ଜୀବନଶୈଳୀ

ଝିଅମାନେ ଏତେ ନଖରା କାହିଁକି ଦେଖାନ୍ତି? ସବୁ ପୁଅଙ୍କୁ ପଢ଼ିବା ଦରକାର ଏହି ୫ଟି କାରଣ

ଝିଅମାନେ ବହୁତ ନଖରା ଦେଖାନ୍ତି। ଏହି କଥା ଆପଣ ଅନେକଙ୍କ ମୁହଁରୁ ଶୁଣିଥିବେ। ଆପଣ ମଧ୍ୟ ଏହା ଅନୁଭବ କରିଥିବେ। ଜଣେ ଝିଅ ପାଇଁ ବୟଫ୍ରେଣ୍ଡ ବନାଇବା ଏବଂ ସ୍ୱାମୀ ଚୟନ କରିବା ଖୁବ୍ ସହଜ କାମ ହୋଇଥାଏ। ଏଭଳି ସ୍ଥଳେ ପୁଅମାନଙ୍କୁ ବହୁତ ପାମ୍ପଡ଼ ବେଲିବାକୁ ପଡ଼େ। ଜଣେ ଝିଅ ଅନେକ ପୁଅଙ୍କୁ ରିଜେକ୍ଟ କରିବା ପଛରେ କିଛି ନା କିଛି ଖାସ୍ କାରଣ ରହିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କ’ଣ ସେହି କାରଣ, ଯେଉଁଥିପାଇଁ ଆଜିକାଲିର ଝିଅମାନେ ବହୁତ ନଖରା ଦେଖାନ୍ତି।

୧. ଝିଅମାନଙ୍କ ପଛରେ ସବୁବେଳେ ପୁଅମାନେ ପଡ଼ିଥାଆନ୍ତି। ତେଣୁ ସେମାନଙ୍କ ପାଇଁ ଆପଣଙ୍କର କୌଣସି ଖାସ୍ ଆବଶ୍ୟକତା ନ ଥାଏ। ସେମାନେ ଏହି କଥାକୁ ବେଶ୍ ଭଲ ଭାବେ ଜାଣିଥାଆନ୍ତି ଯେ ଯଦି ଆପଣ ତାଙ୍କୁ ମିଳୁନାହାନ୍ତି, ତା’ହେଲେ ବହୁତ ଜଲ୍‌ଦି ଆଉ କେହି ତାଙ୍କୁ ମିଳିଯିବେ। ଖାସ୍ କରି ଯେତେବେଳେ ଝିଅଟି ସୁନ୍ଦର ହୋଇଥାଏ, ତାକୁ ବ୍ରେକ୍‌ଅପ ଉପରେ ଟିକିଏ ବି ଅବଶୋଷ ନ ଥାଏ। ନିଜର ସୁନ୍ଦରତା ପାଇଁ ସେ ବହୁତ ଭାଉ ଖାଇଥାଏ। ବୟଫ୍ରେଣ୍ଡ କିମ୍ବା ସ୍ୱାମୀ ଚୟନ କରିବାରେ ନଖରା ଦେଖାଇଥାଏ।

a2

୨. ଝିଅଟି ଯେତେବେଳେ ଯୁବତୀ ଅବସ୍ଥାରେ ପଦାର୍ପଣ କରେ, ସେ ନିଜ ସ୍ୱପ୍ନର ରାଜକୁମାର ବିଷୟରେ ଅନେକ କିଛି ଭାବିଥାଏ। ମୋ ଭାବି ସ୍ୱାମୀ କିମ୍ବା ବୟଫ୍ରେଣ୍ଡ କିଭଳି ହୋଇଥିବ, ତା’ ଭିତରେ କେଉଁ କେଉଁ ଗୁଣ ଥିବ ଇତ୍ୟାଦି। ଏମିତିରେ ସେ ସବୁବେଳେ ପରଫେକ୍ଟ ପୁଅକୁ ଖୋଜିଥାଏ। ଆଉ ଏହି ଚକ୍କରରେ ଅନ୍ୟ ପୁଅକୁ ରିଜେକ୍ଟ କରିବାରେ ଲାଗେ।

୩. କିଛି ଝିଅମାନଙ୍କୁ ଆରାମଦାୟକ ଜୀବନ ପସନ୍ଦ। ତେଣୁ ସେମାନେ ଧନୀ ବୟଫ୍ରେଣ୍ଡ କିମ୍ବା ସ୍ୱାମୀ ଖୋଜିବାରେ ଲାଗିଥାଆନ୍ତି। ଯେପରି ଜୀବନସାରା ଅଏସ୍ କରିପାରିବେ। ତେଣୁ ଏହି ଝିଅମାନେ କମ୍ ପଇସା ଥିବା ପୁଅଙ୍କୁ ଅଧିକ ଘାସ ଦେଇ ନ ଥାଆନ୍ତି ଅର୍ଥାତ୍ ସେମାନଙ୍କୁ ପଚାରି ନ ଥାଆନ୍ତି।

୪. କିଛି ଝିଅମାନଙ୍କୁ ହୃଦୟର ସୁନ୍ଦରତା ଅପେକ୍ଷା ଚେହେରାର ସୁନ୍ଦରତା ପସନ୍ଦ ଆସିଥାଏ। ତେଣୁ ସେମାନେ ହ୍ୟାଣ୍ଡସମ୍ ବୟଫ୍ରେଣ୍ଡ କିମ୍ବା ସ୍ୱାମୀ ବନାଇବାକୁ ପସନ୍ଦ କରିଥାଆନ୍ତି। ଗୋଟିଏ ପଟେ ଆପଣ କହିପାରିବେ, ଝିଅମାନେ ଶୋ ଅପ୍ କରିବା ପାଇଁ ଗୁଡ୍ ଲୁକିଙ୍ଗ୍ ପୁଅମାନଙ୍କୁ ଖୋଜିଥାଆନ୍ତି।

୫. ଯେଉଁ ଝିଅମାନେ ଦେଖିବାକୁ ବହୁତ ସୁନ୍ଦରୀ ହୋଇଥାଆନ୍ତି। ସେମାନେ ଘମଣ୍ଡି ମଧ୍ୟ ହୋଇଥାଆନ୍ତି। ନିଜକୁ ସ୍ୱର୍ଗର ଅପସରି ବୋଲି ଭାବନ୍ତି। ତେଣୁ କୌଣସି ସାଧାରଣ ପୁଅକୁ ସେମାନେ ନିଜର ଲାଇଫ୍ ପାଟର୍ନର ବୋଲି ମାନି ନ ଥାଆନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button