ବିଚାର

କଦଳୀ କିଣିବା ପୂର୍ବରୁ ଜାଣିରଖନ୍ତୁ ଏହି ୪ଟି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍‌ କ୍ଷତିରେ ପଡ଼ିପାରନ୍ତି

କଦଳୀ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏହା ଏକ ଏଭଳି ଫଳ ଯାହା ବର୍ଷ ସାରା ବଜାରରେ ଉପଲବ୍ଧ ହୋଇଥାଏ। କଦଳୀ ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍‌, ମିନେରାଲ୍ସ, ଆଇରନ୍‌ ଓ ଶକ୍ତି ମିଳିଥାଏ। ଖାସ୍‌ କରି ଛୋଟ ପିଲାଙ୍କୁ ଦିନକୁ ଗୋଟିଏ ଲେଖାଏଁ କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ। ତେବେ କଦଳୀ କିଣିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା କ’ର ତାହା…

Bananas: Health benefits, tips, and risks

କଦଳୀର ରଙ୍ଗ:

ସବୁବେଳେ ହଳଦିଆ ରଙ୍ଗ ଦେଖି କଦଳୀ କିଣନ୍ତୁ। ଯଦି ଏହା ଉପରେ କଳା କଳା ଦାଗ ହୋଇଯାଇଛି, ତେବେ ସେଭଳି କଦଳୀ କିଣନ୍ତୁ ନାହିଁ। କଳା ରଙ୍ଗ ଥିବା କଦଳୀ ଶୀଘ୍ର ଖରାପ ହୋଇଯାଏ।

କେତେ କଦଳୀ ଖାଉଛନ୍ତି:

ଯେତିକି ଖାଇବେ ସେତିକି କଦଳୀ ହିଁ କିଣନ୍ତୁ। କାରଣ ଅଧିକ ଦିନ ରହିବା ପରେ କଦଳୀ ଉପରେ କଳା କଳା ଦାଗ ହୋଇଯାଏ ଓ ଏହାର ଭିଟାମିନ୍‌ ମଧ୍ୟ କମିଯାଏ।

Is it safe to eat bananas at night? | The Times of India

କଦଳୀର ଆକାର:

ସବୁବେଳେ ମୋଟା ଓ ବଡ଼ ଆକାରର କଦଳୀ କିଣନ୍ତୁ। କାରଣ ଏଭଳି କଦଳୀ ଭିତରୁ ମଧ୍ୟ ଭଲଭାବେ ପାଚିଥାଏ ଓ ଏହାର ସ୍ୱାଦ ମଧ୍ୟ ମିଠା ଥାଏ। କିନ୍ତୁ ଛୋଟ ଆକାରର କଦଳୀ ବାହାରକୁ ହଳଦିଆ ଦେଖାଯାଉଥିଲେ ମଧ୍ୟ ଭିତରୁ କଞ୍ଚା ଥାଏ।

କଦଳୀ ଚୋପା:

ଯଦି କଦଳୀର ଚୋପା ସବୁଜ ରଙ୍ଗର ଦିଶୁଛି ତେବେ ତାହା କଞ୍ଚା ଅଛି। ଏଭଳି କଦଳୀ କିଣିବା ପରେ ତୁରନ୍ତ ଖାଇ ହୋଇନଥାଏ। ଏଣୁ ସବୁବେଳେ ହଳଦିଆ ହୋଇଥିବା କଦଳୀ ହିଁ କିଣନ୍ତୁ। ଏହା ପାଟିକୁ ସୁଆଦିଆ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button