ଜୀବନଶୈଳୀ

ମହିଳାଙ୍କୁ କରନ୍ତୁ ଏହି ୭ଟି ପ୍ରଶଂସା, ଚୁଟ୍‌କିରେ ଆପଣଙ୍କ ଉପରେ ହୋଇଯିବେ ଫିଦା

ସାଧାରଣଃ ସମସ୍ତେ ଜାଣିଥାଆନ୍ତି, ମହିଳାମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ଭଲ ଲାଗିଥାଏ। ଯଦି ଆପଣ କୌଣସି ମହିଳାଙ୍କୁ ପ୍ରଶଂସା କରିବେ, ତା’ହେଲେ ସେ ସହଜରେ ଆକର୍ଷିତ ହୋଇଯିବେ। କିନ୍ତୁ ଆପଣ ଜାଣିଛନ୍ତି କି? ପ୍ରଶଂସା ଛଡ଼ା, ଏମିତି କିଛି କଥା ଅଛି, ଯାହାକୁ ଶୁଣିବାକୁ ମହିଳାଙ୍କୁ ଖୁବ୍‌ ଭଲ ଲାଗିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ମହିଳାମାନେ କେଉଁ କଥାରେ ବେଶି ଆକର୍ଷିତ ହୋଇଥାଆନ୍ତି।

-ଯଦି ଆପଣ ମହିଳାଙ୍କ ସୁନ୍ଦରତାକୁ ପ୍ରଶଂସା କରିବେ, ତା’ହେଲେ ତାଙ୍କୁ ବହୁତ ଭଲ ଲାଗିବ। ଏହି କଥା ଜାଣି ରଖନ୍ତୁ, ମହିଳାମାନେ ନିଜ ସୌନ୍ଦଯ୍ୟର୍ର ପ୍ରଂଶସା ନ ଶୁଣି ରହିପାରନ୍ତି ନାହିଁ।

-ଆପଣ କୌଣସି ମହିଳାଙ୍କୁ ଯଦି କହିବେ, ତୁମେ ମୋ ଜୀବନର ପ୍ରଥମ ଗାର୍ଲଫ୍ରେଣ୍ଡ, ତା’ହେଲେ ଏହି କଥା ତାଙ୍କୁ ଖୁବ୍‌ ଭଲ ଲାଗିବ।

-ସବୁ ମହିଳାମାନେ ନିଜ ଛୁଆଙ୍କୁ ବେଶ୍‌ ଭଲ ପାଆନ୍ତି। ଆପଣ ଯଦି ପିଲାଙ୍କୁ ନେଇ ତାଙ୍କର ପ୍ରଶଂସା କରିବେ, ତା’ହେଲେ ସେ ବହୁତ ପ୍ରଭାବିତ ହେବେ।

love2

-ମହିଳାମାନେ ପୁରୁଷମାନଙ୍କଠାରୁ ଅଧିକ ଭାବୁକ ହୋଇଥାଆନ୍ତି। ଯଦି ମହିଳାଙ୍କ ସହ ବିବାହ ବିଷୟରେ କଥା ହେବେ, ତା’ହେଲେ ସେ ବହୁତ ଖୁସି ହୋଇଯିବେ। ଏମିତି କହି ଆପଣ ତାଙ୍କ ସହ ସହଜରେ ବନ୍ଧୁତା ସ୍ଥାପନ କରିପାରିବେ।

-ସବୁ କାମ ଆପଣ ନିଜ ମନ ମୁତାବକ କରନ୍ତୁ ନାହିଁ। ମଝିରେ ମଝିରେ ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କ ମତାମତ ନିଅନ୍ତୁ। ଦେଖିବେ, ଏହା ସେମାନଙ୍କୁ ଖୁବ୍‌ ଭଲ ଲାଗିବ।

-ଆଇ ଲଭ୍‌ ୟୁ ଶୁଣିବାକୁ ସବୁ ମହିଳା ପସନ୍ଦ କରିଥାଆନ୍ତି। କିନ୍ତୁ ଧ୍ୟାନ ଦେବା ଦରକାର, ଏହାକୁ କେଉଁ ସମୟରେ କେଉଁ ଜାଗାରେ କହିବା ଉଚିତ।

-ତୁ ମୋର ସବୁଠାରୁ ଭଲ ସାଙ୍ଗ। ଏହା କହିବାରେ ମଧ୍ୟ ମହିଳାମାନଙ୍କୁ ଭଲ ଲାଗିଥାଏ। ଆପଣଙ୍କୁ କେବଳ ତାଙ୍କ ସୁନ୍ଦର ଚେହେରା ପସନ୍ଦ ନୁହେଁ, ବରଂ ତାଙ୍କ ବନ୍ଧୁତା ବି ପସନ୍ଦ, ଏହା କହିବାକୁ ଆଦୌ ଭୁଲନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button