ଜୀବନଶୈଳୀ

ଭୁଲ୍‌ରେ ମଧ୍ୟ ଦ୍ୱିପ୍ରହରରେ କରନ୍ତୁ ନାହିଁ ଏହି କାମ, ନଷ୍ଟ ହୋଇଯିବ ଆପଣଙ୍କ ଧନ, ସୁଖ ଏବଂ ସମୃଦ୍ଧି

ଆପଣ ସକାଳେ, ଦ୍ୱିପ୍ରହରରେ, ସନ୍ଧ୍ୟାରେ ବିଭିନ୍ନ ପ୍ରକାର କାମ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦ୍ୱିପ୍ରହରେ ଏମିତି କିଛି କାମ ରହିଛି ଯାହାକୁ କରିବାକୁ ବାରଣ କରାଯାଇଛି। ଏହିସବୁ କାମ ଯଦି ଆପଣ ଦ୍ୱିପ୍ରହରରେ କରନ୍ତି ତେବେ ଧନ ଏବଂ ସୁଖ ନଷ୍ଟ ହୋଇଯାଏ। ଏହି କାମ କରିବା ଦ୍ୱାରା କେବଳ ଲକ୍ଷ୍ମୀ ନୁହନ୍ତି ବରଂ ଗ୍ରହ ମଧ୍ୟ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା, ଶାସ୍ତ୍ରରେ କେଉଁ ସବୁ କାମକୁ ଦ୍ୱିପ୍ରହରରେ କରିବାକୁ ବାରଣ କରାଯାଇଛି।

ଶାସ୍ତ୍ର ଅନୁସାରେ, ଦ୍ୱିପ୍ରହର ସମୟରେ ସୂର୍ଯ୍ୟ ଦେବତାକୁ କେବେ ବି ଜଳ ଅର୍ପଣ କରିବା ଉଚିତ ନୁହେଁ। ସେହି ସମୟରେ ସୂର୍ଯ୍ୟଙ୍କ ପ୍ରଭାବ ବେଶୀ ରହିଥାଏ। ସେହି ସମୟରେ ଜଳ ଅର୍ପଣ କଲେ, ସେଭଳି ପ୍ରଭାବ ପକାଇଥାନ୍ତି। ଏହି ସମୟରେ ଜଳ ଅର୍ପଣ କଲେ ସୂର୍ଯ୍ୟଙ୍କ ଶୁଭ ପ୍ରଭାବ କମ୍‌ ପଡିଥାଏ। ଏମିତିରେ ରୋଗ, ଧନ ସମ୍ପତ୍ତି, ପୈତୃକ ସମ୍ପତ୍ତି ସହିତ ଜଡିତ କ୍ଷେତ୍ରରେ ଲାଭ କମ୍‌ ମିଳିଥାଏ। ତେଣୁ କେବେ ବି ଏହି ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ।

640

ଶାସ୍ତ୍ର ଅନୁସାରେ ଦିନରେ ଶୋଇବା ବହୁତ ଖରାପ ଅଭ୍ୟାସ ହୋଇଥାଏ। ଫଳରେ ମା’ ଲକ୍ଷ୍ମୀ ନାରାଜ ହୋଇଯାନ୍ତି। ଦିନରେ ଶୋଇଲେ ବାତ ଦୋଷ ମଧ୍ୟ ଲାଗିଥାଏ। ତେଣୁ ଏହି ସମୟରେ ଶୋଇବା ଉଚିତ ନୁହେଁ।

ଆଉ କେବେ ବି ଦ୍ୱିପ୍ରହର ସମୟରେ ହନୁମାନଙ୍କ ପୂଜା କରିବା ଉଚିତ ନୁହେଁ। ହନୁମାନ ରାମାୟଣରେ ବିଭୀଷଣଙ୍କୁ କହିଥିଲେ ଯେ, ସେ ଦ୍ୱିପ୍ରହରରେ ଲଙ୍କାରେ ରହିବେ। ତେଣୁ ଦିନ ୧୨ରୁ ୪ଟା ମଧ୍ୟରେ ତାଙ୍କ ପୂଜା କରିବାରେ କୌଣସି ଫାଇଦା ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button