ଜୀବନଶୈଳୀ

ଚୁମ୍ବନ କଲେ ମିଳିଥାଏ ଏହିସବୁ ଫାଇଦା, ଜାଣିନିଅନ୍ତୁ କ’ଣ କ’ଣ

ଚିକିତ୍ସା ବିଜ୍ଞାନ ଯେତେଯେତେ ଆଗକୁ ଯାଉଛି ଶରୀରଚର୍ଯ୍ୟାକୁ ନେଇ ମଣିଷ ମନରେ ସେତିକି କୌତୁହଳ ଓ ନୂଆ ଉପାୟମାନ ଜାତ ହେଉଛି। ସେଥିମଧ୍ୟରୁ ଚୁମ୍ବନ ହେଉଛି ଅନ୍ୟତମ। କୁହାଯାଏ, ଚୁମ୍ବନ ଦ୍ୱାରା ଗୋଟେ ମନର ଭାଷାକୁ ଠିକ୍‌ରେ ପଢି ହୋଇଥାଏ। ନିଜ ମନର ସବୁ ଭାବ ଓ ଭାବନାକୁ ଚୁମ୍ବନରେ ରୂପାୟିତ ହୋଇପାରେ ନିଜ ମନର ମଣିଷ ପାଖରେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଚୁମ୍ବନ କେବଳ ପ୍ରେମ ଓ ଭଲପାଇବାରେ ଉର୍ଦ୍ଦିଷ୍ଟ ନୁହେଁ, ବରଂ ଏହା ଶରୀର ପାଇଁ ବେଶ୍‌ ଲାଭକାରୀ। କ’ଣ ରହିଛି ଏହାର ଲାଭ ଆସନ୍ତୁ ଜାଣିନେବା …

kissing

ହୃଦୟକୁ ମଜବୁତ କରେ :

ଚୁମ୍ବନ ହୃଦୟକୁ ଶକ୍ତ କରେ। ଦୁର୍ବଳ ହୃଦୟକୁ ସବଳ କରେ ଓ ଶକ୍ତି ସଂଚାର କରେ। ଶରୀରରେ ରକ୍ତଚାପକୁ ନିୟନ୍ତ୍ରିତ କରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଚୁମ୍ବନ ହାର୍ଟ ଓ ବ୍ଲଡ ଭେସେଲକୁ ସଠିକ୍‌ରେ ରଖିଥାଏ।

ଶରୀରର ଚର୍ବି କମାଏ :

କ୍ୟାଲୋରୀ କମାଇବାରେ ଏହା ସାହାଯ୍ୟ କରେ। ଗୋଟେ କିସ୍‌ରେ ୧୦ ରୁ ୧୫ କ୍ୟାଲୋରୀ ଚର୍ବି ହ୍ରାସ ହୋଇଥାଏ।

ଦାନ୍ତ ପାଇଁ ଉପକାରୀ :

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଚୁମ୍ବନ କରିବା ମଧ୍ୟ ଦାନ୍ତ ପାଇଁ ଲାଭଦାୟକ। ଏହା ଦାନ୍ତପୋକ ଖାଇବାକୁ ରୋକିଥାଏ।

 

କ୍ଲାନ୍ତି ଦୂର କରେ :

ଯଦି ଆପଣ କାର୍ଯ୍ୟବ୍ୟସ୍ତତାରେ ଖୁବ୍‌ କ୍ଲାନ୍ତ ହୋଇପଡୁଛନ୍ତି ତେବେ ଚୁମ୍ବନ ଦେବା ଦ୍ୱାରା ଆପଣ ସତେଜ ଅନୁଭବ କରିବେ। ଚୁମ୍ବନ କ୍ଲାନ୍ତି ବଢାଉଥିବା ହରମୋନକୁ ନିୟନ୍ତ୍ରିତ କରିଥାଏ। ଏହି କ୍ଲାନ୍ତି ବଢାଉଥିବା ହରମୋନ ମଧ୍ୟ ପାଚନତନ୍ତ୍ରରେ ଖରାପ ପ୍ରଭାବ ପକାଇଥାଏ।

ପରସ୍ପର ମଧ୍ୟରେ ସଂପର୍କ ନିବିଡ ହୁଏ :

ମନର ସ୍ନେହ ଶ୍ରଦ୍ଧାକୁ ମଜବୁତ କରିଥାଏ ଚୁମ୍ବନ। ଚୁମ୍ବନ ଜରିଆରେ ସାଥିର ମନକୁ ଜାଣିପାରିବେ। ଆପଣଙ୍କ ଖୁସିର ସ୍ତର ଦ୍ୱିଗୁଣିତ ହୋଇଯାଏ। ଚୁମ୍ବନରେ ମୁହଁର ୩୪ଟି ମାଂସପେଶୀରେ ବିକାଶ ହୁଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button