ଧର୍ମ

ଗୁଣି ଗାରେଡିରେ ପ୍ରୟୋଗ ହୁଏ ଋତୁସ୍ରାବ ରକ୍ତ! ଆଜି ବି ଲୋକଙ୍କ ମନରେ ରହିଛି ମାସିକ ଧର୍ମ ସମ୍ବନ୍ଧୀୟ ଏହି ୬ଟି ଅନ୍ଧବିଶ୍ୱାସ

ଯେତେବେଳେ ଯୁବତୀ ଓ ମହିଳାଙ୍କଠାରେ ମାସିକ ଧର୍ମ ବା ଋତୁସ୍ରାବ ଆସିଥାଏ, ସେହି ସମୟରେ ସେମାନଙ୍କୁ ସମସ୍ତଙ୍କଠାରୁ ଅଲଗା କରି ରଖାଯାଏ। ଏଥିଯୋଗୁ ନା ସେମାନେ କୌଣସି କାମ କରିପାରନ୍ତି ନା କୌଣସି ଜାଗାକୁ ଯାଇପାରନ୍ତି। ଏହି ସମୟରେ ସେମାନଙ୍କୁ କେବଳ ଗୋଟିଏ ବନ୍ଦ କୋଠରୀରେ ରହିବାକୁ ପଡ଼ିଥାଏ। କାରଣ, ସେମାନଙ୍କ ଛାଇ କାହା ଉପରେ ପଡ଼ିଲେ ଅଶୁଦ୍ଧ ହୋଇଯିବ ବୋଲି କୁହାଯାଏ। ଆଜି ବି ଲୋକଙ୍କ ମନରେ ଏହାକୁ ନେଇ ରହିଛି ଅନେକ ଅନ୍ଧବିଶ୍ୱାସ। ଆସନ୍ତୁ ଜାଣିବା ଏହି ସବୁ ଅନ୍ଧବିଶ୍ୱାସ ବା ଭ୍ରାନ୍ତ ଧାରଣା ସମ୍ପର୍କରେ।

t1

୧. ଗଛ ଛୁଇଁବା ମନା

ମାସିକ ଧର୍ମ ବେଳେ ଗଛ ଛୁଇଁବାକୁ ମନା କରାଯାଇଥାଏ। ଏହି ସମୟରେ ଯୁବତୀ କିମ୍ବା ମହିଳା ଯଦି ଗଛରେ ପାଣି ଦିଅନ୍ତି, ତା’ହେଲେ ତାହା ମରିଯାଇଥାଏ। କାରଣ, ଋତୁବତୀ ଝିଅକୁ ଅଶୁଦ୍ଧ ବୋଲି ଗଣାଯାଏ।

t2

୨. ଆଚାର ଛୁଇଁବା ଉଚିତ ନୁହେଁ

ଆଚାରକୁ ଋତୁବତୀ କନ୍ୟା ଛୁଇଁବା କଥା ନୁହେଁ। ଯଦି ଏପରି କରିବେ, ତେବେ ଆଚାର ଫିମ୍ପି ମାରିଯିବ ବୋଲି ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଆସିଛି।

t3

୩. ପାମ୍ପଡ ଛୁଇଁବା ମନା

ମାସିକ ଧର୍ମ ସମୟରେ ପାମ୍ପଡଠାରୁ ଦୂରେଇ ରହିବାକୁ କୁହାଯାଇଥାଏ। ଏଥିରେ ହାତ ମାରିଲେ ପାମ୍ପଡର ରଙ୍ଗ ବଦଳିଯାଏ ବୋଲି ଅନ୍ଧବିଶ୍ୱାସ ରହିଛି।

t5

୪. ସମ୍ବନ୍ଧ ବନାନ୍ତୁ ନାହିଁ

ଋତୁବତୀ ମହିଳାଙ୍କୁ ସମ୍ବନ୍ଧ ରଖିବାକୁ ମନା କରାଯାଇଥାଏ। କୁହାଯାଏ, ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ସ୍ୱାମୀ ଅସୁସ୍ଥ ହୋଇପଡ଼ନ୍ତି।

t6

୫. ରୋଷେଇ ଘରକୁ ନ ଯିବା

ଆଜି ବି ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ ମାସିକ ଧର୍ମ ବେଳେ ଯୁବତୀ ଓ ମହିଳାଙ୍କୁ ରୋଷେଇ ଘରକୁ ଯିବା ବାରଣ। କାରଣ, ସେମାନେ ଘରର ପରିବେଶକୁ ଖରାପ କରିଦିଅନ୍ତି।

t77

୬. ଗୁଣି ଗାରେଡି

ଏହି ସମୟରେ ମହିଳାଙ୍କ ରକ୍ତ ଅପରିଷ୍କାର ହୋଇଥାଏ। ତେଣୁ ଏହାକୁ ଗୁଣି ଗାରେଡିରେ ଉପଯୋଗ କଲେ ଭଲ ଫଳ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button