ସ୍ୱାସ୍ଥ୍ୟ

ଆପଣଙ୍କ ଶରୀରରେ ହୋଇଛି କି ନାଲି ଦାଗ, ତାହେଲେ ଏମିତି ଉପାୟରେ ପାଆନ୍ତୁ ମୁକ୍ତି

ପ୍ରାୟ ସମୟରେ ଦେଖିଥିବେ ଗରମ ଏବଂ ଝାଳ କାରଣରୁ ତ୍ୱଚାରେ ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ସ୍କିନ୍‌ ଆଲର୍ଜି କିମ୍ବା ସଂକ୍ରମଣ କାରଣରୁ ଶରୀରରେ ଲାଲ ରଙ୍ଗ ଭଳି ଚିହ୍ନ ହୋଇଯାଏ। ଯାହାକୁ ଘିମିରି ମଧ୍ୟ କୁହାଯାଏ। ତେବେ ତ୍ୱଚାରେ ଲାଲ ଦାଗ ଏବଂ ଯନ୍ତ୍ରଣା କୁଣ୍ଡେଇହେବା ଠାରୁ କେମିତି ରକ୍ଷା ପାଇବେ ଆଜି ଆମେ ଆପଣଙ୍କୁ ଜଣାଇବୁ। କିଛି ଘରୋଇ ଉପାୟ ଦ୍ୱାରା ଆପଣ ଏହି ଛୋଟ ଛୋଟ ନାଲି ରଙ୍ଗର ଦାଗ ଠାରୁ ମୁକ୍ତି ପାରଇପାରିବେ।

-ସ୍କିନ ପ୍ରୋବଲେମ୍‌ ଏବଂ ଆଲର୍ଜି ଦୂର କରିବା ପାଇଁ ଆଲୋବେରା ବହୁତ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ। ଏହା ଘିମିରି, ନାଲି ଦାଗ ଏବଂ ଜ୍ୱଳନ ଠାରୁ ମୁକ୍ତି ଦେଇଥାଏ।

-ଟମାଟୋ ରସ ଲଗାଇବା ଦ୍ୱାରା ମଧ୍ୟ ଲାଲ ଦାଗ ଦୂର ହୋଇଥାଏ। ଏହାସହିତ ଏହାଦ୍ୱାରା ଟ୍ୟାନିଙ୍ଗ ଏବଂ ସନବର୍ଣ୍ଣ ମଧ୍ୟ ଦୂର ହୋଇଥାଏ। ନଡିଆ ତେଲକୁ ସାମାନ୍ୟ ଉଷୁମ କରି ସ୍କିନରେ ବାହାରିଥିବା ଲାଲ ଦାଗ ଉପରେ ଲଗାନ୍ତୁ। ଏହାଦ୍ୱାରା ଦାନା ମଧ୍ୟ ଦୂର ହେବା ସହିତ ତ୍ୱଚାରୁ ଦାଗ ମଧ୍ୟ ଦୂର ହୋଇଥାଏ।

-ଲିମ୍ବ ତେଲକୁ ନାଲି ଦାଗ ଉପରେ ଲଗାଇବା ଦ୍ୱାରା ବହୁତ ଆରାମ ମିଳିଥାଏ। ଆପଣ ଚାହିଁଲ ଲିମ୍ବ ପତ୍ରକୁ ପାଣିରେ ଫୁଟାଇ ଥଣ୍ଡା କରି ସେହି ପାଣିରେ ସ୍ନାନ କରନ୍ତୁ। ଏହାଦ୍ୱାରା ସବୁ ଚର୍ମ ସମସ୍ୟା ଠାରୁ ମୁକ୍ତି ମିଳିଥାଏ।

-ଗ୍ରୀନ ଟିକୁ ପାଣିରେ ପକାଇ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗରମ କରନ୍ତୁ। ଏହାପରେ ଏହାକୁ ଥଣ୍ଡା କରି ତୁଳା ସାହାଯ୍ୟରେ ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାପରେ ୩୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏମିତି ଦୁନରେ ଥରେ କରନ୍ତୁ। ଏହାପରେ ଦେଖିବେ ଆପଣଙ୍କ ନାଲି ଦାଗ ଆପେ ଆପେ ଗାୟବ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button