ବିଚାର

ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ଜିନିଷ ଆଦାନ ପ୍ରଦାନ, ନଚେତ ଆପଣଙ୍କ ଉପରେ ପଡିପାରେ ଖରାପ ପ୍ରଭାବ

ସାଧାରଣତଃ ଲୋକମାନେ ଦରକାର ସମୟରେ ଟଙ୍କା ପଇସା ଆଦାନ ପ୍ରଦାନ କରିଥାନ୍ତି। ଅନେକ ଥର ଲୋକ କେବଳ ପଇସା ନୁହେଁ ବରଂ ଅନ୍ୟ କେତେକ ଜିନିଷ ମଧ୍ୟ ଆଦାନପ୍ରଦାନ କରିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ପ୍ରତ୍ୟେକ ଜିନିଷରେ ଏପରି କିଛି ଶକ୍ତି ରହିଥାଏ, ଯାହାକୁ ଯଦି ଆପଣ ଅନ୍ୟ କାହା ଠାରୁ ମାଗି ବ୍ୟବହାର କରନ୍ତି, ତେବେ ତାର ନକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିପାରରେ। ଯଦି ଆପଣ ନିଜ ଭାଗ୍ୟ ଉପରେ ଅନ୍ୟର କୌଣସି ଖରାପ ପ୍ରଭାବ ପକାଇବାକୁ ଚାହୁଁନାହାନ୍ତି, ତେବେ ଭୁଲରେ ଏପରି ସବୁ ଜିନିଷକୁ କେବେ ବି କାହା ସହିତ ଦିଆନିଆ କରନ୍ତୁ ନାହିଁ। ଆସନ୍ତୁ ଜାଣିନେବା କେଉଁ ସବୁ ଜିନିଷ କାହାକୁ ଦିଆନିଆ କରିବେ ନାହିଁ।

comb

ପାନିଆ :

ଅନ୍ୟ କାହାର ପାନିଆ ବ୍ୟବହାର କରିବା ସ୍ୱାସ୍ଥ୍ୟ ଏବଂ ଶାସ୍ତ୍ର ଅନୁଯାୟୀ ଭଲ ନୁହେଁ। କେବଳ ପାନିଆ ନୁହେଁ ମୁଣ୍ଡ ସହିତ ଜଡିତ ଅନ୍ୟ ଜିନିଷ ଅନ୍ୟ କାହା ସହିତ ସେୟାର କରିବା ସହ ଆପଣଙ୍କ ଭାଗ୍ୟ ଉପରେ ବିପରୀତ ପ୍ରଭାବ ପଡିଥାଏ।

pen

ପେନ :

ଶାସ୍ତ୍ରରେ କୁହାଯାଇଛି, ଆମ କର୍ମର ହିସାବ ଚିତ୍ରଗୁପ୍ତ ଲେଖିଥାନ୍ତି। ପୁରାଣରେ କୁହାଯାଇଛି ଯେ, ଚିତ୍ରଗୁପ୍ତ ନିଜ ଲେଖନୀ ସାହାଯ୍ୟରେ ଆମ ଜୀବନରେ ଆଗକୁ ଆସିବାକୁ ଥିବା ଚିନ୍ତା କିମ୍ବା ଖୁସି ବିଷୟରେ ଲେଖିଥାନ୍ତି। ଜୀବନରେ କଲମର ମହତ୍ୱ ମଧ୍ୟ ଅଧିକ ରହିଥାଏ। ଯଦି କଲମ କାହା ସହିତ ଆପଣ ଆଦାନ ପ୍ରଦାନ କରନ୍ତି ତେବେ ଆର୍ଥିକ ଅବସ୍ଥା ଦେଖାଦିଏ।

watch

ଘଣ୍ଟା :

ଘଣ୍ଟା ଆମକୁ ସମୟ ଜଣାଇଥାଏ। ଆପଣଙ୍କ ଭଲ ଏବଂ ଖରାପ ପରିସ୍ଥିତିକୁ ଧାର୍ଯ୍ୟ କରିଥାଏ। ସେଥିପାଇଁ ଆପଣ ଆଉ କାହାର ଘଣ୍ଟା ପିନ୍ଧିବା ଉଚିତ ନୁହେଁ। ଅନ୍ୟ କାହାର ଘଣ୍ଟା ନିଜେ ପିନ୍ଧିବା ଦ୍ୱାରା ଆପଣଙ୍କ ପ୍ରଫେସନାଲ ଲାଇଫ ଉପରେ ପ୍ରଭାବ ପକାଏ।

ring

ମୁଦି :

ଅନ୍ୟ କାହାର ମୁଦି କେବେ ବି ପିନ୍ଧିବା ଉଚିତ ନୁହେଁ। ଏପରି କଲେ ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ସହ ଅସୁବିଧାରେ ପଡିବେ।

dress

କପଡା :

କେବେ ବି ଆଉ କାହାର ଡ୍ରେସ ପିନ୍ଧିବା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଏ। ଅନ୍ୟର ଦୁଭାର୍ଗ୍ୟ ଆପଣଙ୍କ ଉପରେ ପଡିପାରେ। ତେଣୁକରି କେବେ ବି ଅନ୍ୟ କାହାର ଡ୍ରେସ ବ୍ୟବହାର କରନ୍ତୁ ନାହିଁ। ଏହାଛଡା ଅନ୍ୟର ଡ୍ରେସରେ ଥିବା କୀଟାଣୁ ଆପଣଙ୍କ ଶରୀରକୁ ପ୍ରବେଶ କରିବା ଯୋଗୁଁ ସଂକ୍ରମଣର ଭୟ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button