ତୁରନ୍ତ ହଟାଇ ଦିଅନ୍ତୁ ଘରେ ରଖିଥିବା ପୁରୁଣା ଟିକେଟ ସହ ଏହି ୫ଟି ଜିନିଷ, ନଚେତ ଧନର ରହିବ ବହୁତ ଅଭାବ

ଅନେକ ସମୟରେ ଏପରି ହୋଇଥାଏ କି, ଆମେ ଯେତେ ପ୍ରୟାସ କଲେ ମଧ୍ୟ ବହୁତ ଅଧିକ ଧନ ସଞ୍ଚୟ କରି ରଖିପାରି ନ ଥାଉ। ବାସ୍ତୁ ଶାସ୍ତ୍ର ଅନୁସାରେ, ଆମ ଆଖପାଖରେ ଥିବା କିଛି ଜିନିଷ ହିଁ ଧନହାନିର ପ୍ରମୁଖ କାରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ, ଯାହାକୁ ନିଜ ପାଖରେ ରଖିଲେ ଧନହାନି ହେବାର ସମ୍ଭାବନା ରହିଛି।

୧. ବାସ୍ତୁ ମୁତାବକ, ପୁରୁଣା ଟିକେଟ ପାଖରେ ରଖିବା ଶୁଭ ହୋଇ ନ ଥାଏ। ଏହାକୁ ପର୍ସ କିମ୍ବା ପକେଟରେ ରଖିଲେ ଖର୍ଚ୍ଚ ଅଧିକ ହୋଇଥାଏ।
୨. ଫଟା ନୋଟ ବି ପାଖରେ ରଖନ୍ତୁ ନାହିଁ। ଏହାଦ୍ୱାରା ଧନହାନି ଘଟିଥାଏ।

୩. ଆପଣଙ୍କ ପର୍ସ ଯଦି ଫାଟିଯାଇଛି, ତା’ହେଲେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ, ଫଟା ପର୍ସରୁ ନକାରାତ୍ମକତା ସୃଷ୍ଟି ହୋଇଥାଏ।
୪. ବନ୍ଦ ଘଣ୍ଟା ଅଶୁଭ ହୋଇଥାଏ। ଏହାକୁ ତୁରନ୍ତ ଠିକ କରିନିଅନ୍ତୁ। କାରଣ, ଏହା କ୍ଷତି ପହଞ୍ଚାଇଥାଏ।

୫. ପାଖରେ କେବେ ବି ଖାଲି ପର୍ସ ରଖନ୍ତୁ ନାହିଁ। ଏଥିରେ କିଛି ନା କିଛି ପଇସା ରଖନ୍ତୁ।
୬. ବାସ୍ତୁ ଶାସ୍ତ୍ର ଅନୁସାରେ, ଫଟା ପକେଟ ଥିବା ଡ୍ରେସ ଆଦୌ ପିନ୍ଧନ୍ତୁ ନାହିଁ। ଏମିତି କଲେ କେବେ ବି ପଇସାର ଅଭାବ ରହିବ ନାହିଁ।



