ସ୍ୱାସ୍ଥ୍ୟ

ଆଖିର ଜ୍ୟୋତି ବଢ଼ାଇବ ଏହି ଆୟୁର୍ବେଦିକ ଟିପ୍ସ, ପଡିବନାହିଁ ଚଷମା ପିନ୍ଧିବାର ଆବଶ୍ୟକତା

ଆଖିରେ ଆମେ ଏବେ ସୁନ୍ଦର ଦୁନିଆକୁ ଦେଖିପାରୁଛନ୍ତି। କିନ୍ତୁ ଆମର ଏହି ଆଖି ସମୟ ସହିତ କମଜୋର ହୋଇଯାଏ। ଆଜିକାଲି ଆଖିର ରଶ୍ମି କମ୍‌ ହେବା ସମସ୍ୟା ସବୁ ବୟସରେ ଲୋକଙ୍କ ଠାରେ ପ୍ରାୟ ଦେଖିବାକୁ ମିଳୁଛି। ଛୋଟ ଛୋଟ ପିଲାଙ୍କୁ ଚଷମା ପିନ୍ଧିବାକୁ ପଡୁଛି। ଆଖିର ରଶ୍ମୀକୁ ଉଜ୍ଜ୍ୱଳ କରିବା ପାଇଁ ଆଖିର ସଠିତ ଯତ୍ନ ନେବା ଜରୁରୀ ହୋଇଥାଏ। ଯେଉଁ ଲୋକ ଆଖିରେ ଚଷମା ପିନ୍ଧିବାକୁ ଚାହୁଁନାହାଁନ୍ତି ସେମାନଙ୍କ ଆଜି ଆମେ କିଛି ଆୟୁର୍ବେଦିକ ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଆଖିରେ ଚମକ ଫେରି ପାଇବେ। ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ।

ଆଖିର ଏକ୍ସରସାଇଜ୍‌ କରନ୍ତୁ

ଆଖି ସହ ଜଡିତ କିଛି ବ୍ୟାୟାମ କରିବା ଦ୍ୱାରା ଆଖିରେ ରକ୍ତ ସଞ୍ଚାର ବଢ଼ିଥାଏ। ଏହାକୁ କରିବା ଦ୍ୱାରା ଆଖିର ଜ୍ୟୋତି ବଢ଼ିଥାଏ, ଶକ୍ତି ମଧ୍ୟ ମଧ୍ୟ ବଢ଼ିଥାଏ।

eyeବାଦାମ

ବାଦାମରେ ଓମେଗା ୩ ଫ୍ୟାଟି ଏସିଡ ଏବଂ ଭିଟାମିନ ଇ ପଯ୍ୟର୍ାପ୍ତ ମାତ୍ରାରେ ରହିଥାଏ ଯାହା ପ୍ରାକୃତିକ ରୂପରେ ସ୍ମରଣ ଶକ୍ତି ବଢ଼ାଇବ ଏବଂ ଆଖିର ଜ୍ୟୋତି ବଢ଼ାଇବା ପାଇଁ ବହୁତ ସାହାଯ୍ୟକାରୀ ହୋଇଥାଏ। ଏଥିପାଇଁ ବାଦାମ ସେବନ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ।

ପାନମଧୁରୀ

ପାନମଧୁରୀ ଆଖିର ଜ୍ୟୋତି ବଢ଼ାଇବା ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ଏଥିର ଥିବା ପୋଷକ ତତ୍ତ୍ୱ ଏବଂ ଆଣ୍ଟି ଅକ୍ସିଡେଣ୍ଟଠ ଆଖିର ଜ୍ୟୋତିକୁ କମ୍‌ କରାଯାଇପାରେ। ପ୍ରତିଦିନ କ୍ଷୀର ସହିତ ଗୋଟେ ଚାମଚ ପାନମଧୁରୀ ପାଉଡର ଖାଇବା ଦ୍ୱାରା ଚକ୍ଷୁ ସମସ୍ୟା ଦୂର ହୋଇଥାଏ।

ଅଁଳା

ଅଁଳାରେ ଭିଟାମିନ ସି ପଯ୍ୟର୍ାପ୍ତ ମାତ୍ରାରେ ରହିଥାଏ, ଯାହା ଏକ ବହୁତ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡେଣ୍ଟ ହୋଇଥାଏ। ଏହା ଆଖିର ଚମକକୁ ବଢ଼ାଇବା ସହିତ ରେଟୀନାକୁ ଠିକ ଭାବରେ କାମ କରିବା ପାଇଁ ପ୍ରେରିତ କରିଥାଏ। ପାଣିରେ ପ୍ରତିଦିନ ଅଁଳା ରସ ମିଶାଇ ପିଇବା ଦ୍ୱାରା ଆଖିର ଜ୍ୟୋତି ବଢ଼ିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button