ଦେଶ ବିଦେଶ

ବହୁତ ସ୍ୱତନ୍ତ୍ର ବାମହାତରେ ଲେଖୁଥିବା ବ୍ୟକ୍ତି, ଜାଣନ୍ତୁ ଏମାନଙ୍କ ବିଷୟରେ କିଛି ବିଶେଷ କଥା

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି, ଯେଉଁମାନେ ନିଜର ଅଧିକାଂଶ କାମ ବାମ ହାତରେ କରନ୍ତି। କେବଳ କାମ ନୁହେଁ ବରଂ ଲେଖାଲେଖି ମଧ୍ୟ କରନ୍ତି। ଅନେକ ଲୋକ ବାମ ହାତରେ ଲେଖିବାକୁ ସୌଭାଗ୍ୟ ବୋଲି ମାନନ୍ତି। ୟୁନିଭରର୍ସିଟି କଲେଜ ଲଣ୍ଡନର ମନୋବୈଜ୍ଞାନିକ କ୍ରିସ ମ୍ୟାକମେନ୍ସଙ୍କ ଅନୁଯାୟୀ, ବାମ ହାତ ବ୍ୟବହାର କରି ସବୁ କାମ କରୁଥିବା ଲୋକ ଅଧିକ ବୁଦ୍ଧିମାନ ହୋଇଥାନ୍ତି।

– ସବୁ କାମରେ ବାମ ହାତ ବ୍ୟବହାର କରୁଥିବା ବ୍ୟକ୍ତି ପାଣିରେ ବୁଡିବାର ଭୟ କମ୍‌ ରହିଥାଏ। କାରଣ ଡାହାଣ ହାତ ତୁଳନାରେ ବାମ ହାତ ବ୍ୟବହାର କରୁଥିବା ଲୋକ ଅଧିକ ଜୋରରେ ପହଁରିପାରନ୍ତି।

– ଏପରି ବ୍ୟକ୍ତି ମଲ୍ଟିଟାସ୍କିଂ ହୋଇଥାନ୍ତି ଅର୍ଥାତ୍‌ ଏକାସାଥିରେ ଅନେକ କାମ କରିପାରିବେ। ସବୁଠାରୁ ଖାସ୍‌ କଥା ହେଲା, ଏମାନଙ୍କ ଦୁଇ ହାତର ସ୍ୱିଡ ଏକାଭଳି ରହିଥାଏ।

write

– ଖେଳକୁଦରେ ମଧ୍ୟ ବାମହାତ ବ୍ୟବହାର କରୁଥିବା ବ୍ୟକ୍ତି ଡାହାଣ ହାତ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଠାରୁ ଉନ୍ନତ ଅଟନ୍ତି। ବାମ ହାତ ବ୍ୟବହାର କରୁଥିବା ଲୋକ ବକ୍ସିଂ, ଟେନିସ ଭଳି ଖେଳରେ ଅଧିକ ଉନ୍ନତ ହୋଇଥାନ୍ତି।

– ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏମାନଙ୍କୁ ଅଧିକ ବୁଦ୍ଧିମାନ ବୋଲି ଗ୍ରହଣ କରାଯାଇଛି। ବାମ ହାତ ବ୍ୟବହାର କରୁଥିବା ବ୍ୟକ୍ତି ମାନସିକ ଭାବେ ବେଶ ସୁଦୃଢ ହୋଇଥାନ୍ତି। ଯାହା ଯୋଗୁଁ ଏମାନଙ୍କ ହୃଦ୍‌ଘାତର କମ୍‌ ଆଶଙ୍କା ରହିଥାଏ।

– ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଆମେରିକାର ଅନେକ ରାଷ୍ଟ୍ରପତି ବାମହାତି। ଏମାନଙ୍କ ମଧ୍ୟରେ ଜେମସ ଏ ଗାରଫିଲ୍ଡ, ରୋନାଲ୍ଡ ରିଗନ, ଜଜ ଡବ୍ଲ୍ୟୁ ବୁସ୍‌, ବିଲ କ୍ଲିଣ୍ଟନ ଏବଂ ବାରାକ ଓବାମା ସାମିଲ ରହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button