ଜୀବନଶୈଳୀ

ଯଦି ଆପଣଙ୍କ ନିର୍ବନ୍ଧ ସରିଯାଇଛି, ତା’ହେଲେ ବିବାହ ପର୍ଯ୍ୟନ୍ତ ଭୁଲରେ ବି ନିଜ ପାର୍ଟନରଙ୍କୁ କୁହନ୍ତୁ ନାହିଁ ଏହି ୫ଟି କଥା

ବିବାହ ଏକ ଅତୁଟ ବନ୍ଧନ। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ। ଏମିତି ହେଲେ ଜୀବନ ହାସଖୁସିରେ ପୂରି ଉଠିଥାଏ। କିନ୍ତୁ ଯଦି ଏଥିରେ ଟିକେ ବି ସମସ୍ୟା ଦେଖାଦିଏ, ତା’ ହେଲେ ସମ୍ପର୍କ ତିଷ୍ଠିବା କଷ୍ଟକର ହୋଇପଡ଼େ। ଆଜି ଆମେ କହିବାକୁ ଯାଉଛୁ, ନିର୍ବନ୍ଧ ପରେ ଆପଣଙ୍କୁ କେଉଁ ସବୁ କଥା ଉପରେ ଧ୍ୟାନ ରଖିବାକୁ ହେବ, ଯଦ୍ଦ୍ୱାରା ସମ୍ପର୍କ ଯୋଡ଼ିହେବା ଆଗରୁ ଭାଙ୍ଗି ନ ପାରିବ।

e

୧. ପସନ୍ଦ-ନାପସନ୍ଦର ଚର୍ଚ୍ଚା

ଏହି ଟପିକ ଉପରେ କଥା ହେବା ବେଳେ ବିଶେଷ ଧ୍ୟାନ ରଖିବାକୁ ହେବ। କାରଣ, ଯଦି ଆପଣଙ୍କ ପାର୍ଟନରଙ୍କୁ ଲାଗିବ ଯେ ଆପଣଙ୍କ ପସନ୍ଦ ଏବଂ ତାଙ୍କ ପସନ୍ଦ ଅନେକ କ୍ଷେତ୍ରରେ ଅଲଗା ରହିଛି, ତା’ ହେଲେ ସେ ଏ ବିଷୟରେ ଅଧିକ କିଛି ଭାବିବାକୁ ଲାଗିଯାନ୍ତି, ଯାହାକି ସମ୍ପର୍କ ଭାଙ୍ଗିଯିବାର ଏହା ବଡ଼ କାରଣ ହୋଇପାରେ।

୨. ବ୍ୟକ୍ତିଗତ କଥା ନା ପଚାରୁନ୍ତୁ ନା କୁହନ୍ତୁ

ଏହି ପ୍ରସଙ୍ଗ ଉପରେ ଖୋଲିକି କଥା ହେଲେ ଉଭୟ ଉଭୟଙ୍କ ବିଷୟରେ ଜରୁରୀ କଥା ଜାଣିପାରିବେ। କିନ୍ତୁ କେତେକ କ୍ଷେତ୍ରରେ ଏହା ଆପଣଙ୍କ ଉପରେ ଭାରି ପଡ଼ିପାରେ। ବିବାହ ପୂର୍ବରୁ ବ୍ୟକ୍ତିଗତ କଥା ପଚାରିବା କିମ୍ବା କହିବାକୁ ଆପଣ ଆଭୋଏଡ କରିବା ଉଚିତ।

ik

୩. ପୁରୁଣା ଆଫେୟର୍ସ ବିଷୟରେ ଆଲୋଚନା କରିବା

ବିବାହ ପୂର୍ବରୁ ପୁରୁଣା ଆଫେୟର୍ସ ବିଷୟରେ କଥା ହେବା କି ଆଲୋଚନା କରିବା ଭୟଙ୍କର ହୋଇପାରେ। ପରେ ଏହି କଥାକୁ ନେଇ ପାର୍ଟନର ଆପଣଙ୍କୁ କମେଣ୍ଟ ମାରିପାରନ୍ତି ନହେଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ। କେବେ କେବେ ଏହା ବରଦାସ୍ତ ବାହାରେ ହୋଇଯାଏ।

୪. ନିଜ ସ୍ଵଭାଵ ଉପରେ ଚର୍ଚ୍ଚା କରନ୍ତୁନି

ମହିଳାମାନେ ଡୋମିନେଟିଙ୍ଗ ହେବା କୌଣସି ନୂଆ କଥା ନୁହେଁ। ତେଣୁ ପୁଅମାନେ ନିଜର ସ୍ଵଭାଵ ବିଷୟରେ ଆଲୋଚନା କରନ୍ତୁନି। କାରଣ, ଏହା ଆପଣଙ୍କ ପାଇଁ ଉପଯୁକ୍ତ ସମୟ ନୁହେଁ, ତେଣୁ ଚୁପ ରହିବା ଦରକାର।

oi

୫. ପାରିବାରିକ କଥା ସେୟାର କରନ୍ତୁନି

ନିର୍ବନ୍ଧ ପରେ ଉଭୟ ଉଭୟଙ୍କ ପାରିବାରିକ କଥା ସେୟାର କରିବା ଉଚିତ ନୁହେଁ। କାରଣ, ଉଭୟ ପରିବାର ଦାବି କରିଥାନ୍ତି ଯେ ଆମେ ଏକ ହେଲୁ, କିନ୍ତୁ ବାସ୍ତବରେ ସେମାନେ ବିବାହ ପର୍ଯ୍ୟନ୍ତ ମିଶି ନ ଥାନ୍ତି। ତେଣୁ ଏହି ଆଲୋଚନାଠାରୁ ଦୂରେଇ ରୁହନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button