ବିଚାର

ଧନ୍‌ତେରାସ ଦିନ ମାତ୍ର ପାଞ୍ଚଟଙ୍କାର କିଣିଆଣନ୍ତୁ ଏହି ଜିନିଷ, ଯାହା ବଦଳାଇ ଦେବ ଆପଣଙ୍କ ବର୍ଷକର ଭାଗ୍ୟ

ଦୀପାବଳିର ଦୁଇଦିନ ପୂର୍ବରୁ ଧନ୍‌ତେରାସ ପାଳନ କରାଯାଏ। ଏହିଦିନ ହିଁ ଦୀପାବଳିର ଆରମ୍ଭ ହୋଥାଏ। ସମୁଦ୍ର ମନ୍ଥନ ବେଳେ ଧନତେରାସ ଦିନ ଭଗବାନ ଧନ୍ଵନ୍ତରୀ ନିଜ ସହିତ ଅମୃତ କଳସ ଏବଂ ଆୟୁର୍ବେଦ ନେଇ ପ୍ରକଟ ହୋଇଥିଲେ। ଆୟୁର୍ବେଦ ନେଇ ଆସିଥିବାରୁ ତାଙ୍କୁ ଔଷଧର ଜନକ ବୋଲି କୁହାଯାଏ। ଧନତେରାସ ଦିନ ଧନ ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ କିଛି ବି କିଣିବା ବହୁତ ଶୁଭ ହୋଇଥାଏ। ଏପରି କଲେ ବର୍ଷଯାକ ଆର୍ଥିକ ସ୍ଥିତି ଭଲ ରହେ ବୋଲି ମାନ୍ୟତା ରହିଛି।

dhania

ଯଦି ଆପଣ ଆପଣଙ୍କ ବର୍ଷଯାକର ସମସ୍ୟାକୁ ଦୂର କରିବାକୁ ଚାହୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ। ଏହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଉପରେ ରହିଥିବା ବାଧାବିଘ୍ନ ସହ ସମସ୍ୟା ସବୁ ଦୂର ହୋଇଯିବ।

23

ଦେଶର ଅନେକ ପ୍ରାନ୍ତରେ ଏହି ଉପାୟ ଆପଣାନ୍ତି ଲୋକେ। ଏହି ଉପାୟକୁ କରିବା ପାଇଁ ଧନତେରାସ ଦିନ ମାତ୍ର ୫ ଟଙ୍କାର ଧନିଆ କିଣି ପୂଜା ଘରେ ରଖିଦିଅନ୍ତି। ଏହାକୁ ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ବେଳେ ଏହାକୁ ମା’ଙ୍କୁ ଅର୍ପଣ କରିଦିଅନ୍ତୁ। ଆଗାମୀ ଦିନ ସକାଳେ ଏହି ଧନିଆକୁ ବାଡିବଗିଚାରେ ବୁଣିଦିଅନ୍ତୁ। ଏବେ ଏହି ମଞ୍ଜିରୁ ବାହାରିବା ଗଛ ଆପଣଙ୍କ ଆଗାମୀ ବର୍ଷର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ଗଛ ହିଁ କହିବ, କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି।

23

ଯଦି ଏହି ଗଛ ପରିପୂର୍ଣ୍ଣ ହେବା ସହ ପତଳା ରହିବ, ତେବେ ଆପଣଙ୍କର ସାମାନ୍ୟ ଆୟର ସଙ୍କେତ ଦେବ। ଏହାଛଡା ଯଦି ଏହି ଗଛ ହଳଦିଆ ଏବଂ ରୁଗ୍ଣ ହୋଇଥିବ ତେବେ ଆପଣ ବର୍ଷଯାକ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ଜାଣିନେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button