ଜୀବନଶୈଳୀ

ଜାଣନ୍ତୁ ହାଡ଼ରେ ଗଭୀର ଆଘାତ ଲାଗିଲେ ସର୍ବପ୍ରଥମେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ

ଯଦି କୌଣସି କାରଣରୁ ଆପଣଙ୍କ ହାଡରେ ଗଭୀର ଆଘାତ ଲାଗିଛି କିମ୍ବା ଆଘାତ ସମୟରେ ଅସହ୍ୟ ଯନ୍ତ୍ରଣା ଏବଂ ଫ୍ୟାକ୍ଚର ହେବାଭଳି ଅନୁଭବ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ପ୍ରଥମେ ଆପଣଙ୍କୁ କଣ କରିବା ଉଚିତ୍ । ଡାକ୍ତରଙ୍କ ପାଖରେ ପହଞ୍ଚିବାକୁ କିଛି ସମୟ ଲାଗିପାରେ କିନ୍ତୁ ସେପର୍ଯ୍ୟନ୍ତ ଆହତ ଅଂଶର ଯେପରି ଅଧିକ କ୍ଷତି ହୋଇନଯାଏ ସେଥିପାଇଁ ଏହା ଜାଣିବା ନିହାତି ଜରୁରୀ ଯେ ଏହି ସମୟରେ କେଉଁ ପ୍ରାଥମିକ ଚିକିତ୍ସା କରିବା ଆବଶ୍ୟକ ।

ସର୍ବପ୍ରଥମେ ଆଘାତ ହୋଇଥିବା ଅଂଶକୁ ନିଜ ହାତରେ ସପୋର୍ଟ ଦିଅନ୍ତୁ ଏବଂ ଏହାକୁ ହଲଚଲ ହେବାକୁ ଦିଅନ୍ତୁ ନାହିଁ । କାରଣ ସେହି ସ୍ଥାନକୁ ହଲଚଲ କରିବା ଦ୍ୱାରା ହାଡ଼ ଗୁଡିକ ଭାଙ୍ଗିବାର ସମ୍ଭାବନା ଅଧିକଥାଏ । କାନ୍ଧ, ହାତ, ଗୋଡ ପରି ହାଡ ଭାଙ୍ଗିବା କିମ୍ବା ଫ୍ୟାକଚର ହେବା ପରେ ଏହାକୁ ଏକ କପଡା କିମ୍ବା ବ୍ୟାଣ୍ଡେଜରେ ଭଲ ଭାବେ ବାନ୍ଧିଦିଅନ୍ତୁ ।

First Aid Store™ - broken bones / First-Aid-Store.com First Aid Blog

ଆଣ୍ଠୁ, ଜଙ୍ଘ କିମ୍ବା ଗୋଡର ହାଡରେ ଆଘାତ ଲାଗିଲେ କଠିନ ତକିଆ କିମ୍ବା କାଠର ବ୍ୟବହାର କରିପାରନ୍ତି । ଯଦି ପରିସ୍ଥିତି ଏପରି ଅଛି କି ଆପଣଙ୍କ ହାଡ଼ରେ ଗଭୀର ଆଘାତ ଲାଗିବା ପରେ ସାହାରା ଦେବାପାଇଁ ସେଠାରେ କୌଣସି ଜିନିଷ ନାହିଁ ତାହେଲେ ଆପଣ ନିଜ ହାତରେ ସେହି ସ୍ଥାନକୁ ସପୋର୍ଟ ଦିଅନ୍ତୁ ଯାହାଫଳରେ ହାଡ ପୁଣିଥରେ ଯୋଡି ହେବାର ସମ୍ଭାବନା ରହିଥାଏ । ଏହା କରିବା ପରେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ନିଜର ପରୀକ୍ଷା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button