ବିଚାର

ଇମ୍ୟୁନ୍‌ ସିଷ୍ଟମକୁ ମଜବୁତ୍‌ କରିବ ଆଉ ସଂକ୍ରମଣ ସହିତ ମୁକାବିଲା କରିବ ଏହି ସୁପ୍‌

ବଢ଼ୁଥିବା କରୋନା ଭାଇରସର ସଂକ୍ରମଣକୁ ମାତ୍‌ ଦେବା ପାଇଁ ଜରୁରୀ ଅଟେ ଆପଣଙ୍କ ଶରୀରରେ ଇମ୍ୟୁନିଟୀ ପାଓ୍ଵାର ମଜବୁତ ରହିବା। ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍‌ ରହିଥିବ ତେବେ ଆପଣ ବହୁତ ସହଜରେ କରୋନା ଠାରୁ ଲଢ଼େଇ କରିପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ବ୍ରୋକଲୀ ସୁପ୍‌’ ବନାଇବାର ପ୍ରସ୍ତୁତି। ଏହା ସାହାଯ୍ୟରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତତ।

ଆବଶ୍ୟକ ସାମଗ୍ରୀ

ବ୍ରୋକଲୀ – ୩୦୦ ଗ୍ରାମ

ଟମାଟୋ – ୩ଟି

ଆଳୁ – ୨

ଗୋଲମରୀଚ – ୭ଟି ଦାନା

ଲବଙ୍ଗ – ୪ କୋଲା

ଅଦା – ୧ ଇଞ୍ଜ

ଡାଲଚିନି – ୧

ଲହୁଣୀ – ୨ ଟେବୁଲ ଚାମଚ

ଲୁଣ – ସ୍ୱାଦାନୁସାରେ

ଧନିଆ ପତ୍ର – ୧ ଟେବୁଲଚାମଚ

ପାଣି – ୪ କପ୍‌

ପ୍ରସ୍ତୁତି ପ୍ରଣାଳୀ

-ବ୍ରୋକଲୀକୁ ପାଣିରେ ୫ ମିନିଟ୍‌ ପଯ୍ୟର୍ନ୍ତ ସିଝାଇ ଦିଅନ୍ତୁ।

-ଏବେ ଏକ ପ୍ୟାନରେ ଲହୁଣୀ, ଗୋଲମରୀଚ, ଲବଙ୍ଗ ଏବଂ ଡାଲଚିନି ପକାଇ ଭାଜନ୍ତୁ।

-ଏବେ ଏଥିରେ ଅଦା, ଆଳୁ, ଟମାଟୋ ଏବଂ ଅଳ୍ପ ପାଣି ପକା ତଡକା ଲଗାନ୍ତୁ।

-ଏହାପରେ ଏହି ତଡକାକୁ ସାମାନ୍ୟ ବାଟି ଦିଅନ୍ତୁ।

-ଏବେ ଏକ ପ୍ୟାନରେ ବ୍ରୋକଲୀ, ମିକ୍ସଚର, ପାଣୀ ଏବଂ ଲୁଣ ପକାଇ ୧-୨ ମିନିଟ୍‌ ପକାନ୍ତୁ।

-ଏବେ ଆପଣଙ୍କର ସୁପ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ଏହାକୁ ଧନିଆରେ ଗାର୍ନିସ୍‌ କରି ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button