ନୀତି

ଆଜି ଭୋଗ ଲଗାନ୍ତୁ ‘କମଳା କ୍ଷୀରି’, ମା’ ସରସ୍ୱତୀ ହେବେ ପ୍ରସନ୍ନ

ଆଜି ବସନ୍ତ ପଞ୍ଚମୀ ଏବଂ ଆଜି ବିଦ୍ୟା ଦେବୀ ମା ସରସ୍ୱତୀଙ୍କୁ ବିଭିନ୍ନ ଭୋଗ ଲଗାଯାଏ। ଏହି ଦିନରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ୍‌ ରେସିପି ନେଇ ଆସିଛୁ। ଏହି ଡିସ୍‌ ଗୁଜୁରାଟରେ ବହୁତ ଲୋକପ୍ରିୟ ବ୍ୟଞ୍ଜନ ଅଟେ ଏବଂ ଏହାକୁ ମା ସରସ୍ୱତୀଙ୍କୁ ଭୋଗ ଲଗାଇ ପ୍ରସନ୍ନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

-୫ କମଳା

– ଦୁଇ ଲିଟର କ୍ଷୀର

-୨୫୦ ଗ୍ରାମ ଚିନି

-୧/୪ ଚାମଚ ଅଳେଇଚ ପାଉଡର

-କେସର

-ଖୁଆ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ କ୍ଷୀରକୁ ଗରମ କରନ୍ତୁ। ଏହାପରେ ଚିନି ପକାଇ ଏହା ଗାଢ଼ା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ।

-ଏହାକୁ ସେତେ ଯାଏଁ ଫୁଟାନ୍ତୁ ଯେତେ ପଯ୍ୟର୍ନ୍ତ କ୍ଷୀର ଅଧା ନ ହୋଇଛି। ଏହାପରେ ଆଞ୍ଚରୁ ବାହାର କରିଦିଅନ୍ତୁ।

-ଥଣ୍ଡା ହେବା ପରେ ଏହାକୁ ଫ୍ରିଜରେ ରଖି ଦିଅନ୍ତୁ।

-ଏବେ ୩ଟି କମଳାର ରସକୁ ବାହାର କରି ରଖନ୍ତୁ ଏବଂ ଆଉ ଦୁଇଟି କମଳାକୁ ଅଲଗା ଅଲଗା କରି ଫ୍ରିଜରେ ରଖନ୍ତୁ।

-କ୍ଷୀର ଥଣ୍ଡା ହେବା ପରେ କମଳା ରସ ଏବଂ କମଳାକୁ ସେଥିରେ ମିଶାନ୍ତୁ। ଏହାପରେ ଏଥିରେ ଅଳେଇଚ ପାଉଡର ପକାନ୍ତୁ।
-ଏଥିରେ ରଖିଥିବା କେସରକୁ ବି ପକାନ୍ତୁ।

-ଏବେ ଖୁଆ ପକାଇ ମା’ ସରସ୍ୱତୀଙ୍କୁ ଭୋଗ ଲଗାଇ ନିଜେ ଖାଆନ୍ତୁ ଏବଂ ଅନ୍ୟକୁ ଖୁଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button