ବିଚାର

କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ଲକ୍ଷଣ ! ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! (Health Tips)

କର୍କଟ ରୋଗ ଆମ ଶରୀରର ଜୀବକୋଷ ମଧ୍ୟରୁ ଆସିଥାଏ । ଏମିତିରେ ଏହାକୁ ୪ ଭାଗରେ ବିଭକ୍ତ କରାଯାଇଛି । ଯେମିତି କି carcinoma, sarcoma, lymphoma, and leukemia । carcinoma ଯେଉଁ ଜୀବାଣୁ ଗୁଡିକ ଆମର ଜୀବକୋଷରୁ ଆସିଥାନ୍ତି । sarcoma ଅର୍ଥାତ ଯେଉଁ ଜୀବାଣୁ ଗୁଡିକ ମାଂସପେଶୀରୁ ଆସିଥାଏ । leukemia ଅର୍ଥାତ ଯେଉଁ ଜୀବାଣୁ ଗୁଡିକ ବ୍ଲଡ ସେଲରୁ ଆସିଥାଏ । lymphoma ଅର୍ଥାତ ଯେଉଁ ଜୀବାଣୁ ଗୁଡିକ ରସିଆ ଗ୍ରନ୍ଥରୁ ଆସିଥାଏ ।

କହିବାକୁ ଗଲେ ଯଦି କୌଣସି ବ୍ୟକ୍ତିର ଶରୀରରେ ଏହି ୭ ଟି ଲକ୍ଷଣ ନଜର ଆସିଥାଏ ତେବେ ଆପଣ ବୁଝି ଯିବେ କି ତାଙ୍କୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକା ଅଛି ।ଉଦାହରଣ ସ୍ଵର୍ପ ଶରୀରର କୌଣସି ଗୋଟିଏ ସ୍ଥାନରେ ଘା ହେଲା କିନ୍ତୁ ବହୁତ ଚିକିତ୍ସା କରିବା ପରେ ବି ତାହା ଶୁଖିଲା ନାହିଁ ।

ଦ୍ଵିତୀୟ ଲକ୍ଷଣ ହେଲା ସ୍ତନରେ ଗୋଟିଏ ଆବୁ ହୋଇଛି ଓ ସେହି ଆବୁ ଟି ଧୀରେ ଧୀରେ ବଢି ଚାଲିଲା । କିନ୍ତୁ କହିଦେଉଛୁ କି ସବୁ ଆବୁ କର୍କଟ ରୋଗ ନୁହେଁ । ଏମିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ତୃତୀୟ ଲକ୍ଷଣ ହେଉଛି ୫୦ – ୫୫ ବୟସରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହୋଇଯାଏ । କିନ୍ତୁ ଏହା ପରେ ବି ଯଦି ରକ୍ତ ବାହାରୁଛି ତେବେ ଆପଣ ପରୀକ୍ଷା କରି ନିଅନ୍ତୁ । ଯାହା ଦ୍ଵାରା ଜଣା ପଡିଯିବ କି ଆପଣଙ୍କୁ କର୍କଟ ରୋଗ ହୋଇଛି ନା ନାହିଁ ।

ଚତୁର୍ଥ ଲକ୍ଷଣ ହେଉଛି କୌଣସି ବି ବ୍ୟକ୍ତିର ବହୁତ ଦିନ ହେବ କାସ ଓ କଫ ହେଉଛି । କଫରେ ରକ୍ତ ପଡୁଛି ତେବେ ଏହା ଫୁସଫୁସ ଜନିତ କର୍କଟ ରୋଗ ହେବାର ସମ୍ଭାବନା ଅଛି । ପଞ୍ଚମ ଲକ୍ଷଣ ହେଉଛି ଖାଦ୍ୟ ହଜମ ହେଉ ନାହିଁ ଓ ବାନ୍ତି ହେଉଛି ଖାଇବା ସମୟରେ କଷ୍ଟ ହେଉଛି ତେବେ ଏଥିରେ ବି ସନ୍ଦେହ କରି ପାରିବେ । ଷଷ୍ଠ ଲକ୍ଷଣ ହେଉଛି ଯଦି କୌଣସି ବ୍ୟକ୍ତିର ଝାଡା କିମ୍ବା ପରିସ୍ରାରେ ରକ୍ତ ପଡୁଛି । ପରିସ୍ରା ଓ ଝାଡା ସମୟରେ କଷ୍ଟ ହେଉଛି ଏବଂ ଏହା ବହୁ ଦିନ ପର୍ଯ୍ୟନ୍ତ ହେଉଛି ତେବେ ଆପଣ ସନ୍ଦେହ କରି ପାରନ୍ତି ।

ଶରୀରରେ କଳାଜାଇ ଅଛି ଓ ସେ କଳାଜାଇ ବଢିଲା । ଧୀରେ ଧୀରେ ବଢି ତାହା ଘା ରୂପରେ ହୋଇଗଲା । ସେଥିରେ ରକ୍ତ ବାହାରିଲା ଓ କୁଣ୍ଡେଇ ହେଲା ତେବେ ଏହିଭଳି ସ୍ଥିତିରେ କଳାଜାଇରେ କର୍କଟ ରୋଗ ହେବାର ସମ୍ଭାବନା ଅଛି । କହିଦେଉଛୁ କି ଏହି ସବୁ ଲକ୍ଷଣ ଥିଲେ ଏହା କର୍କଟ ରୋଗ ହୋଇଛି ବୋଲି ଭାବି ନେବା ଏହା ଉଚିତ ନୁହେଁ । ଏମିତିରେ ଆପଣ ସଙ୍ଗେ ସଙ୍ଗେ ପରୀକ୍ଷା କରି ନିଅନ୍ତୁ । ଯେଉଁଥିରେ ଜଣା ପଡିଯିବ କି କର୍କଟ ରୋଗ ହୋଇଛି ନା ନାହିଁ ।

କହିଦେଉଛୁ କି ବର୍ତ୍ତମାନ ସମୟରେ ବହୁତ କର୍କଟ ରୋଗ ଭଲ ହୋଇ ଯାଉଛି । କିନ୍ତୁ ଯଦି ପ୍ରଥମ କିମ୍ବା ଦ୍ଵିତୀୟ ଅବସ୍ଥାରେ କରକ୍ତ ରୋଗ ବିଷୟରେ ଜାଣି ପାରୁଛନ୍ତି ତେବେ ଏହି ରୋଗ ଭଲ ହେବାର ସମ୍ଭାବନା ବହୁତ ଅଧିକା ଅଟେ । ତୃତୀୟ ଓ ଚତୁର୍ଥ ଅବସ୍ଥାରେ ଯଦି ଜଣା ପଡୁଛି ତେବେ ସେହିଭଳି ସ୍ଥିତିରେ ଭଲ ହେବା ସମ୍ଭାବନା ବହୁତ କମ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button