ବିଚାର

ବାସ୍ତୁ ଟିପ୍‌ସ: ଘରର ଐଶାନ୍ୟ କୋଣରେ ମାଟିର କୁଣ୍ଡରେ ଲଗାନ୍ତୁ ଗଛ, ମିଳିବ ଏସବୁ ଫାଇଦା

ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ବାସ୍ତୁ ନିୟମ ପାଳନ କରିବାକୁ କୁହାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ସମସ୍ତ କାମ କଲେ ଦୁଃଖ ଦୂର ହୁଏ। ଏଥିସହ ଘରକୁ ସୁଖ ଶାନ୍ତି ଆସେ ବୋଲି ବାସ୍ତୁବିତ୍‌ମାନେ ମତ ଦିଅନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ ମାଟିର ଛୋଟ କୁଣ୍ଡ ରଖିବାର ଫାଇଦା ସମ୍ପର୍କରେ…

ବାସ୍ତୁବିତ୍‌ଙ୍କ ମତରେ ଐଶାନ୍ୟ କୋଣରେ ମାଟି କୁଣ୍ଡ ରଖିଲେ ଜୀବନରେ କେବେ ବି କୌଣସି ଦୁଃଖ ଆସିବ ନାହିଁ। ଯଦି କୌଣସି ବିପଦ ଆସିବାକୁ ଥିବ, ତେବେ ଏହି ଉପାୟ ଦ୍ୱାରା ତାହା ମଧ୍ୟ ଦୂର ହେବ। ଜୀବନରେ ଲାଗି ରହିଥିବା ସମସ୍ୟା ବି ଏହି ଉପାୟ ଦ୍ୱାରା ଦୂର ହେବ। ଏହି ଦିଗରେ ମାଟିର କୁଣ୍ଡରେ ମାଟି ଭରି ଗଛ ଲଗାଇବା ଓ ଏହାର ଯତ୍ନ ନେବା ଦ୍ୱାରା ଆପଣଙ୍କ ହାତ ବି ସୁସ୍ଥ ରହିବ।

vastu tips

ଯଦି ପରିବାରର ସାନ ପୁଅ ଅଛି ଓ ତା’ ଜୀବନରେ କିଛି ସମସ୍ୟା ଅଛି, ତେବେ ଐଶାନ୍ୟ କୋଣରେ ମାଟି କୁଣ୍ଡ ରଖି ଗଛ ଲଗାନ୍ତୁ। ତାଙ୍କ ଜୀବନର ସବୁ ବାଧାବିଘ୍ନ ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button