ଜୀବନଶୈଳୀ

ହାଡଜନିତ ସମସ୍ୟା ଏବଂ କୋଲେଷ୍ଟ୍ରଲ କମ୍‌ କରିବା ନାସପତି, ଜାଣନ୍ତୁ ଆଉ କ’ଣ ଦେବ ଫାଇଦା

ସେଓ ଭଳି ମିଠା ଏବଂ ରସରେ ଭରପୂର ନାସପତି। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ଶରୀର ପାଇଁ ଉପକାରୀ। ନାସପତି ଏପରି ଏକ ଫଳ ଯାହାର ପୋଷକ ତତ୍ତ୍ୱ ବିଷୟରେ ବିଶେଷ କାହାକୁ ଜଣାନଥାଏ। ଏଥିପାଇଁ ଏହା ଆଜି ମଧ୍ୟ ବହୁତ କମ୍‌ ଲୋକ ଖାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନାସପତି ଖାଇବା ଦ୍ୱାରା ଅନ୍ୟ କୌଣସି ଫଳ ତୁଳନାରେ ବେଶୀ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା କ’ଣ ଏହାର ଲାଭ..

– ନାସପତିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଫାଇବର ଯୋଗୁଁ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଏଥିରେ ଥିବା ପ୍ରାକ୍ଟିନ ନାମକ ତତ୍ତ୍ୱ କୋଷ୍ଠକାଠିନ୍ୟ ରୋଗ ପାଇଁ ରାମବାଣ ହୋଇଥାଏ।

– ନାସପତି ଚୋପା ସବୁଠାରୁ ଅଧିକ ଫାଇଦା ଦେଇଥାଏ। ଏଥିପାଇଁ ଏହାର ଚୋପାରେ ୩ରୁ ୪ ଗୁଣା ଅଧିକ ଫାଇଟୋନ୍ୟୁଣ୍ଟ୍ରିଆଣ୍ଟ ରହିଛି। ଏହି ତତ୍ତ୍ୱ ଇମ୍ୟୁନିଟି ବଢାଇଥାଏ। ରିସର୍ଚ୍ଚ ମୁତାବକ, ଏହା କ୍ୟାନସର ଏବଂ ହୃଦ ସମ୍ବନ୍ଧୀୟ ରୋଗକୁ ଦୂରେଇ ରଖିଥାଏ।

pear

– ନାସପତିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ, ଯାହା ହିମୋଗ୍ଲୋବିନ ସ୍ତର ବଢାଇଥାଏ। ଏନିମିଆ ଗ୍ରସ୍ତ ରୋଗୀଙ୍କୁ ସୁରକ୍ଷା ଦେଇଥାଏ ନାସପତି।

– ନାସପତିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ କରିଥାଏ।

peard

– ନାସପତିରେ ଥିବା ପାକ୍ଟିନ କୋଲେଷ୍ଟ୍ରଲକୁ କମ୍‌ କରିଥାଏ।

– ଯଦି ଆପଣଙ୍କ ହାଡ ଜନିତ ସମସ୍ୟା ରହିଛି, ତେବେ ନାସପତି ଖାଇଲେ ଫାଇଦା ମିଳିଥାଏ। ଏଥିରେ ଥିବା ବେରାନ ନାମକ ରାସାୟନିକ ତତ୍ତ୍ୱ କ୍ୟାଲସିୟମ ଲେବଲକୁ ସଠିକ୍‌ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button