ରାଶିଫଳ

ଭାରତୀୟ ଜୀବନ ଶୈଳୀରେ ଚାହା ଯେମିତି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରାୟ ଅଧିକାଂଶ ଭାରତୀୟଙ୍କ ଦିନର ଆରମ୍ଭ ଗୋଟିଏ କପ ଚାହାରୁ ହିଁ ହୋଇଥାଏ । ଗୋଟେ କପ କଡ଼ା ଚାହା ପିଇଦେଲେ ଯେମିତି ମସ୍ତିସ୍କରୁ ଆରମ୍ଭ କରି ଶରୀର ପର୍ଯ୍ୟନ୍ତ ସବୁ ରିଫ୍ରେଶ ହୋଇଯାଏ । କିନ୍ତୁ ଜାଣନ୍ତିକି, ଚାହା ଯେ କେବଳ ଶରୀର, ମନକୁ ରିଫ୍ରେଶ କରେ ତାହା ନୁହେଁ । ଏଥିରେ କିଛି ସାଧାରଣ ଔଷଧୀୟ ଜିନିଷ ବ୍ୟବହାର କରି ଏହାର ଲାଭ ବି ଆପଣ ନେଇ ପାରିବେ । ଆଜିର ସମୟରେ ଇଣ୍ଟର ନେଟରେ ଅନେକ ଡିଟକ୍ସ ଡ୍ରିଙ୍କ ବାବଦରେ ଟିପ୍ସ ଦିଆଯାଉଛି । କିନ୍ତୁ ଏଗୁଡିକ ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ ନକରି କିମ୍ବା ଏହାର ପ୍ରସ୍ତୁତିରେ ହଇରାଣ ନ ହୋଇ ସହଜରେ ମିଳିପାରୁଥିବା ଘରୋଇ ଜିନିଷ ବ୍ୟବହାର କରି ଆପଣ ଦାମୀ ଡ୍ରିଂକ୍ସର ଲାଭ ନେଇ ପାରିବେ । ଯାହାକି ଶରୀରର ମେଟାବୋଲିସମ ଆକ୍ଟିଭିଟିକୁ ବଢାଇବା ସହ ସହଜରେ ଓଜନ ହ୍ରାସ ବି ହୋଇପାରିବ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଜିନିଷ ନୁହେଁ ଅଦା, ଜୁଆଣି ଓ ଲେମ୍ବୁ ହିଁ ଆବଶ୍ୟକ । ଏହି ତିନିଟିରେ ଭରପୂର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଅଛି । ଏହା ସହ ଶରୀରର ଫ୍ରି ରଡ଼ିକାଲସ ଗୁଡିକୁ ମଧ୍ୟ କଣ୍ଟ୍ରୋଲ କରିପରେ । ୨୦୧୯ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛିକି, ଓଜନ ହ୍ରାସରେ ଅଦା ଖୁବ ଲାଭଦାୟୀ ହୋଇଥାଏ । ଯେବେକି ଜୁଆଣି ମେଟାବୋଲିସମ ବଢ଼ାଇବା ସହ ହଜମ ଜନିତ ସମସ୍ୟା ବି ଦୂର ହୋଇଥାଏ । ginger କିପରି ପ୍ରସ୍ତୁତ କରିବେ ଜଣାନ୍ତୁ : ୧. ଅଧା ଇଂଚର ଅଦା ୨. ଗୋଟେ ଲେମ୍ବୁ ୩. ଗୋଟେ ଚାମଚ ଜୁଆଣି ୪ . ଗୋଟେ ଗ୍ଲାସ ପାଣି ଗୋଟେ ଚାମଚ ଜୁଆଣି ଗୋଟେ ଗ୍ଲାସ ପାଣିରେ ରାତି ଯାକ ଭିଜେଇ ରଖିଦିଅନ୍ତୁ । ପର ଦିନ ଏହି ପାଣିକୁ ଗ୍ୟାସରେ ଗରମ କରି ଦିଅନ୍ତୁ । ଏବେ ଛେଚା ଯାଇଥିବା ବା କୋରା ଯାଇଥିବା ଅଦାକୁ ସେଥିରେ ପକାନ୍ତୁ । ଏବେ ଆଉ କିଛି ସମୟ ପାଇଁ ଚୁଳିଲେ ବସାଇ ଫୁଟାନ୍ତୁ । ଏବେ ଏହାକୁ ଛାଣି ଦିଅନ୍ତୁ। ଆଉ ସେଥିରେ କିଛି ଲେମ୍ବୁ ରସ ମିଶାଇ ଗରମ ଗରମ ପିଇ ଦିଅନ୍ତୁ । ଟେଷ୍ଟ ପାଇଁ ଆପଣ ଚାହିଁଲେ ଏଥିରେ ମହୁ କିମ୍ବା ଗୁଡ ମିଶାଇ ପାରିବେ ।

