ଜୀବନଶୈଳୀ

ପ୍ରେଗନାନ୍ସୀ ଟେଷ୍ଟ କରିବାର ଠିକ୍‌ ସମୟ କେତେବେଳେ? ଜାଣନ୍ତୁ ଏହାସହ ଜଡିତ ଅନ୍ୟ ଜରୁରୀ କଥା

ଅଧିକାଂଶ ମହିଳା ପ୍ରେଗନାନ୍ସୀ ଟେଷ୍ଟ ପାଇଁ ବଜାରରେ ମିଳୁଥିବା କିଟର ବ୍ୟବହାର କରିଥାନ୍ତି। କିନ୍ତୁ ଏହାବ୍ୟତୀତ ଅନେକ ଘରୋଇ ଉପାୟ ସାହାଯ୍ୟରେ ମଧ୍ୟ ପ୍ରେଗନାନ୍ସୀ ଟେଷ୍ଟ କରିପାରିବେ। ଟେଷ୍ଟ ପାଇଁ ସକାଳର ପ୍ରଥମ ପରିସ୍ରା ନେବାକୁ ହିଁ ଦରକାର ପଡିଥାଏ। କିନ୍ତୁ ବହୁତ ଲୋକ ତ ବହୁତ କଥା କୁହନ୍ତି। ତେବେ ସବୁଠାରୁ ଜରୁରୀ କଥା ଯେ ପ୍ରେଗନାନ୍ସୀ ଟେଷ୍ଟ କରିବା ପାଇଁ ଉଚିତ ସମୟ କଣ। ଯଦି ଆପଣଙ୍କୁ ଏହି କଥା ବିଷୟରେ ଜଣାନଥିବ ତାହେଲେ ଆପଣଙ୍କ ଟେଷ୍ଟ ରିପୋର୍ଟ ଭୁଲ ଆସିପାରେ। ଆସନ୍ତୁ ଜାଣିବା ପ୍ରେଗନାନ୍ସୀ ଟେଷ୍ଟ କେବେ ଏବଂ କେମିତି କରିବା ଜରୁରୀ।

ପ୍ରେଗନାନ୍ସୀ ଟେଷ୍ଟ କରିବାର ଉଚିତ ସମୟ

ପିରିୟଡ୍‌ ମିସ ହେବାର ତୁରନ୍ତ ପରେ ଆପଣଙ୍କୁ ପ୍ରେଗନାନ୍ସୀ ଟେଷ୍ଟ କରିବା ଉଚିତ। ଏହାଛଡା ଆପଣଙ୍କୁ ସନ୍ଦେହ ହେଲେ ଆପଣ ପିରିୟଡ୍‌ ଡେଟର କିଛି ଦିନ ପୂର୍ବରୁ ମଧ୍ୟ ପ୍ରେଗନାନ୍ସୀ ଟେଷ୍ଟ କରିପାରିବେ। ପ୍ରେଗନାନ୍ସୀ ସମୟରେ ଏଚସିଜି ହର୍ମୋନ ତିଆରି ହୋଇଥାଏ ଏବଂ ପିରିୟଡ୍‌ ତାରିଖ ପୂର୍ବରୁ ମଧ୍ୟ ଏହି ହର୍ମୋନ ତିଆରି ହୋଇପାରିବ। ଯଦିଓ ପିରିୟଡ୍‌ ଡେଟ୍‌ ମିସ୍‌ ହେବା ପୂର୍ବରୁ ଟେଷ୍ଟ କରିବା ଦ୍ୱାରା ରେଜଲ୍ଟ ଠିକ ଆସିବାର ସମ୍ଭାବନା ରହିନଥାଏ। ଏମିତିରେ ଭଲ ହେବ ପିରିୟଡ୍‌ ମିସ୍‌ ହେବାର ଗୋଟେ ସପ୍ତାହ ଭିତରେ ପ୍ରେଗନାନ୍ସୀ ଟେଷ୍ଟ କରିବେ।

concept

ପ୍ରେଗନାନ୍ସୀର କିଛି ଲକ୍ଷଣ

  • ସକାଳୁ ଉଠିବା ପରେ ଦୁର୍ବଳ ଲାଗିବା ଏବଂ ବାନ୍ତି ଲାଗିବା। ଅନେକ ଥର କିଛି ଏପଟ ସେପଟ୍‌ ଖାଦ୍ୟରେ ମଧ୍ୟ ବାନ୍ତି ଲାଗିଥାଏ।
  • କୌଣସି ଜିନିଷ ଖାଇବାକୁ ଇଚ୍ଛା ହେବା ମଧ୍ୟ ଗର୍ଭବତୀର ପ୍ରମୁଖ ଲକ୍ଷଣ।
  • ପ୍ରେଗନାନ୍ସୀର ପ୍ରାରମ୍ଭିକ ସମୟରେ ସ୍ତନରେ ମଧ୍ୟ କିଛି ପରିବର୍ତ୍ତନ ଦେଖାଯିବା।
  • ପ୍ରେଗନାନ୍ସୀ ସମୟରେ ମୁଡ, ଖାଦ୍ୟ ପସନ୍ଦ-ନାପସନ୍ଦ, ବାସ୍ନାରେ ପରିବର୍ତ୍ତନ ହେବା।
  • ଗର୍ଭାବସ୍ଥାର ଛଅ ମାସ ପରେ ଆପଣଙ୍କ ସ୍ତନକୁ ଛୁଇଁଲେ ସମ୍ବେଦନଶୀଳ ଲାଗିପାରେ।
  • ଏହି ସମୟରେ ମୁଡ୍‌ ବି ପରିବର୍ତ୍ତନ ହୋଇଥାଏ।

ପ୍ରେଗନାନ୍ସୀ ଟେଷ୍ଟ କେମିତି କରିବେ ?

ସାଧରଣତଃ ତିନୋଟି ଉପାୟରେ ପ୍ରେଗନାନ୍ସୀ ଟେଷ୍ଟ କରାଯାଇଥାଏ। ସର୍ବ ପ୍ରଥମେ ଘରୋଇ ଉପାୟ ସାହାଯ୍ୟରେ। ଏହାପରେ ଘରେ ପ୍ରେଗନାନ୍ସୀ ଟେଷ୍ଟ କିଟ୍‌ ଜରିଆରେ ଏବଂ ଅନ୍ୟଟି ହେଉି କ୍ଲିନିକ ଯାଇ ଡାକ୍ତରଙ୍କ ସାହାଯ୍ୟରେ। ହୋମ ପ୍ରେଗନାନ୍ସୀ ଟେଷ୍ଟ ରେଜଲ୍ଟ ପାଖାପାଖି ଠିକ୍‌ ଆସିଥାଏ ସେତେବେଳେ ଯେତେବେଳେ ଆପଣ ପିରିୟଡ୍‌ ମିସ୍‌ ହେବାର ପୂର୍ବ ଦିନ କିମ୍ବା ତାର ଠିକ ପରଦିନ କରିବେ ତ। ଯଦି ଆପଣ କିଟରେ ଟେଷ୍ଟ କରିବା ଦ୍ୱାରା ରେଜଲ୍ଟ ନେଗେଟିଭ୍‌ ଆସୁଛି ତାହେଲେ ୭୨ ଘଣ୍ଟା କିମ୍ବା ତିନି ଦିନ ପରେ ପୁଣି ଥରେ ଯାଞ୍ଚ କରିପାରିବେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button