ଜୀବନଶୈଳୀ

ଭୋଜନ କରିବା ବେଳେ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ନାରାଜ ହେବେ ରାହୁ

ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ଆମ ଖାଦ୍ୟପାନୀୟରେ ବି ପରିବର୍ତ୍ତନ ଘଟିଛି। ପୂର୍ବରୁ ଲୋକମାନେ ଭୂମିରେ ବସି ଭୋଜନ କରୁଥିବା ବେଳେ ଏବେ ଡାଇନିଂରେ ଖାଉଛନ୍ତି। ସେହିପରି ପୂର୍ବରୁ ଖାଇବାପିଇବାର ଏକ ସ୍ୱତନ୍ତ୍ର ସମୟ ଥିଲା। କିନ୍ତୁ ଏବେ ଲୋକମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ଠିକ୍‌ ସମୟରେ ଖାଇପାରୁନାହାନ୍ତି। ତେବେ ଜ୍ୟୋତିଷଙ୍କ ଅନୁସାରେ ଖାଇବା ପିଇବାର ବି ଏକ ସ୍ୱତନ୍ତ୍ର ଶୈଳୀ ରହିଛି। ଆସନ୍ତୁ ଜାଣିବା କିଭଳି ଭୋଜନ କରିବା ଉଚିତ…

  • କେବେ ବି ଖଟ ଉପରେ ବସି ଭୋଜନ କରନ୍ତୁ ନାହିଁ। ଏହା ଦ୍ୱାରା ଅନ୍ନର ଅପମାନ ହୋଇଥାଏ ଓ ରାହୁ କୋପ କରିଥାନ୍ତି।
  • ଖାଇବା ସମୟରେ ଟିଭି ଦେଖିବା ଓ ପଢ଼ିବା ଅନୁଚିତ। ଏହା ଦ୍ୱାରା ଖାଦ୍ୟ ତଣ୍ଟିରେ ଲାଗିବା ସମ୍ଭାବନା ରହିଛି।
  • ଖାଇବା ପୂର୍ବରୁ ହାତ ଓ ଗୋଡ଼ ନିଶ୍ଚୟ ଧୁଅନ୍ତୁ। ଏହା ଦ୍ୱାରା କ୍ଷତିକାରକ ବ୍ୟାକ୍ଟେରିଆ ପେଟକୁ ଯାଇପାରନ୍ତି ନାହିଁ।

eating2

  • କେବେ ବି ତରତର ହୋଇ ଖାଆନ୍ତୁ ନାହିଁ। ଭୋଜନର ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ। ଖାଇବାର ୪୦ ମିନିଟ୍‌ ପରେ ପାଣି ପିଇପାରିବେ। ସବୁବେଳେ ବସିକି ଖାଆନ୍ତୁ।
  • ଭୋଜନ କରିସାରିବା ପରେ କିଛି ଲୋକ ଥାଳିରେ ହାତ ଧୋଇଥାଆନ୍ତି। ଏଭଳି କରିବା ଅନୁଚିତ। ଏହା ଦ୍ୱାରା ଅନ୍ନର ଅପମାନ ହୋଇଥାଏ। ଚନ୍ଦ୍ର ଓ ଶୁକ୍ର ନାରାଜ ହୋଇଥାଆନ୍ତି।
  • ଥାଳିରେ ଖାଦ୍ୟ ଛାଡ଼ିବା ଅନ୍ନର ଅପମାନ ହୋଇଥାଏ। ଏହା ଫଳରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ଭୋଜନ କରିବା ବେଳେ ସବୁବେଳେ ପୂର୍ବ କିମ୍ବା ଉତ୍ତର ଆଡ଼କୁ ମୁହଁ କରି ଖାଆନ୍ତୁ।
  • ଭୋଜନ କରିବା ପୂର୍ବରୁ ଓ ପରେ ସବୁବେଳେ ପରିସ୍ରା କରିବା ଉଚିତ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button