ଜୀବନଶୈଳୀ

ସଠିକ ନାମ କେମିତି ବଦଳାଇ ଦିଏ ମଣିଷର ଭାଗ୍ୟ ? ଭୁଲ ନାମକରଣ ମଧ୍ୟ ଭାଗ୍ୟ ଉପରେ ପକାଏ ପ୍ରଭାବ

ନାମ କୌଣସି ବ୍ୟକ୍ତିର ମାନସିକ ଏବଂ ଶାରୀରିକ ସଂରଚନାକୁ ପରିପ୍ରକାଶ କରିଥାଏ। କେବଳ ନାମରୁ ହିଁ କେତେକ ବ୍ୟକ୍ତିଙ୍କ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଜାଣିହୁଏ। ନାମରୁ ହିଁ ବ୍ୟକ୍ତିର ସ୍ୱଭାବ, ଆକାର ରୂପ, ରଙ୍ଗ ଏବଂ ଗୁଣ ନିର୍ଦ୍ଧାରିତ ହୁଏ। ନାମ ହିଁ କୌଣସି ବ୍ୟକ୍ତିର ଭାଗ୍ୟ ଉପରେ ସିଧା ପ୍ରଭାବ ପକାଇଥାଏ।

ବ୍ୟକ୍ତିର କୌଣସି ବିଶେଷ ନାମ କେବଳ ସଂଯୋଗ ନୁହେଁ ବରଂ କର୍ମ ଏବଂ ସଂସ୍କାରର ଖେଳ। ଯେଉଁ ନାମ ଦ୍ୱାରା ଜଣେ ଦୁନିଆରେ ପରିଚିତି ହେବେ, ତାର ନାମ ଭାଗ୍ୟ ନିର୍ଦ୍ଧାରିତ କରିଥାଏ। ଜୀବନର ସବୁ ଆକର୍ଷଣ, ସଂପର୍କ ଏବଂ ଉଚ୍ଚନୀଚ୍ଚ ନାମ ଉପରେ ନିର୍ଭର କରିଥାଏ।

name1

କୌଣସି ନାମ ଠିକ୍‌ କିମ୍ବା ଭୁଲ ହୋଇନଥାଏ। ଏହା ନିଜ ସଂସ୍କାର କାରଣରୁ ମଧ୍ୟ ମିଳିଥାଏ। ଯଦି ନାମର ପ୍ରଭାବ ନକାରାତ୍ମକ ସଂସ୍କାର ପରିପ୍ରକାଶ କରିଥାଏ ତେବେ ସଂସ୍କାରକୁ ଠିକ୍‌ କରିବା ଉଚିତ। ତେଣୁ ଏପରି ନକାରାତ୍ମକ ସଂସ୍କାର ନାମ ବଦଳିଦେବା ଉଚିତ। ଯଦି ନାମର ପ୍ରଭାବ ସକାରାତ୍ମକ ରହିଥାଏ, ତେବେ ନିଜର ସଂସ୍କାରକୁ ବଦଳାଇ ନିଜ ନାମର ଅନୁରୂପ କରିବା ଉଚିତ।

ନାମର ଅର୍ଥ ସରଳ ଏବଂ ଉତ୍ତମ ହେବା ଉଚିତ। ରାଶି ଅନୁସାରେ ନାମାକ୍ଷର ଉଚ୍ଚାରଣ କରିବା ଏକା ହେବା ଉଚିତ ନୁହେଁ। ନାମ ସେହି ଅକ୍ଷରରୁ ରଖନ୍ତୁ, ଯାହା ଗ୍ରହ କୁଣ୍ଡଳୀକୁ ମଜବୁତ କରିଥାଏ। ନାମକୁ ସବୁବେଳେ ଠିକ୍‌ ଭାବେ ଉଚ୍ଚାରଣ କରିବା ଉଚିତ। ନିଜର ଜନ୍ମତିଥି ଏବଂ ଭାଗ୍ୟ ଅନୁସାରେ ନାମର ସ୍ପେଲିଂରେ ଅଳ୍ପ ପରିବର୍ତ୍ତନ କରାଯାଇପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button