ସ୍ୱାସ୍ଥ୍ୟ

କେବଳ ପାଟିକୁ ସ୍ୱାଦ ନୁହେଁ ଶରୀର ପାଇଁ ଲାଭକାରୀ ହୋଇଥାଏ ଚିଙ୍ଗୁଡି

ଆପଣ ଚିଙ୍ଗୁଡି ନିଶ୍ଚିତ ଖାଇଥିବେ। ଏହା ଖାଇବାକୁ ବହୁତ ଟେଷ୍ଟି। ଏହା ଖାଇବା ଶରୀର ପାଇଁ ହିତକର ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ପ୍ରୋଟିନ, ଭିଟାମିନ, ନ୍ୟୁଣ୍ଟ୍ରିଏଣ୍ଟସ୍‌ ଏବଂ ଜଳୀୟ ଅଂଶ ବହୁତ ଥାଏ, ଯାହା ଶରୀର ପାଇଁ ଫାଇଦାଯୁକ୍ତ। ଯେଉଁ ଲୋକ ଖାଇବାରେ କମ୍‌ କ୍ୟାଲୋରୀ ପସନ୍ଦ କରନ୍ତି, ସେମାନନେ ଚିଙ୍ଗୁଡି ଖାଇବା ଉଚିତ। ଆସନ୍ତୁ ଜାଣିବା ଚିଙ୍ଗୁଡି ଖାଇବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର..

prawn 1

– ଚିଙ୍ଗୁଡିରେ ଥିବା ମିନେରାଲ୍ସ କେଶ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଶରୀରରେ ଜିଙ୍କ କମ୍‌ ହେଲେ କେଶ ଝଡିବା ସମସ୍ୟା ଦେଖାଦିଏ। କିନ୍ତୁ ଚିଙ୍ଗୁଡି ଖାଇଲେ ଶରୀରରେ ଜିଙ୍କର ଅଭାବ ରହେ ନାହିଁ।

– ଚିଙ୍ଗୁଡି ଖାଇବା ମଧ୍ୟ ଆଖି ପାଇଁ ଲାଭକାରୀ। ଯେଉଁମାନେ କମ୍ପ୍ୟୁଟରେ ଦିନ ତମାମ କାମ କରୁଛନ୍ତି, ସେମାନେ ଚିଙ୍ଗୁଡି ଖାଇବା ଉଚିତ।

– ଚିଙ୍ଗୁଡିର ଭରପୂର ମାତ୍ରାରେ ଆଇରନ ରହିଥାଏ, ଯାହା ଶରୀର ହିମୋଗ୍ଲୋବିନ ବୃଦ୍ଧି କରିଥାଏ। ଫଳରେ ଆପଣଙ୍କ ମସ୍ତିଷ୍କ ଏବଂ ବାକି ଶିରାପ୍ରଶିରାକୁ ମଜବୁତ କରିଥାଏ।

prawn

– ଚିଙ୍ଗୁଡିରେ ଥିବା ପ୍ରୋଟିନ ଏବଂ ଭିଟାମିନ, କ୍ୟାଲସିୟମ ରହିଥାଏ, ଯାହା ହାଡକୁ ମଜବୁତ କରିଥାଏ।

– ପିରିଅଡ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଚିଙ୍ଗୁଡି।

– ତ୍ୱଚାରେ ପଡିଥିବା ଭାଙ୍ଗରୁ ରକ୍ଷା ପାଇବା ପାଇଁ ଚିଙ୍ଗୁଡି ଖାଇବା ଉଚିତ। ଏହାଛଡା ଦାଗ ଦୂର କରିଥାଏ ଚିଙ୍ଗୁଡି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button