ଦେଶ ବିଦେଶ

କାମ ସମୟରେ ଏହି ଚାରିଟି ଜିନିଷ ଖାଇବା ପଡିପାରେ ମହଙ୍ଗା, କାମ ସମୟରେ ଆସିପାରେ ନିଦ

ଅଫିସରେ ହେଉ କିମ୍ବା ଅନ୍ୟ କେଉଁଠି କାମ କରିବା ମଝିରେ ମଝିରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ଫଳରେ ଆପଣଙ୍କୁ ଏନର୍ଜି ମିଳିବା ସହ କାମରେ ମନ ମଧ୍ୟ ଲାଗି ରହିଥାଏ। କିନ୍ତୁ କିଛି ଏପରି ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି, ଯାହା କାମ ସମୟରେ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ନିଦ ଆସିଥାଏ। ଜାଣିନିଅନ୍ତୁ, କେଉଁ ସବୁ ଜିନିଷ ଆପଣ କାମ ସମୟରେ ଖାଇବେ ନାହିଁ। ଯାହା ଯୋଗୁଁ କାମ ଉପରେ ଖରାପ ପ୍ରଭାବ ପଡିଥାଏ।

badam

ବାଦାମ :

କାମ କରିବା ସମୟରେ ଆମେ ମଝିରେ ମଝିରେ ସ୍ନାକ ହିସାବରେ ବାଦାମ ଖାଇଦେଉ। ଯଦି ଆପଣ କାମ ସମୟରେ ମସ୍ତିଷ୍କକୁ ଆଲର୍ଟ ରଖିବାକୁ ଚାହୁଛନ୍ତି, ତେବେ ଭୁଲ୍‌ରେ ମଧ୍ୟ କାମ ସମୟରେ ବାଦାମ ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ମାଂସପେଶୀ ରିଲାକ୍ସ କରିନିଅନ୍ତି ଫଳରେ ମସ୍ତିଷ୍କ ନିଦ୍ରା ମୁଦ୍ରାକୁ ଚାଲିଯାଏ। ରାତିରେ ଆପଣ ଶୋଇବା ପୂର୍ବରୁ ବାଦାମ ଖାଇପାରିବେ।

 

ଡାର୍କ ଚକୋଲେଟ୍‌ :

ଯଦି ନିଜ କାମକୁ ସଠିକ୍‌ ଭାବେ କରିବାକୁ ଚାହୁଁଛନ୍ତି, ତେବେ କାମ ସମୟରେ ଚକୋଲେଟ ଜମା ମଧ୍ୟ ଖାଆନ୍ତୁ ନାହିଁ। ଡାର୍କ ଚକୋଲେଟରେ ସେରୋଟୋନିନା ନାମକ ତତ୍ତ୍ୱ ରହିଥାଏ ଯାହା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ।

banana

କଦଳୀ କିମ୍ବା କଦଳୀ ସେକ୍‌ :

କଦଳୀରେ ଥିବା ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଯୋଗୁଁ ଆମ ଶିରାପ୍ରସିରା ବିଶ୍ରାମ ମୁଦ୍ରାରେ ଚାଲିଯାଆନ୍ତି। କଦଳୀରେ ଥବା ଭିଟାମିନ ବି ୬ ଆମ ଶରୀରରେ ଥିବା ଟ୍ରିପ୍ଟୋଫନକୁ ସେରୋଟୋନିନରେ ପରିବର୍ତ୍ତନ କରି ଅଳସ କରିଦିଏ। ଫଳରେ କାମ ସମୟରେ ନିଦ ଲାଗିଥାଏ। ଏଥିପାଇଁ କାମ ସମୟରେ କଦଳୀ କିମ୍ବା କଦଳୀ ସେକ୍‌ ଖାଇବା ଉଚିତ ନୁହେଁ।

 

ହର୍ବାଲ ଚା’ :

ହର୍ବାଲ ଚା’ ଶରୀର ପାଇଁ ଫାଇଦାଯୁକ୍ତ। କିନ୍ତୁ ଅଫିସରେ କାମ କରିବା ବେଳେ ହର୍ବାଲ ଚା’ ପିଇବା କ୍ଷତିକାରକ। ଏଥିରେ ଥିବା ଚେମୋମିଲ, ପ୍ୟାଶନ ଫ୍ଲାଓ୍ଵର ଏବଂ ଲେମନ ବାମ ଆପଣଙ୍କୁ ଶୋଇବାରେ ସାହାଯ୍ୟ କରେ। ଯଦି ଅଫିସ ସମୟରେ ଏହାକୁ ପିଅନ୍ତି, ତେବେ ଆପଣଙ୍କୁ ନିଦ ଆସିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button