ବିଚାର

ପର୍ସରେ ରଖନ୍ତୁ ଗୋମତୀ ଚକ୍ର, କେବେ ବି ଖାଲି ହେବନି ଟଙ୍କା

ପ୍ରତ୍ୟେକ ମଣିଷ ଚାହେଁ, କିପରି ତା’ ପାଖରେ ଧନ ସବୁ ବେଳେ ରହିଥାଉ। ଏଥିପାଇଁ ମଣିଷ ବହୁତ ପରିଶ୍ରମ କରିବା ସହ ବାସ୍ତୁ ନିୟମ ମଧ୍ୟ ମାନୁଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ? ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ ଚକ୍ର, କଉଡ଼ି ଆଦି ମାତାଙ୍କର ଅତିପ୍ରିୟ। ଦୀପାବଳି ଅମାବାସ୍ୟାରେ ଗୋମତୀ ଚକ୍ରକୁ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଓ ହଳଦୀ ଲଗାଇ ପୂଜା କରନ୍ତୁ।

life

ଏହାକୁ ମାତାଙ୍କ ପାଦତଳେ ଅର୍ପଣ କରି ଧଳା ମିଠା ଭୋଗ ଲାଗି କରିବା ପରେ ଏହାକୁ କୁମାରୀ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ। ପରେ ରାତିରେ ମାତାଙ୍କୁ ପାଣି ସଙ୍ଗଡ଼ା ଓ ମିଠା ଅର୍ଣ୍ଣ ଭୋଗ ଲାଗି କରନ୍ତୁ। ରାତିରେ ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଶ୍ରୀଂ ୫ ମାଳା ଜପ କଲେ ବର୍ଷସାରା ଘରେ ଧନର ଅଭାବ ରହି ନ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

laxmi

ଦୀପାବଳି ପର ଦିନ ସକାଳେ ଗୋମତୀ ଚକ୍ରକୁ ପର୍ସରେ ରଖିଲେ ଏଥିରୁ କେବେ ଟଙ୍କା ଖାଲି ହୋଇ ନ ଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button