ଦେଶ ବିଦେଶ

ପିରିଅଡ ଯନ୍ତ୍ରଣାରୁ ଚୁଟ୍‌କିରେ ମିଳିବ ମୁକ୍ତି, ବ୍ୟବହାର କରନ୍ତୁ ଏହି ଚାରିଟି ଜିନିଷ

ଅଧିକାଂଶ ମହିଳା ପିରିଅଡ ସମୟରେ ହେଉଥିବା ଯନ୍ତ୍ରଣାକୁ ସହିପାରନ୍ତି ନାହିଁ, ଏଥିପାଇଁ ସେମାନେ ବେଶି ଚିଡନ୍ତି। ଏହି ଯନ୍ତ୍ରଣା ଯୋଗୁଁ କୌଣସି କାମରେ ମଧ୍ୟ ମନ ଲାଗିନଥାଏ ଏବଂ ପୁରା ଦିନର ଜୀବନଚର୍ଯ୍ୟା ଉପରେ ପ୍ରଭାବ ପକାଇଥାଏ। ଏମିତି କିଛି ଉପାୟ ରହିଛି, ଯାହା ବ୍ୟବହାର କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ।

ହାଲୁକା ଫୁଲକା ବ୍ୟାୟାମ କରନ୍ତୁ : ଅଧିକାଂଶ ଲୋକ ପିରିଅଡ ସମୟରେ କେବଳ ଶୋଇ ରହି ଆରାମ କରିଥାନ୍ତି କିନ୍ତୁ ଏହା ଠିକ୍‌ ନୁହେଁ। ଏକ୍ସପର୍ଟଙ୍କ କହିବାନୁଯାୟୀ,ପରିଅଡ ସମୟରେ ହାଲୁକା ଫୁଲକା ବ୍ୟାୟାମ ନିଶ୍ଚିତ କରିବା ଉଚିତ। ଏମିତି କରିବା ଦ୍ୱାରା ଶରୀରରେ ଏଣ୍ଡିର୍ଫିନ ନାମକ ହରମୋନ ପ୍ରସ୍ତୁତ ହୁଏ, ଯାହା ଯନ୍ତ୍ରଣା ପାଇଁ ପ୍ରାକୃତିକ ଉପାୟରେ କାମ କରି ମୁଡ ଭଲ ରଖେ। ଏହି ସମୟରେ ଆପଣ ଯୋଗ ମଧ୍ୟ କରିପାରିବେ।

excerise

ହିଟ ଥେରାପି : ହିଟ୍‌ ଥେରାପି ଦ୍ୱାରା ପିରିଅଡ ଯନ୍ତ୍ରଣାରୁ ମୁକ୍ତି ଦିଏ। ଯଦି ଆପଣ ଯନ୍ତ୍ରଣା ଅନୁଭବ ହୁଏ ତେବେ ପିଠିର ତଳେ ଭାଗରେ କିମ୍ବା ପେଟରେ ହିଟିଂ ପ୍ୟାଡ, ଗରମ ପାଣି ଥଳି ରଖିବା ଦ୍ୱାରା ଆରାମ ମିଳିଥାଏ।

ବହୁତ ପାଣି ପିଅନ୍ତୁ: ପରିଅଡ ସମୟରେ ଅଧିକ ପାଣି ପିଅନ୍ତୁ। ଏହି ସମୟରେ ଶରୀରରେ ପାଣି କମ୍‌ ହେବା ଯୋଗୁଁ ଯନ୍ତ୍ରଣା ଅଧିକ ହୋଇଥାଏ। ଏହି ସମୟରେ ଆପଣ ଏପରି ଫଳ ଏବଂ ପନିପରିବା ଖାଆନ୍ତୁ, ଯେଉଁଥିରେ ଅଧିକ ପାଣି ଅଂଶ ରହିଥାଏ। ଯେମିତିକି କାକୁଡି, ତରଭୁଜ ଇତ୍ୟାଦି।

water

ମସାଜ ଥେରାପି: ପିରିଅଡ ସମୟରେ ଏସେନ୍ସିଆଲ ଅଏଲରେ ପେଟ ଚାରିପାଖରେ ମାଲିସ କରନ୍ତୁ। ଏହା ପିରିଅଡ ଯନ୍ତ୍ରଣାରୁ ଆରାମ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button