ବିଚାର

ପଞ୍ଚମାର ପ୍ରସିଦ୍ଧ ସିଦ୍ଧି ବିନାୟକ ପୀଠ

ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ପଲ୍ଲୀଠୁ ସହର ଯାଏଁ ସବୁଠି ପ୍ରସ୍ତୁତି। ବିଦ୍ୟା, ବୁଦ୍ଧିଦାତା ଗଣେଶ ଚତୁର୍ଥୀରେ କରାଯାଉଥିବା ଯେକୌଣସି କାମକୁ ଶୁଭ ବୋଲି ଧରାଯାଏ।ଗଜାନନଙ୍କ ପ୍ରତିମୂର୍ତ୍ତିକୁ ଜାକଜକମରେ ପୂଜା କରାଯାଏ।

siddibanayakଓଡ଼ିଶାର ବିଭିନ୍ନ ଗଣେଶ ମନ୍ଦିର ମଧ୍ୟରେ ଗଂଜାମ ଜିଲ୍ଲା ବ୍ରହ୍ମପୁର ଠାରୁ ମାତ୍ର କୋଡିଏ କିଲୋମିଟର ଦୂରରେ ଅବସ୍ଥିତ ପଞ୍ଚମା ସିଦ୍ଧି ବିନାୟକ ପୀଠ ଅନ୍ୟତମ।ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୀଠ ଉପରେ ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ ଡୋରିରେ ବନ୍ଧା ହୋଇଛି। ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଗଣେଶ ଚତୁର୍ଥୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ଏଠାରେ ପ୍ରଭୁ ଗଜାନନ ଅଶ୍ବତଥ୍ ବୃକ୍ଷ କୋରଡରେ ବିଦ୍ୟମାନ। ଇତିହାସ କହେ, ସ୍ବପ୍ନାଦେଶ ପାଇ ମହାରାଜା ପୁରୁଷୋତ୍ତମ ଦେବ ପ୍ରଭୁଙ୍କ ପୂଜାର୍ଚ୍ଚନା କରି ପୀଠକୁ ବିଦିତ କରାଇଥିଲେ। ପୂର୍ବରୁ ପ୍ରଭୁ ଗଜାନନ ଅଶ୍ବତଥ୍ ବୃକ୍ଷ ମୂଳରେ ପୂଜା ପାଉଥିଲେ। ଅଞ୍ଚଳବାସୀଙ୍କ ସହାୟତାରେ ପୂର୍ବରୁ ମନ୍ଦିର ପରିଚାଳିତ ହେଉଥିବା ବେଳେ ବର୍ତ୍ତମାନ ପୀଠର ଉନ୍ନତି ପାଇଁ ସରକାରୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିରକୁ ସୁବିଧାରେ ଯିବାଆସିବା କରିବା ପାଇଁ ପକ୍କା ରାସ୍ତା ନିର୍ମିତ ହୋଇଥିବା ବେଳେ ଭକ୍ତଙ୍କ ସମାଗମ ଦୃଷ୍ଟିରୁ କୋଠା ମଧ୍ୟ ନିର୍ମାଣ ହୋଇଛି। ଚତୁର୍ଥୀ ଦିନ ଗଣପତିଙ୍କ ନିକଟରେ ଖେଚୁଡି ଓ ଲଡୁ ଭୋଗ ଅର୍ପଣ କରାଯାଏ। ଏଠାରେ ଭକ୍ତଙ୍କ ମନସ୍କାମନା ସିଦ୍ଧି ହେଉଥିବାରୁ ଗଣେଶ ସିଦ୍ଧି ବିନାୟକ ଭାବେ ପୂଜା ପାଇଆସୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button