ବିଚାର

ଆପଣଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବ ବେବି ପାଉଡର୍‌

ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର୍‌ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। ଶିଶୁଙ୍କ ସ୍କିନ୍‌ ଖୁବ୍‌ କୋମଳ ଥିବାରୁ ଅଲଗା ପାଉଡର୍‌ ବଦଳରେ ‘ବେବି ପାଉଡର୍‌’ ବ୍ୟବହାର ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି। ତେବେ ‘ବେବି ପାଉଡର୍‌’କୁ କେବଳ ଶିଶୁଙ୍କ ପାଇଁ ନୁହେଁ, ବୟସ୍କମାନେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିଜେ ବ୍ୟବହାର ମଧ୍ୟ କରିପାରିବେ।

45678

– ଯଦି ଆପଣଙ୍କ କେଶ ଅଧିକ ତେଲିଆ ଲାଗି ଚିପ୍‌ଚିପ୍‌ କରୁଛି ଓ ଏହାକୁ ଶାମ୍ପୁ କରିବା ପାଇଁ ଆପଣଙ୍କ ସମୟ ନାହିଁ, ତେବେ କେଶରେ କିଛି ବେବି ପାଉଡର୍‌ ଛିଞ୍ଚି ଦିଅନ୍ତୁ। ଏହାଦ୍ୱାରା କେଶରୁ ଚିପ୍‌ଚିପ୍‌ ଦୂର ହୋଇଯିବ।

-ଆପଣ ଯଦି ଓଠକୁ ‘ମ୍ୟାଟ୍‌ ଲୁକ୍‌’ ଦେବାକୁ ଚାହୁଁଛନ୍ତି, ତେବେ ଗ୍ଲସି ଲିପ୍‌ଷ୍ଟିକ୍‌ ଲଗାଇବା ପରେ ଏହା ଉପରେ ଟିକେ ବେବି ପାଉଡର୍‌ ଥାଫି ଥାପି ଲଗାନ୍ତୁ।

2

-ଅନେକ ସମୟରେ ଅସାବଧାନତା ଯୋଗୁ ଆପଣଙ୍କ ମନପସନ୍ଦର ଡ୍ରେସ୍‌ ବା ଅନ୍ୟ କପଡ଼ାରେ ତେଲ ପଡ଼ି ଦାଗ ହୋଇଯାଇଥାଏ। ଏହା ଦେଖିବାକୁ ଖରାପ ଲାଗିବା ସହ ଏଥିରୁ ତେଲିଆ ଗନ୍ଧ ମଧ୍ୟ ଆସିଥାଏ। କିଛି ବେବି ପାଉଡର୍‌ ନେଇ ତେଲ ପଡ଼ିଥିବା ସ୍ଥାନରେ ଲଗାଇ ଘସି ଦିଅନ୍ତୁ। ଏହାପରେ କପଡ଼ାକୁ ସଫା କରି ଦିଅନ୍ତୁ, ଦେଖିବା ତେଲ ଦାଗ ସମ୍ପୂର୍ଣ୍ଣ ଚାଲିଯିବ।

 

– ଅନେକ ସମୟରେ ଆମେ କିଛି ଗହଣା ଏକାଠି ରଖିଦେଲେ, ଏହା ପରସ୍ପର ସହ ଛନ୍ଦି ହୋଇଯା’ନ୍ତି। ଏଗୁଡ଼ିକୁ ଯେତେ ଖୋଲିବାକୁ ଚେଷ୍ଟା କଲେ ବି ଏ ସବୁ ଟଣା ଟଣି ହୋଇ ଆହୁରି ଗଣ୍ଠି ପଡ଼ିଯାଏ। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କର ଯଦି ଏଭଳି ସମସ୍ୟା ହେଉଛି, ତେବେ ଗଣ୍ଠି ପଡ଼ି ଯାଇଥିବା ଗହଣାରେ କିଛି ବେବି ପାଉଡର୍‌ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଛନ୍ଦି ହୋଇଥିବା ଗହଣା ଅତି ସହଜରେ ଖୋଲିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button