ଜ୍ୟୋତିଷଶାସ୍ତ୍ର ମଣିଷର ସ୍ୱଭାବ,ପସନ୍ଦ ନାପସନ୍ଦ ସମସ୍ତ ଉପରେ ବିଶେଷ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଯକୌଣସି ବ୍ୟକ୍ତିଙ୍କର ଆଗ୍ରହ, ପସନ୍ଦ ନାପସନ୍ଦ ମନୋଭାବ ତାଙ୍କ ରାଶି ମାଧ୍ୟମରେ ହିଁ ଜଣା ପଡିଥାଏ । ବିଭିନ୍ନ ଲୋକଙ୍କର ସ୍ୱଭାବ ଭିନ୍ନ ପ୍ରକାରର ହୋଇଥାଏ । କିଛି ଲୋକ ବହୁତ ରାଗି ହୋଇଥାନ୍ତି ତ ଆଉ କିଛି ଜଣଙ୍କର ଧୈର‌୍ୟ୍ୟ ଶକ୍ତି ଅଧିକ । ସେହିପରି ଅନେକ ଏମିତି ବି ଲୋକ ଅଛନ୍ତି ଯିଏ ଟଙ୍କା ସଞ୍ଚୟ ନକରି ହାଇଫାଇ ଲାଇଫ ଷ୍ଟାଇଲ ମେଣ୍ଟେନ କରିବାକୁ ପସନ୍ଦ କରନ୍ତି । ତେବେ ଆଜି ଆମେ ଏହିଭଳି ୫ଟି ରାଶିର ମହିଳାଙ୍କ ବିଷୟରେ କହିବୁ ଯାହାଙ୍କୁ ସ୍ୱଭାବରେ ଖର୍ଚ୍ଚି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏହି ରାଶିର ମହିଳାମାନେ ଦାମୀ ଓ ସବୁଠାରୁ ଭିନ୍ନ ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ସେହି ୫ଟି ରାଶିର ଝିଅଙ୍କ ବିଷୟରେ ଅଧିକ ଜାଣିବା ।

ବୃଷ ରାଶି:

ବୃଷ ରାଶିର ମହିଳାମାନେ ଦାମୀ ଡ୍ରେସ, ଜୋତା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣି ହାଇ ଲାଇଫ ଷ୍ଟାଇଲ ମେଣ୍ଟେନ କରିବାକୁ ପସନ୍ଦ କରିଥାନ୍ତି । ସବୁ ପ୍ରକାର କ୍ୱାଲିଟି ଜିନିଷ ଏମାନେ କିଣିଥାନ୍ତି ଓ ଶସ୍ତା ଜିନିଷକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏପରିକି କୌଣସି ବ୍ୟକ୍ତିଙ୍କୁ ଉପହାର ଦେବା ସମୟରେ ମଧ୍ୟ ସେମାନେ ମହଙ୍ଗା ଜିନିଷ ହିଁ ଦେଇଥାନ୍ତି ।

ସିଂହ ରାଶି:

