ବିଚାର

ଘରେ ଦିଅନ୍ତୁ କର୍ପୂର ଧୂଆଁ, ଭଣଭଣ ହେଉଥିବା ମାଛିଙ୍କୁ ଛୁମନ୍ତର କରିଦେବ ଏହି ଘରୋଇ ଉପାୟ, ନିଶ୍ଚିତ କରନ୍ତୁ ଚେଷ୍ଟା

ଅନେକ ସମୟରେ ଦେଖାଯାଏ, ଘରେ କୌଣସି ମିଠା ଜିନିଷ ତଳେ ପଡ଼ିଗଲେ ମାଛି ଭଣଭଣ ହୋଇଥାନ୍ତି। କିନ୍ତୁ ଏମିତିରେ ବର୍ଷାଦିନେ ହିଁ ମାଛି ଅଧିକ ସଂଖ୍ୟାରେ ଦେଖାଯାନ୍ତି। ସମସ୍ତେ ଜାଣନ୍ତି, ମାଛି କୌଣସି ଖାଦ୍ୟ ଜିନିଷ ଉପରେ ବସିଲେ, ଆଉ ଆମେ ସେହି ଖାଦ୍ୟ ଖାଇଲେ ଶରୀରକୁ ରୋଗ ଜୀବାଣୁ ପ୍ରବେଶ କରିଥାନ୍ତି। ଯାହାଫଳରେ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର କହିବାକୁ ଯାଉଛୁ, ଯଦ୍ଦ୍ୱାରା ଆପଣ ସହଜରେ ମାଛିଙ୍କୁ ଘରୁ ଭଗେଇ ପାରିବେ।

ji

୧. କଟନ ବଲକୁ କୌଣସି ଏକ ସୁଗନ୍ଧିତ ତୈଳରେ ବୁଡାଇ ତାହାକୁ କବାଟ ପାଖରେ ରଖିଦିଅନ୍ତୁ। ଏହି ବାସ୍ନା ମାଛିଙ୍କୁ ଭଲ ଲାଗି ନ ଥାଏ।

୨. କର୍ପୂର ଜଳାଇ ମଧ୍ୟ ଆପଣ ମାଛି ଭଗେଇ ପାରିବେ। ଏହାର ଧୂଆଁ ଆପଣଙ୍କୁ ଘର ସାରା ଦେବାକୁ ପଡ଼ିବ।

୩. ଏକ ସେଓରେ ଗୋଟିଏ ଲବଙ୍ଗ ଦବାଇ ତାହାକୁ ମାଛି ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ଲବଙ୍ଗର ବାସ୍ନାରେ ମାଛି ପଳାଇଯିବେ।

jj

୪. ସ୍ପ୍ରେ ବୋତଲରେ ପାଣି ସହିତ ଲଙ୍କାଗୁଣ୍ଡ ମିଶାନ୍ତୁ। ଏହାକୁ ମାଛି ହେଉଥିବା ସ୍ଥାନରେ ସ୍ପ୍ରେ କରିଦିଅନ୍ତୁ।

୫. ଘରେ ପୋଛା ଲଗାଉଥିବା ବେଳେ ଜୀବାଣୁନାଶକ ଲିକ୍ୱିଡ ମିଶାନ୍ତୁ। କ୍ଲୋରିନ ଆଧାରିତ କ୍ଲିନର ସବୁଠାରୁ ଭଲ ବିକଳ୍ପ।

୬. ମାଛି ହେଉଥିବା ସ୍ଥାନରେ ଡାଲଚିନି ରଖନ୍ତୁ। ଏହାର ବାସ୍ନାକୁ ମାଛି ଘୃଣା କରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button