ଜୀବନଶୈଳୀ

ପ୍ରସବ ପରେ ବଢ଼ିଥିବା ଓଜନକୁ କମ୍‌ କରିବ ଏହି ୨ଟି ସହଜ ଆସନ, ଜାଣନ୍ତୁ ଯୋଗ କରିବା ଉପାୟ

ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସୌଭାଗ୍ୟର ବିଷୟ। ଗର୍ଭାବସ୍ଥା ସବୁ ନାରୀଙ୍କ ପାଇଁ ଖୁସି ଆଣି ଆସିଥାଏ। ଏହି ସମୟରେ ମହିଳାଙ୍କ ଶରୀରରେ ଅନେକ ଶାରୀରିକ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନର ମହିଳାମାନେ ନିଜକୁ ଫିଟ୍‌ ରଖିବାକୁ ବିଭିନ୍ନ ପନ୍ଥା ଆପଣାଉଥିବା ବେଳେ ଗର୍ଭାବସ୍ଥାରେ ବଢ଼ୁଥିବା ଓଜନ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ। ଯଦି ପ୍ରସବ ପରେ କେତେକ ସହଜ ଆସନ କରିବେ ତେବେ ଓଜନ କମ୍‌ କରିପାରିବେ। ଆସନ୍ତୁ ଜାଣିବା କେଉଁ ଆସନ କରିବା ଦ୍ୱାରା ସହଜରେ କମିଥାଏ ଓଜନ…

ବାଳାସନ:

ବାଳାସନକୁ ଚାଇଲ୍ଡ ପୋଜ୍‌ ମଧ୍ୟ କୁହାଯାଏ। ଏହି ଯୋଗ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହି ଆସନ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ଵିତ କରିଥାଏ। ପେଟର ଚର୍ବି ହଟାଇବାରେ ମଧ୍ୟ ଏହି ଆସନ ସାହାଯ୍ୟ କରେ। ଏହି ଆସନ କରିବା ପାଇଁ ଏକ ସମତଳ ଜାଗାରେ ଚଟାଇ ପକାଇ ବସନ୍ତୁ। ଏବେ ଦୁଇ ଆଣ୍ଠୁକୁ ଭାଙ୍ଗି ମୁଣ୍ଡିଆ ମାରିବା ଭଳି ମୁଣ୍ଡକୁ ତଳେ ଲଗାନ୍ତୁ ଓ ଦୁଇ ହାତକୁ ଆଗକୁ ଲମ୍ବାନ୍ତୁ। ଏଭଳି ଅତିକମ୍‌ରେ ୫ ଥର କରନ୍ତୁ। ଗର୍ଭାବସ୍ଥା ବେଳେ ବଢ଼ିଥିବା ଓଜନକୁ କମାଇବାରେ ଏହି ଆସନ ସାହାଯ୍ୟ କରିଥାଏ।

ନୌକାସନ:

ପେଟର ଚର୍ବି କମ୍‌ କରିବାକୁ ଆପଣ ନୌକାସନ ମଧ୍ୟ କରିପାରିବେ। ଏହି ଆସନ କରିବା ପାଇଁ ଗୋଡ଼ ଲମ୍ବାଇ ଚଟାଣରେ ବସନ୍ତୁ। ଏବେ ଗୋଡ଼କୁ ଉପର ଆଡ଼କୁ ଉଠାନ୍ତୁ ଓ ଶରୀରର ଉପର ଭାଗକୁ ପଛକୁ ନିଅନ୍ତୁ। ଏବେ ହାତକୁ ସିଧା କରି ଗୋଡ଼ ଆଙ୍ଗୁଠିକୁ ଧରନ୍ତୁ, ଧ୍ୟାନ ରଖିବେ ଯେମିତି ଆଣ୍ଠୁ ମଧ୍ୟ ସିଧା ରହେ। ଏହି ପୋଜିସନ୍‌ରେ ୫ରୁ ୧୦ ସେକେଣ୍ଡ ରୁହନ୍ତୁ।
ତେବେ ପ୍ରସବର ୩ରୁ ୪ ମାସ ପରେ ଏହି ଦୁଇଟି ଆସନ କରିବା ଖୁବ୍‌ ଲାଭଦାୟକ ହୋଇଥାଏ। ଗର୍ଭାବସ୍ଥାରେ ଉଷୁମ ପାଣି ପିଅନ୍ତୁ। ଏହା ମଧ୍ୟ ଓଜନକୁ ନିୟନ୍ତ୍ରଣରେ ରଖିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button