା ଦ୍ବାରା ରିଲାକ୍ସ ଲାଗିବା ସହ ଭଲ ନିଦ ମଧ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button