ସ୍ୱାସ୍ଥ୍ୟ

ମସ୍ତିଷ୍କ ଦୁର୍ବଳ କରିଦେବ ବୋତଲ ପାଣି! ଯଦି ଆପଣ ପିଉଛନ୍ତି, ଏବେଠୁ ହୋଇଯାଆନ୍ତୁ ସାବଧାନ

ବୋତଲରୁ ପାଣି ପିଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ। ପ୍ରଥମତଃ ଆମେ ରୋଗକୁ ଡାକିଆଣିଥାଉ ଏବଂ ଦ୍ୱିତୀୟରେ ଆମ ମସ୍ତିଷ୍କ ଦୁର୍ବଳ ହୋଇଯାଇଥାଏ। ପୂର୍ବରୁ ଲୋକେ ତମ୍ବା ଜଗ୍‌ କିମ୍ବା ଲୋଟାରେ ପାଣି ପିଉଥିଲେ। ଏହି କାରଣରୁ ସେମାନଙ୍କ ଶରୀର ରୋଗଠାରୁ କୋଶେ ଦୂରରେ ରହୁଥିଲା। କିନ୍ତୁ ଆଜିକାଲି ସମସ୍ତେ ବୋତଲ ପାଣି ପିଇବାକୁ ପସନ୍ଦ କରୁଛନ୍ତି। ସେମାନେ ଏହା ଜାଣିବାକୁ ଚାହୁଁନାହାନ୍ତି ଯେ ପ୍ଲାଷ୍ଟିକ୍‌ ବୋତଲରୁ ପାଣି ପିଇବା ଦ୍ୱାରା ମୋଟାପଣ, କ୍ୟାନସର, ମସ୍ତିଷ୍କ ସମସ୍ୟା, ମହିଳାଙ୍କୁ ଗର୍ଭାଶୟରେ ବାଞ୍ଝାପଣ ସମସ୍ୟା ହୋଇପାରେ। ଆସନ୍ତୁ ଜାଣିବା, ବୋତଲ ପାଣି ପିଇଲେ ଶରୀରକୁ କି କି କ୍ଷତି ପହଞ୍ଚିଥାଏ।

p2

୧. ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇଲେ କ୍ୟାନ୍‌ସର ହେବାର ସମ୍ଭାବନା ଥାଏ। ଖରାରେ ଯେତେବେଳେ ବୋତଲ ଗରମ ହୋଇଯାଏ, ସେଥିରେ ଥିବା କ୍ଷତିକାରକ କେମିକାଲ୍‌ ଡାଇଅକ୍ସିଜେନ୍‌ କ୍ଷରଣ ହୋଇଥାଏ। ଏହି ଡାଇଅକ୍ସିଜେନ୍‌ ପାଣିରେ ମିଶି ଆମ ଶରୀର ଭିତରକୁ ପ୍ରବେଶ କରିଥାଏ। ଏହା ଶରୀରରେ ଥିବା କୋଷିକାଗୁଡ଼ିକ ଉପରେ ଖରାପ ପ୍ରଭାବ ପକାଇଥାଏ।

p2

୨. ବୋତଲ ତିଆରିରେ ବ୍ୟବହୃତ ‘ବାଇସ୍‌ଫେନୋଲ୍‌ ଏ’ ଯୋଗୁ ମସ୍ତିଷ୍କର କାଯ୍ୟର୍କଳାପ ପ୍ରଭାବିତ ହୋଇଥାଏ। ଏପରି କି, ମଣିଷର ବୁଝିବା ଏବଂ ମନେ ରଖିବାର ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ।

୩. ‘ବାଇସ୍‌ଫେନୋଲ୍‌ ଏ’ ଯୋଗୁ ପେଟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ବିପିଏ ନାମକ ରାସାୟନିକ ପଦାର୍ଥ ଯେତେବେଳେ ପେଟ ଭିତରକୁ ଯାଏ, ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇ ନ ଥାଏ ଏବଂ କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ବଢ଼ିଯାଇଥାଏ।

p9

୪. ଗର୍ଭପାତ ହେବାର ବିପଦ ବଢ଼ିଯାଇଥାଏ। ଗର୍ଭବତୀ ଯଦି ବୋତଲରେ ପାଣି ପିଅନ୍ତି, ଏହାର ସିଧା ପ୍ରଭାବ ଶିଶୁ ଉପରେ ପଡ଼ିପାରେ। ଫଳରେ ଶିଶୁକୁ ପ୍ରୋସ୍‌ଟେଟ ଏବଂ ବ୍ରେଷ୍ଟ କ୍ୟାନସର ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button