ସ୍ୱାସ୍ଥ୍ୟ

ଶରୀରର ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେଉଛି ଏହି ୫ଟି ଖାଦ୍ୟ, ସର୍ବଦା ଦୂରେଇ ରୁହନ୍ତୁ

ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତ୍ୱ ସହିତ ବିଭିନ୍ନ ଉପାୟ ଆପଣାଉଛନ୍ତି। ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଖାଦ୍ୟ ଆପଣାଉଛନ୍ତି ଏବଂ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ଆପଣ ପ୍ରତିଦିନ ଖାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ଉପରେ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣିବା, କ’ଣ ଏହି ସବୁ ଖାଦ୍ୟ…

mada

ଅତ୍ୟଧିକ ମଦ୍ୟପାନ କରିବା :

ମଦ ପିଇବା ଶରୀର ପାଇଁ କ୍ଷତିକାରକ। ଏକଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଯେଉଁ ଲୋକ ଅଧିକ ମଦ ପିଉଛନ୍ତି, ସେମାନଙ୍କ ଇମ୍ୟୁନିଷ୍ଟ ସିଷ୍ଟମକୁ ଦୁର୍ବଳ କରିଥାଏ।

ଲୁଣ ଅଧିକ ଖାଇବା :

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ମାତ୍ରାରେ ଲୁଣ ସେବନ କରିବା ଇମ୍ୟୁନ ସିଷ୍ଟମକୁ ଦୁର୍ବଳ କରିଥାଏ। ଅଧିକ ମାତ୍ରାରେ ଲୁଣ ଖାଇବା ଯୋଗୁଁ ଶରୀରର ବ୍ୟାକ୍ଟେରିଆ ସହିତ ଲଢିବାର କ୍ଷମତା କମ୍‌ ହୋଇଯାଏ।

 

ମିଠା ଅଧିକ ଖାଇବା :

ମିଠା ଅଧିକ ଖାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ମଧ୍ୟ ଦୁର୍ବଳ ହୋଇଥାଏ। ମିଠା ଜିନିଷ ଅଧିକ ଖାଇବା ଦ୍ୱାରା ଡାଇବେଟିଜ ବିପଦ ରହିଥାଏ। ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବା ପାଇଁ ମିଠା ଖାଇବା କମ୍‌ କରନ୍ତୁ।

5555

କଫି ପିଇବା :

ଅଧିକ ମାତ୍ରାରେ କଫି ପିଇବା ମଧ୍ୟ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଥାଏ। କ୍ୟାଫିନରେ ଅଧିକ ମାତ୍ରାରେ ପିଇବା ଦ୍ୱାରା ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଶୋଇବାର ୬ ଘଣ୍ଟା ପୂର୍ବରୁ କଫି ପିଇବା ଉଚିତ ନୁହେଁ।

dhh

ସୋଡା, ଏନର୍ଜିୀ ଡ୍ରିଙ୍କ :

ଅତ୍ୟଧିକ ସୋଡା ଏବଂ ଏନର୍ଜି ଡ୍ରିଙ୍କ ପିଇବା ଦ୍ୱାରା ମଧ୍ୟ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଅଧିକ ସୋଡା ଏବଂ ଏନର୍ଜିୀ ଡ୍ରିଙ୍କ ପିଇବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button