ରାଶିଫଳ

ଏହି ରାଶିର ବ୍ୟକ୍ତି ହୋଇଥାନ୍ତି ଭଲ ବସ୍‌ , କର୍ମଚାରୀଙ୍କ ପାଇଁ ହୋଇଥାନ୍ତି ପ୍ରିୟ

କର୍ମକ୍ଷେତ୍ର ବା ଅଫିସରେ ମଜବୁତ ଟିମ୍‌ ଓ୍ଵାର୍କ ରହିଲେ କାମ ସହଜରେ ହୋଇଥାଏ।ସେହିପରି ଜଣେ ଉତ୍ସାହୀ, ନିଷ୍ଠାବାନ ବସ୍‌ କିମ୍ବା ମାଲିକଙ୍କ ବିନା ଅଫିସର ପରିବେଶ ଏବଂ କର୍ମଚାରୀଙ୍କ ଆତ୍ମବଳ ଦୁର୍ବଳ ହୋଇଯାଏ। ପ୍ରତ୍ୟେକ ବ୍ୟକ୍ତି ବା ମାଲିକ ନିଜ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ନିଜସ୍ୱ ପଦ୍ଧତିରେ ଭିନ୍ନ ହୋଇଥିବା ବେଳେ କିଛି ଲୋକଙ୍କର ନେତୃତ୍ୱ ଏବଂ ଉତ୍ସାହିତ ଗୁଣ ପାଇଁ ତାଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଅଧିକ ସଂଖ୍ୟକ ଲୋକଙ୍କୁ ସାଥିରେ ନେଇ ଚାଲିବା ବା କାମ କରିବା ପାଇଁ ଧୈର୍ଯ୍ୟ,ଦୃଢତା ଓ ବ୍ୟବହାର ଆଦି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ସେହିପରି ଏମିତି କିଛି ରାଶିର ବ୍ୟକ୍ତି ଅଛନ୍ତି ଯେଉଁମାନେ ଜଣେ ସଠିକ୍‌ ବସ୍‌ ଭାବେ ନିଜ କାର୍ଯ୍ୟ ତୁଲାଇଥାନ୍ତି।

ମେଷ:

aries

ମେଷ ରାଶିର ବ୍ୟକ୍ତିମାନେ ଲିଡର କ୍ୱାଲିଟି ସହିତ ଜନ୍ମ ହୋଇଥାନ୍ତି।ଏମାନେ ପରିଶ୍ରମୀ, ଚାଲାକ ଏବଂ ନିଜ କର୍ମଚାରୀମାନଙ୍କୁ ଆଗେଇ ନେବା ସହିତ ସେମାନଙ୍କ ମନବଳକୁ ଦୃଢ କରିଥାନ୍ତି। ଯେକୌଣସି କଠିନ ସମୟରେ ମଧ୍ୟ ଏମାନେ ହାର ମାନି ନଥାନ୍ତି ଏବଂ ଶେଷରେ ତା’ର ସମାଧାନ କରିଥାନ୍ତି।

ମିଥୁନ:

v

ଏହି ରାଶିର ବ୍ୟକ୍ତିମାନେ ନିଜ ମଜାଳିଆ ପ୍ରକୃତି ଦ୍ୱାରା ଅଫିସ୍‌ରେ ଏକ ସୁସ୍ଥ ଏବଂ ସୃଜନଶୀଳ ପରିବେଶ ବଜାୟ ରଖିଥାନ୍ତି।ଏମାନଙ୍କର ଗର୍ବ ଅହଙ୍କାର ନଥାଏ ଏବଂ ସମସ୍ତ କର୍ମଚାରୀ ମାନଙ୍କ ସହିତ ଖୁବ ଭଲରେ ମିଶିଥାନ୍ତି। ଏମାନେ ଶୁଣିବା ପସନ୍ଦ କରିଥାନ୍ତି ଯାହା ଫଳରେ ସମସ୍ତେ ତାଙ୍କୁ ନିଜ ବିଚାର ଧାରା ଜଣାଇଥାନ୍ତି।

ଧନୁ:

2

ଏହି ରାଶିର ବସ୍‌ମାନେ ଖୁବ ମଜାଳିଆ ସ୍ୱଭାବର ହୋଇଥାନ୍ତି ଓ ଅଫିସ୍‌ରେ କର୍ମଚାରୀଙ୍କ ସହ ସବୁବେଳେ ମଜା କରିଥାନ୍ତି। ଏମାନେ ସାହସିକ କାର୍ଯ୍ୟ ଏବଂ ଆତ୍ମ-ସନ୍ଧାନକୁ ଭଲ ପାଇଥାନ୍ତି ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ଏମାନେ ନିଜ କାମକୁ ଅତ୍ୟନ୍ତ ଗୁରତ୍ୱ ଦେଇଥାନ୍ତି। ଏହା ସହିତ ଏମାନଙ୍କ ମୁଣ୍ଡରେ ଅନେକ ଇନୋଭେଟିଭ ଆଇଡିଆ ରହିଛି।

କନ୍ୟା:

3

କନ୍ୟାରାଶିର ବସ୍‌ମାନେ ସବୁ କାମକୁ ସଠିକ୍‌ ଭାବରେ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏମାନେ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ତାଙ୍କ କର୍ମଚାରୀ ମାନଙ୍କୁ ଉତ୍ସାହତ କରିଥାନ୍ତି।କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଗକୁ ବଡିବା ଏମାନେ ସାହାଯ୍ୟ କରିଥାନ୍ତି।

ବୃଷ:

4

ଯଦି ଆପଣ ନିଜ କାମରେ ଆଗକୁ ଯିବାକୁ କିମ୍ବା ପ୍ରଶଂସା ପାଇବାକୁ ଆଶା କରୁଛନ୍ତି ତେବେ ବୃଷ ରାଶିର ବ୍ୟକ୍ତି ଆପଣଙ୍କ ପାଇଁ ଉପଯକ୍ତ ବସ୍‌। କର୍ମଚାରୀ ମାନଙ୍କୁ ନିଜ କାମରେ ଲାଗାଇଥିବା ପରିଶ୍ରମକୁ ଏହି ବସ୍‌ ମାନେ ବୁଝିଥାନ୍ତି ଓ ପ୍ରଶଂସା କରିବାକୁ କେବେବି ପଛାନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button