ବିଚାର

ସଂଧ୍ୟାରେ ସିଙ୍ଗଡା-ବରା ସହିତ ଖାଆନ୍ତୁ ଡାଳିମ୍ବ ଚଟଣୀ, ଗୋଟେ ମିନିଟରେ ହେବ ପ୍ରସ୍ତୁତ

ସବୁବେଳେ ଆପଣ ସିଙ୍ଗଡା ଏବଂ କଚୁଡି ସହିତ ଚଟଣୀ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ କେବେ ଡାଳିମ୍ବ ଚଟରୀ ଖାଇଛନ୍ତି? ଯାହା ସ୍ୱାଦରେ ଆପଣଙ୍କୁ ଜବରଦସ୍ତ ଅନୁଭବ ଦେଇଥାଏ ଏବଂ ଏହା କେବଳ ସ୍ୱାଦ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଫାଇଦାପୂର୍ଣ୍ଣ। ତେବେ ଆସନ୍ତୁ ଜାଣିବା ଡାଳିମ୍ବ ଚଟଣୀ ବନାଇବାର ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ଡାଳିମ୍ବ ରସ – ୨ କପ୍‌

ଚିନି – ୧/୪ କପ୍‌

ଡାଳିମ୍ବ ଦାନା – ୧ ବଡ ଚାମଚ

ଡାଲଚିନି ପାଉଡର – ୧/୪ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ଡାଳିମ୍ବ ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଡାଳିମ୍ବ ରସ ଏବଂ ଚିନି ପକାଇ ଅଧା ହେବା ପଯ୍ୟର୍ନ୍ତ ଫୁଟାନ୍ତୁ।

-ଏହାପରେ ଏଥିରେ ଡାଲଚିନି ପାଉଡର, ଜିରା ପାଉଡର, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାଇ ଏକ ମିନିଟ୍‌ ଚଲାନ୍ତୁ।

-ଏବେ ଏଥିରେ ବଡ ଚାମଚ ଡାଳିମ୍ବ ଦାନା ପକାଇ ମିକ୍ସ କରନ୍ତୁ ଏବଂ ଏହାକୁ ଘୋଡାଇ ଗ୍ୟାସ ବନ୍ଦ କରିଦିଅନ୍ତୁ।

-ଥଣ୍ଡା ହେବା ପରେ ଏହାକୁ କାଚ ଜାରରେ ରଖନ୍ତୁ।

-ଡାଳିମ୍ବ ଚଟଣୀକୁ ଆପଣ ସିଙ୍ଗଡା କିମ୍ବା ବରା ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button