ଜୀବନଶୈଳୀ

ଜାଣନ୍ତୁ ବିବାହ ସମୟରେ କନ୍ୟାକୁ କାହିଁକି ପିନ୍ଧାଯାଏ ମଙ୍ଗଳସୂତ୍ର

ସୁହାଗର ଚିହ୍ନ ମଙ୍ଗଳସୂତ୍ର, ସିନ୍ଦୂର, ଅଣ୍ଟାବିଛା ଏବଂ ଚୁଡି ହୋଇଥାଏ। କିନ୍ତୁ ଏହିସବୁ ମଧ୍ୟରେ ମଙ୍ଗଳସୂତ୍ର ସବୁଠାରୁ ପ୍ରଭାବଶାଳୀ। ମଙ୍ଗଳସୂତ୍ରର ମହତ୍ୱ ଜଣେ ବିବାହିତ ମହିଳା ପାଇଁ ଅଧିକ ହୋଇଥାଏ। ମଙ୍ଗଳସୂତ୍ରକୁ ବିବାହର ପ୍ରତୀକ କୁହାଯାଏ। ପୁରାଣରେ ମଧ୍ୟ ମଙ୍ଗଳସୂତ୍ରକୁ ନେଇ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। କଳା ମାଳି ଏବଂ ସୁନାକୁ ମିଶାଇ ମଙ୍ଗଳସୂତ୍ର ତିଆରି କରାଯଏ। ସମୟର ପରିବର୍ତ୍ତନରେ ମଙ୍ଗଳସୂତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିିଛି କିନ୍ତୁ ଆଜି ମଧ୍ୟ ମହିଳାମାନେ ଏହି ମଙ୍ଗଳସୂତ୍ରକୁ ନେଇ ଖୁବ୍‌ ଉତ୍ସାହିତ ରହିଥାନ୍ତି। ମଙ୍ଗଳସୂତ୍ର ବିନା ମହିଳାମାନଙ୍କର ଶୃଙ୍ଗାର ଅଧା ରହିଯାଏ। ତେବେ ଜାଣନ୍ତୁ ଜଣେ ବିବାହିତ ନାରୀ ପାଇଁ ମଙ୍ଗଳସୂତ୍ର କାହିଁକି ମହତ୍ୱପୂର୍ଣ୍ଣ।

marriage1ବିବାହ ସମୟରେ ବର କନ୍ୟାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବାର ପରମ୍ପରା ରହିଛି। କାରଣ ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳସୂତ୍ର ବିବାହିତ ସ୍ତ୍ରୀ ପାଇଁ ମହତ୍ୱ ରଖିଥାଏ। ମଙ୍ଗଳସୂତ୍ର ବିବାହର ପ୍ରତୀକ। ବାସ୍ତବରେ ବିବାହ ସମୟରେ ସମସ୍ତଙ୍କ ନଜର ଝିଅ ଉପରେ ରହିଥାଏ। ଏହାଦ୍ୱାରା ଝିଅ ଉପରେ ଖରାପ ନଜର ଲାଗିବାର ଆଶଂକା ରହିଥାଏ। ଏହିକାରଣରୁ ମାନ୍ୟତା ରହିଛି ମଙ୍ଗଳସୂତ୍ରର କଳା ମାଳି ଦ୍ୱାରା ଅଶୁଭ ଶକ୍ତି ଦୂରେଇ ରହିଥାଏ। ଏହାବ୍ୟତୀତ ମଙ୍ଗଳସୂତ୍ର ଦ୍ୱାରା ପତି ଉପରେ ଆସୁଥିବା ବିପଦ ମଧ୍ୟ ଦୂର ହୋଇଯାଇଥାଏ। ମଙ୍ଗଳସୂତ୍ରରେ ବ୍ୟବହାର ହେଉଥିବା କଳା ମାନି ଶନି ଦେବ ଏବଂ ସୁନାକୁ ଗୁରୁଙ୍କ ପ୍ରତୀକ ବୋଲି କୁହାଯାଇଥାଏ।

marriage1ଏହିକାରଣରୁ ଗୁରୁ ଏବଂ ଶନି ମିଶି ବୈବାହିକ ଜୀବନରେ ସୁଖ-ସମୃଦ୍ଧି ଏବଂ ସ୍ଥାୟିତ୍ୱ ଆଣିଥାନ୍ତି। ମଙ୍ଗଳସୂତ୍ର ମହିଳାମାନଙ୍କ ପାଇଁ ରକ୍ଷା କବଚ ଏବଂ ସଂପର୍ଣ୍ଣତା ଭଳି କାମ କରିଥାଏ। ବୈବାହିକ ଜୀବନରେ ଏହା ସବୁଠାରୁ ବଡ ପ୍ରତୀକ। ଏହା ବ୍ୟତୀତ ସବୁଠାରୁ ବିଶେଷ କଥା ହେଉଛି ମଙ୍ଗଳସୂତ୍ର ପିନ୍ଧାଇବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସାରା ଜୀବନ ଭଲପାଇବା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button