ଜୀବନଶୈଳୀ

ଜାଣନ୍ତୁ ଚଳିତ ବର୍ଷ କେଉଁ ମାସରେ ରହିଛି ଅଧିକ ବିବାହ ଯୋଗ

ଆଗକୁ ବିବାହ ସିଜିନ୍‌ ଆରମ୍ଭ ହେବ।ଆସନ୍ତା ୧୫ ଜାନୁଆରୀ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହ ଗୋଟିଏ ମାସ ରହିବା ଦ୍ୱାରା ସମସ୍ତ ମାଙ୍ଗଳିକ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇପାରିବ। ଚଳିତ ବର୍ଷ ଅନେକ ବିବାହ ଯୋଗ ମଧ୍ୟ ରହିଛି। କିନ୍ତୁ ସବୁଠାରୁ ଅଧିକ ବିବାହ ଯୋଗ ଫେବୃଆରୀ ମାସରେ ରହିଛି। ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ଶୁଭ ସମୟ ଦେଖି କରାଯାଇଥାଏ। ବିଶେଷ ରୂପେ ବିବାହ କଥା ଉଠିଲେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ।

marriage-datesଭଗବାନ ବିଷ୍ଣୁଙ୍କ ଯୋଗ ନିଦ୍ରାରେ ଯିବା ପରେ ୪ ମାସ ପର୍ଯ୍ୟନ୍ତ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ କରାଯାଇନଥାଏ। ଏହି ସମୟ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇ ମାସରୁ ନେଇ ନଭେମ୍ବର ପର୍ଯ୍ୟନ୍ତ ରହିଥାଏ। ଏହାବ୍ୟତୀତ ସୂର୍ଯ୍ୟ ଧନୁ ଏବଂ ମୀନ ରାଶିରେ ଯିବା ଦ୍ୱାରା ବିବାହ ଭଳି ଶୁଭ ସଂସ୍କାର କରାଯାଇନଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆସନ୍ତା ଫେବୃଆରୀ ମାସରେ କେତୋଟି ବିବାହ ଯୋଗ ରହିଛି।

weddingଫେବୃଆରୀ ୩: ଏହି ତାରିଖରେ ବିବାହ ପାଇଁ ଉତ୍ତମ ରହିଛି। ଏହି ଦିନ ନକ୍ଷତ୍ର ରୋହିଣୀ ଏବଂ ତିଥି ଦଶମୀ ରହିଛି।

ଫେବୃଆରୀ ୯: ନକ୍ଷତ୍ର ମଘା ଏବଂ ତିଥି ପ୍ରତିପଦା ରହିଛି।

ଫେବୃଆରୀ ୧୦: ନକ୍ଷତ୍ର ମଘା ଏବଂ ତିଥି ପ୍ରତିପଦା ଏବଂ ଦ୍ୱିତୀୟା।

ଫେବୃଆରୀ ୧୨: ନକ୍ଷତ୍ର ଉତ୍ତରାଫାଲଗୁନୀ ଏବଂ ହସ୍ତ ରହିବ। ତିଥି-ଚତୁର୍ଥୀ।

ଫେବୃଆରୀ ୧୬: ନକ୍ଷତ୍ର ଅନୁରାଧା ଏବଂ ତିଥି ଅଷ୍ଟମୀ।

ଫେବୃଆରୀ ୧୮: ନକ୍ଷତ୍ର ମୁଳ ଏବଂ ତିଥି ଏକାଦଶୀ।

ଫେବୃଆରୀ ୨୫: ନକ୍ଷତ୍ର ଉତ୍ତର ଭାଦ୍ରପଦ ଏବଂ ତିଥି ଦ୍ୱିତୀୟା, ତୃତୀୟା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button