ସ୍ୱାସ୍ଥ୍ୟ

ୟୁରିକ୍‌ ଏସିଡ୍‌କୁ ମାତ୍ର କିଛି ଦିନରେ କଣ୍ଟ୍ରୋଲ କରିବ ଜୁଆଣି, ଜାଣନ୍ତୁ ସେବନ କରିବାର ସଠିକ୍‌ ସମୟ ଓ ଉପାୟ

କିଛି ରୋଗ ଏମିତି ହୋଇଥାଏ, ଯାହା ପାଇଁ ମେଡିସିନ୍‌ ସହ ଘରୋଇ ଉପଚାର ବି ଆବଶ୍ୟକ ପଡ଼େ। ସେଭଳି ଏକ ରୋଗ ହେଉଛି ୟୁରିକ୍‌ ଏସିଡ୍‌। ୟୁରିକ୍‌ ଏସିଡ୍‌ ବଢ଼ିବା ଯୋଗୁ ଶରୀରରେ ଅନେକ ସମସ୍ୟା ଦେଖାଯାଏ। ଏଣୁ ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ତୁରନ୍ତ ଚିକିତ୍ସା କରାଇ ନେବା ଉଚିତ। ରୋଷେଇ ଘରେ ଥିବା କେତେକ ଜିନିଷ ମାଧ୍ୟମରେ ମଧ୍ୟ ଆପଣ ୟୁରିକ୍‌ ଏସିଡ୍‌ ସମସ୍ୟାକୁ ଦୂର କରିପାରିବେ। କେବଳ ଜୁଆଣି ହିଁ ଆପଣଙ୍କ ୟୁରିକ୍‌ ଏସିଡ୍‌ ସମସ୍ୟାକୁ ମୂଳପୋଛ କରିଦେବ। ଆସନ୍ତୁ ଜାଣିବା କେମିତି ଓ କେତେ ପରିମାଣରେ ଜୁଆଣି ବ୍ୟବହାର କରିବା ଉଚିତ…

ପ୍ରତିଦିନ ସକାଳେ ଖାଲି ପେଟରେ ଜୁଆଣି ପାଣି ପିଅନ୍ତୁ। ଏଥିପାଇଁ ନର୍ମାଲ ପାଣି ହିଁ ସର୍ବୋତ୍ତମ। ଜୁଆଣି ପାଣି ତିଆରି କରିବା ପାଇଁ ଏକ ଗ୍ଲାସ ପାଣିରେ ଏକ ଚାମଚ ଜୁଆଣି ପକାନ୍ତୁ। ଏହାକୁ ରାତି ସାରା ଘୋଡ଼ାଇ ରଖନ୍ତୁ। ସକାଳେ ଏହି ପାଣିକୁ ଛାଣି ଖାଲି ପେଟରେ ପିଇ ଦିଅନ୍ତୁ। ପ୍ରତିଦିନ ଏହି ପାଣି ପିଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସମସ୍ୟା ଦୂର ହେବ।

uric acid1

ଆପଣ ଚାହିଁଲେ ଜୁଆଣି ପାଣି ସହ ଅଦା ଖଣ୍ଡେ ବି ଖାଇପାରିବେ। ଜୁଆଣି ଓ ଅଦା ଝାଳ ନିର୍ଗତ କରିବାରେ ସାହାଯ୍ୟ କରେ। ଏହା ୟୁରିକ୍‌ ଏସିଡକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ। ତେବେ କେବଳ ୟୁରିକ୍‌ ଏସିଡ୍‌ ପାଇଁ ନୁହେଁ ଜୁଆଣିକୁ ଆପଣ ଏସିଡିଟି, କୋଷ୍ଠକାଠିନ୍ୟ, ଆଜ୍‌ମା, ଭାଇରାଲ ଇନ୍‌ଫେକସନ୍‌, ଆଣ୍ଠୁଗଣ୍ଠି ବ୍ୟଥା, ଓଜନ କମ୍‌ କରିବାକୁ ବି ବ୍ୟବହାର କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button