ଜୀବନଶୈଳୀ

ଗର୍ଭବତୀ ମହିଳାଙ୍କ ବ୍ଲଡପ୍ରେସରରୁ ଜାଣିହେବ ଗର୍ଭରେ ପୁଅ ଅଛି ନା ଝିଅ ! ରିସର୍ଚ୍ଚରୁ ହେଲା ଖୁଲାସା

କାନାଡାର ମାଉଣ୍ଟ ସିନାଇ ହସପିଟାଲର ଏକ ରିସର୍ଚ୍ଚର ରିପୋର୍ଟରୁ ଜଣାପଡିଛି ଆପଣଙ୍କ ଗର୍ଭରେ ପୁଅ ଅଛି ନା ଝିଅ। ହସପିଟାଲର ରିସର୍ଚ୍ଚର ଟିମ୍ ନିଜର ଅଧ୍ୟୟନରେ ପାଇଛନ୍ତିchild se ଗର୍ଭାବସ୍ଥା ସମୟରେ ମାଆର ବ୍ଲଡପ୍ରେସରରୁ ପିଲାର ଲିଙ୍ଗ ବିଷୟରେ ଜଣାପଡିବ।

ରିସର୍ଚ୍ଚରଙ୍କ ଅନୁଯାୟୀ ଯଦି ଗର୍ଭାବସ୍ଥା ପୂର୍ବରୁ କିମ୍ବା ସେହି ସମୟରେ ମହିଳାଙ୍କ ବ୍ଲଡପ୍ରେସର ଅଧିକ ରହିଥାଏ ତାହେଲେ ଗର୍ଭରେ ପୁଅ ଥିବା ଅନୁମାନ କରାଯାଏ। ସେହିପରି ଯଦି ବ୍ଲଡପ୍ରେସର କମ୍ ରହିଥାଏ, ତାହେଲେ ଝିଅ ଅଛି ବୋଲି ସମ୍ଭାବନା କରାଯାଉଛି। ହସପିଟାଲର ରିସର୍ଚ୍ଚର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ରବି କରତ୍ନାକରଣଙ୍କ ନେତୃତ୍ୱରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

pregnantଡାକ୍ତର ରବି ଜଣାଇଛନ୍ତି ଯେ ବ୍ଲଡପ୍ରେସର ଜରିଆରେ ଏଭଳି ତଥ୍ୟ ସାମ୍ନାକୁ ଆସିନଥିଲା କିନ୍ତୁ ରିସର୍ଚ୍ଚରେ ଏହା ସଫା ସଫା ଦେଖାଗଲା ଯେ ମହିଳାଙ୍କ ବ୍ଲଡପ୍ରେସର ପିଲାଙ୍କ ଲିଙ୍ଗ ଉପରେ ପ୍ରଭାବ ପକାଇଥାଏ।

ରିପୋର୍ଟ ଅନୁଯାୟୀ ଏହି ରିସର୍ଚ୍ଚ ୨୦୦୯ ମସିହାରେ ଚୀନରେ ଆରମ୍ଭ ହୋଇଥିଲା। ଚୀନର ଲିୟୁୟାଙ୍ଗ ପ୍ରାନ୍ତର ପ୍ରାୟ ୩୩୭୫ ଗର୍ବଭତୀ ମହିଳାଙ୍କୁ ଏହି ରିସର୍ଚ୍ଚରେ ସାମିଲ କରାଯାଇଥିଲା। ସେହିପରି ଅନୁସନ୍ଧାନକାରୀ ମାନେ ୧୯୬୨ ମହିଳାଙ୍କ ବ୍ଲଡପ୍ରେସର ବ୍ୟତୀତ କୋଲେଷ୍ଟ୍ରଲ, ଟ୍ରାଇଗ୍ଲିସରାଇଡସ୍ ଏବଂ ଗ୍ଲୁକୋଜ ମଧ୍ୟ ଯାଞ୍ଚ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button