ଦେଶ ବିଦେଶ

ଘରୋଇ ଜିନିଷରେ ଚମକିବ ଆପଣଙ୍କ କେଶ, ଏହି ଉପାୟରେ ବନାନ୍ତୁ ହେୟାର ସ୍ପା କ୍ରିମ

ସମସ୍ତେ ସୁନ୍ଦର ଏବଂ ଚକଚକିଆ କେଶ ପାଇବାକୁ ଚାହାଁନ୍ତି କିନ୍ତୁ ବାରମ୍ବାର କେଶରେ ଧୂଳି ଏବଂ ହିଟ ବ୍ୟବହାର କରିବାଦ୍ୱାରା କେଶ ଧୀରେ ଧୀରେ ନଷ୍ଟ ହୋଇଯାଏ । ଯେଉଁଥିପାଇଁ ହେୟାର ସ୍ପା କରିବା ହିଁ ଗୋଟିଏ ବିକଳ୍ପ । ଆଉ ଏଥିପାଇଁ ଆପଣଙ୍କୁ ପାର୍ଲରରେ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ଆପଣ ପ୍ରତ୍ୟେକ ଥର ପାର୍ଲରକୁ ଯାଇ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ ।

ଏହା ବ୍ୟତୀତ ବର୍ତ୍ତମାନ ଅଧିକାଂଶ ଲୋକ କରୋନା ପାଇଁ ପାର୍ଲରଠାରୁ ଦୂରଇ ଅଛନ୍ତି । ଯଦି ଆପଣ ପାର୍ଲରକୁ ନ ଯାଇ ଘରେ ଏକ ହେୟାର ସ୍ପା କରିବା ବିଷୟରେ ଚିନ୍ତା କରୁଛନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ ଶିଖାଇବୁ କିପରି ଘରେ ହେୟାର ସ୍ପା କ୍ରିମ୍ ତିଆରି କରିବେ ଯାହାଦ୍ୱାରା ଆପଣ ନିଜେ ଘରେ ବି ହେୟାର ସ୍ପା କରିପାରିବେ ଏବଂ ଉଭୟ ଟଙ୍କା ଓ ସମୟ ବଞ୍ଚାଇ ପାରିବେ ।

My Simple and Easy DIY Hair Spa Recipe to Control Hair Fall : Steps and  Photos

ଆବଶ୍ୟକୀୟ ସାମଗ୍ରୀ

  • ୨ ଚାମଚ ଅଲିଭ୍ ତେଲ
  • ୧ ଚାମଚ ନଡ଼ିଆ ତେଲ
  • ୧ ଚାମଚ ଗ୍ଲିସେରିନ
  • ୪ ରୁ ୫ ଚାମଚ ଆଲୋଭେରା ଜେଲ୍
  • ଆପଣ ବ୍ୟବହାର କରୁଥିବା ୪ ଚାମଚ ହେୟାର ପ୍ୟାକ୍ କିମ୍ବା ହେୟାର କଣ୍ଡିସନର

କିପରି ତିଆରି କରିବେ ?

୧. ପ୍ରଥମେ ଗୋଟେ ପାତ୍ରରେ ଅଲିଭ୍ ତେଲ ନିଅନ୍ତୁ ସେଥିରେ ଆଲୋଭେରା ଜେଲ୍, ଗ୍ଲିସେରିନ, ହେୟାର ପ୍ୟାକ୍ କିମ୍ବା ହେୟାର କଣ୍ଡିସନର ମିଶାନ୍ତୁ ।

୨. ବର୍ତ୍ତମାନ ସେଗୁଡିକୁ ଏକ ମିକ୍ସର୍ ପାତ୍ରରେ ରଖନ୍ତୁ ଏବଂ ଭଲ ଭାବରେ ମିଶାନ୍ତୁ ।

୩. ଏହାପରେ ସମାନ ପରିମାଣର ନଡିଆ ଏବଂ ବାଦାମ ତେଲକୁ ମିଶାଇ ଏହାକୁ କେଶର ମୂଳରେ ଲଗାନ୍ତୁ ।

୪. ବର୍ତ୍ତମାନ ଆପଣ ପ୍ରସ୍ତୁତ କରିଥିବା ସ୍ପା କ୍ରିମ୍ କେଶରେ ପ୍ରୟୋଗ କରନ୍ତୁ ।

୫. ତାପରେ ତଉଲିଆକୁ ଉଷୁମ ପାଣିରେ ବୁଡ଼ାଇ ଏହାକୁ କେଶରେ ଗୁଡ଼ାଇ କିଛି ସମୟ ଷ୍ଟିମ ନିଅନ୍ତୁ । ଏହିପରି ୪ ରୁ ୫ ଥର କରନ୍ତୁ ।

୬. ଶେଷରେ ନିଜର ନିୟମିତ ସାମ୍ପୁ ଲଗାଇ କେଶ ଧୋଇ ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button