ସ୍ୱାସ୍ଥ୍ୟ

ଶରୀରରେ ରୋଧ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏପରି ପ୍ରସ୍ତୁତ କରନ୍ତୁ ହର୍ବାଲ ଟି’

କରୋନା ଭାଇରସର ଭୟ ସାରା ବିଶ୍ୱରେ ବ୍ୟାପି ଚାଲିଛି। ଏଥିରେ ଆପଣାମନେ ବିଲକୁଲ୍‌ ଡରନ୍ତୁ ନାହିଁ ବରଂ ନିଜଶରୀର ଏବଂ ଆଖପାଖ ଜାଗାକୁ ଭଲଭାବେ ସଫା ରଖନ୍ତୁ। ଏଥିସହ ଶରୀରର ପ୍ରତିରୋଧକ କ୍ଷମତା ବଢାଇବା ଭଳି ଜିନିଷ ନିଜ ଡାଏଟ୍‌ ରେ ସାମିଲ କରନ୍ତୁ। ତେବେ ଆଜି ଆମେ ଆପଣଙ୍କୁ ଶରୀରରେ ଇମ୍ୟୁନିଟ୍‌ ବୁଷ୍ଟ କରିବା ପାଇଁ କିପରି ଘରେ ସହଜରେ ଚା’ ପ୍ରସ୍ତୁତ କରିପାରିବେ ସେହି ବିଷୟରେ କହିବୁ। ଯାହା ଆପଣଙ୍କୁ ଏହି ଭାଇରସରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।

herbal-teaଆବଶ୍ୟକୀୟ ସାମଗ୍ରୀ:

ଲେମ୍ବୁ ରସ- ୧ଚାମଚ

ଜୁଆଣି ଫୁଲ- ୧ଚାମଚ

ଅଦା- ଛୋଟ ଖଣ୍ଡ

ମହୁ- ୨ଚାମଚ

ଆପଲ୍‌ ସାଇଡର ସିରକା- ୧ଚାମଚ

ରସୁଣ- ୧କୋଲା

ପାଣି- ୧କପ୍‌

green-teaପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ପାଣିରେ ଜୁଆଣି ଫୁଲ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ପାଣିରେ ଭଲଭାବେ ସିଝିଗଲା ପରେ ପାଣିରୁ ବାହାର କରିଦିଅନ୍ତୁ। ଏବେ ସେହି ପାଣିରେ ବାକି ସବୁ ସାମଗ୍ରୀ ମିଶାନ୍ତୁ। ଶେଷରେ ସେଥିରେ ରସୁଣକୁ ଛୋଟ ଛୋଟ କରି କାଟି ପକାଇଦିଅନ୍ତୁ। ଏବେ ଆପଣଙ୍କ ଚା’ ପ୍ରସ୍ତୁତ। ଆପଣ ଏହାକୁ ଗୋଟିଏ ଦିନରେ ୨ ରୁ ୩ ଥର ସେବନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button