କର୍ମକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅଫିସରେ ପାଳନ କରନ୍ତୁ କେତୋଟି ବାସ୍ତୁ ନିୟମ

ବାସ୍ତୁ ଶାସ୍ତ୍ରରେ ଦିଗକୁ ଖୁବ ଗୁରୁତ୍ୱ ଦିଆଯାଇଥାଏ । ଦିଗ ଅନୁଯାୟୀ ଯଦି କୌଣସି କାମ କରାଯାଏ ତେବେ ଏହା ଶୁଭ ଦାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଆମେ ନିଜ ଘରେ ତ ଏଥିପ୍ରତି ଦୃଷ୍ଟି ଦେଇଥାଉ । କିନ୍ତୁ ଅଫିସରେ ଆମେ ଏହି ଦିଗ ପ୍ରତି ସେତେଟା ସଚେତନ ନଥାଉ । କିନ୍ତୁ ଆମେ ଭୁଲି ଯାଉଛୁ କି ଅଫିସରେ ହିଁ ଆମେ ଦିନର ପ୍ରାୟ ଅଧିକାଂଶ ସମୟ ଅତିବାହିତ କରିଥାଉ । ଯାହାକି ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଅଫିସରେ ବି ଯଦି ଏ ଦିଗ ପ୍ରତି ଦୃଷ୍ଟି ଦିଆଯାଏ ଆମେ ନିଜ କର୍ମକ୍ଷେତ୍ରରେ ନିଶ୍ଚିତ ରୂପେ ଉନ୍ନତି ଅଣାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ କିଛି:
୧.ଅଫିସର ଉତ୍ତର ଓ ପୂର୍ବ ମୁହଁ ସବୁବେଳେ ଖୋଲା ରହିବା ଦରକାର ।
୨.ଯଦି ଅଫିସର ଦକ୍ଷିଣ, ଉତ୍ତର ପଶ୍ଚିମ,ଦକ୍ଷିଣ- ପଶ୍ଚିମ, ପଶ୍ଚିମ ତଥା ମଝି ସ୍ଥାନରେ ବେଶମେଣ୍ଟ ସ୍ଥାପନ କରାଯାଇଥାଏ । ତାହା ଜମା ବି ଶୁଭ ହୋଇନଥାଏ ।

୩. ଆପଣ ବସୁଥିବା ସ୍ଥାନ ପଛରେ କି କାନ୍ଧ ଉପରେ ଝରକା ରହିବା ମଧ୍ୟ ଶୁଭପ୍ରଦ ହୋଇନଥାଏ ।
୪.ବାସ୍ତୁ ଅନୁଯାୟୀ ଅଫିସ ଅଫିସ କୌଣସି ଗଳି ଭିତରେ ହେବା ମଧ୍ୟ ଖୁବ ଅଶୁଭ ହୋଇଥାଏ । ଅଫିସ ପ୍ରମୁଖଙ୍କ ମୁହଁ ଯଦି କୌଣସି ରାସ୍ତା ମୁହାଁ ହୁଏ ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ଅଫିସର ଉନ୍ନତିରେ ବାଧକ ମଧ୍ୟ ଆଣିପାରେ ।
୫. ଅଫିସରେ ବସୁଥିବା ସମୟରେ ଆପଣଙ୍କ ମୁହଁ ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗକୁ ହିଁ ହେବା ଉଚିତ । ଉତ୍ତର – ପୂର୍ବ ସ୍ଥିତି ସର୍ବୋତ୍ତମ ହୋଇଥାଏ ।
୬. ଅଫିସ ପ୍ରମୁଖ ବା ବସଙ୍କ ବସିବା ସ୍ଥାନ ବା ପିଠି ପଛରେ କବାଟ ରହିବା ମଧ୍ୟ ଶୁଭଦାୟୀ ହୋଇଥାଏ ।



