ଜୀବନଶୈଳୀ

କ’ଣ ଆପଣ ବି ଶକ୍ତିଶାଳୀ ପୁରୁଷ ହେବାକୁ ଚାହୁଁଛନ୍ତି କି? ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ

ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଏଥିପାଇଁ ନିଜକୁ ସର୍ବଦା ଫିଟ୍ ଆଣ୍ଡ ପରଫେକ୍ଟ ରଖିଥାଆନ୍ତି। କିନ୍ତୁ କେତେଜଣ ପୁରୁଷ ଶକ୍ତିଶାଳୀ ବନିବାକୁ ଇଚ୍ଛା କରନ୍ତି। ଦୁନିଆ ସାମ୍ନାରେ ଅସଲି ମର୍ଦ୍ଦପଣିଆର ପରିଚୟ ଦିଅନ୍ତି। ଯଦି ଆପଣ ବି ଏଭଳି ଚାହୁଁଥାଆନ୍ତି, ତା’ହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ଟିପ୍ସ, ଯାହାକୁ ପ୍ରତ୍ୟେକ ପୁରୁଷ ନିଶ୍ଚୟ ଆପଣାଇବା ଜରୁରୀ।

man1

-ଯୁବକମାନେ ଅଶ୍ୱଗନ୍ଧା ସେବନ କରିବା ଉଚିତ। ଏଥିରେ ଥିବା ଗ୍ଲେନଏଡ୍‌ସ ତତ୍ତ୍ୱ ପୁରୁଷଙ୍କ ଶରୀରରେ ପରିବର୍ତ୍ତନ ଆଣିଥାଏ। ଏହାକୁ ସେବନ କଲେ ଶରୀରରୁ ଚର୍ବି କମ୍ ହେବାରେ ଲାଗିଥାଏ ଏବଂ ହାଡ଼ଗୁଡ଼ିକ ଚଉଡ଼ା ହୋଇଥାଏ। ଆଉ ପୁରୁଷଙ୍କ ଶରୀରର ସବୁ ପ୍ରକାର ସମସ୍ୟା ଦୂର ହୋଇଯାଇଥାଏ। କିଛି ଦିନ ଏହାକୁ ସେବନ କଲେ, ଶରୀର ମଜଭୁତ୍ ଏବଂ ଶକ୍ତିଶାଳୀ ବନିଯାଏ।

-ଦେଶୀ ଘିଅ ଖାଇବାରେ ମାଂସପେଶୀକୁ ଦେଢ଼ ଗୁଣା ଅଧିକ ଶକ୍ତି ମିଳିଥାଏ। ଆୟୁର୍ବେଦ ଅନୁସାରେ, ଯେଉଁ ବ୍ୟକ୍ତି ଦିନକୁ ଦେଢ଼ ଚାମଚ ଦେଶୀ ଘିଅ ସେବନ କରିଥାଏ, ସେ କଦାପି ମୋଟାପଣର ଶିକାର ହୋଇ ନ ଥାଏ। ଏହା ମାଂସପେଶୀକୁ ବଢ଼ିବାରେ ସାହାଯ୍ୟ କରିଥାଏ।

-ଅଣ୍ଡା ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ପ୍ରୋଟିନ୍ ଛଡ଼ା କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ମିଳିଥାଏ। ଅଣ୍ଡା ଖାଇଲେ ହାଡ଼ ମଜଭୁତ୍ ହୋଇଥାଏ ଏବଂ ମାଂସପେଶୀର ଆକାର ବଢ଼ିଥାଏ। ଏହାଦ୍ୱାରା ଶରୀର ଶକ୍ତିଶାଳୀ ବନିଯାଇଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସକାଳ ଜଳଖିଆରେ ୩ରୁ ୪ଟି ଅଣ୍ଡା ଖାଇବା ଜରୁରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button