ଏହି ରାଶିର ଝିଅଙ୍କ ଜୀବନରେ ଟଙ୍କା ପଇସାର ମୂଲ୍ୟ କିଛି ନଥାଏ । କିଛି ନ ଭାବି ଚିନ୍ତି ଏମାନେ ଟଙ୍କାକୁ ଖର୍ଚ୍ଚ କରିଥାନ୍ତି । ନିଜ ପାଇଁ ତ ସମସ୍ତେ ଖର୍ଚ୍ଚ କରନ୍ତି କିନ୍ତୁ ଏମାନେ ନିଜ ଛଡା ଅନ୍ୟମାନଙ୍କ ଉପରେ ମଧ୍ୟ ସମାନ ପରିମାଣର ଖର୍ଚ୍ଚ କରିଥାନ୍ତି । ପ୍ରାୟ ସମୟରେ ଅନେକ ଦାମୀ ଜିନିଷ କିଣି ଅନ୍ୟକୁ ଉପହାର ରୂପରେ ମଧ୍ୟ ଦେଇଥାନ୍ତି ।

ଧନୁ ରାଶି:

ଜୀବନକୁ ନିଜ ହିସାବରେ ଏମାନେ ବଞ୍ଚିବାକୁ ପସନ୍ଦ କରିଥାନ୍ତି ଯାହା ଫଳରେ ଏହି ରାଶିର ଝିଅମାନେ ଖୁବ ଶୀଘ୍ର ସଫଳତା ହାସଲ କରିଥାନ୍ତି । ଆର୍ଥିକ ସ୍ଥିତି ସୁଦୃଢ ଥିଲେ ଟଙ୍କାକୁ ନ ଦେଖି ନିଜ ଇଚ୍ଛାନୁସାର ଖର୍ଚ୍ଚ କରିଥାନ୍ତି । ଏମାନେ ମଧ୍ୟ ନୂଆ ନୂଆ ଦାମୀ ଜିନିଷ କିଣିବାକୁ ପସନ୍ଦ କରନ୍ତି । ଏହା ସହିତ ନିଜ ପାର୍ଟନରଙ୍କ ଠାରୁ ମଧ୍ୟ ଏମାନେ ଏହିପରି ଗୁଣ ଆଶା କରିଥାନ୍ତି ।

ମକର ରାଶି:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ମହିଳାମାନେ କଠିନ ପରିଶ୍ରମୀ ଏବଂ ମହତ୍ୱକାଂକ୍ଷୀ ହୋଇଥାନ୍ତି । ଅଧିକ ଟଙ୍କା ରୋଜଗାର କରି ମନଇଚ୍ଛା ଖର୍ଚ୍ଚ ମଧ୍ୟ କରିଥାନ୍ତି । ଏହ ରାଶିର ମହିଳାମାନେ ସାମାନ୍ୟ ସ୍ୱାର୍ଥପର ହୋଇଥାନ୍ତି ଓ କେବଳ ନିଜ ବିଷୟରେ ହିଁ ଚିନ୍ତା କରନ୍ତି । ଅନଲାଇନ ସପିଂଗ କରିବା ଏମାନଙ୍କୁ ଅଧିକ ପସନ୍ଦ । ଏହା ସହିତ ଏମାନଙ୍କର ଏହି ସବୁ ଇଚ୍ଛାକୁ ପୂରଣ କରୁଥବା ର୍ପାଟନରକୁ ଏମାନେ ଲୋଡିଥାନ୍ତି ।

କୁମ୍ଭ ରାଶି:

ଏହି ରାଶିର ମହିଳାମାନେ ଅଧିକ ଟଙ୍କା ଖର୍ଚ୍ଚ କରି ସଠିକ୍ ଜିନିଷ କିଣିଥାନ୍ତି । ଏମାନଙ୍କୁ ମଧ୍ୟ ଦାମୀ, ନୂଆ ଓ ଭିନ୍ନ ଭିନ୍ନ ଇଲେକଟ୍ରୋନିକ ଜିନିଷ ପସନ୍ଦ ଆସିଥାଏ । ଏମାନେ ଟଙ୍କାର ମୂଲ୍ୟ ନବୁଝି ଅଯଥା ଖର୍ଚ୍ଚ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button