ଜୀବନଶୈଳୀ

ଅବସର ଗ୍ରହଣ ପରେ ବି ଆପଣ ଏହି ୩ଟି ଉପାୟରେ କରିପାରିବେ ରୋଜଗାର, ସେଭିଂସ ଉପରେ ଆସିବନି କୌଣସି ଆଞ୍ଚ

ଅବସର ଗ୍ରହଣ ପରେ ପଇସାର ଯେପରି କୌଣସି ଅଭାବ ନ ରହିବ, ସେଥିପାଇଁ ଆପଣଙ୍କ ରୋଜଗାର ଜାରି ରହିବା ଜରୁରୀ। ପେନସନ, ପିଏଫ ଏବଂ ଗ୍ରାଚ୍ୟୁଇଟି ଯେତେ ବି ଥାଉ ନା କାହିଁକି, ସମସ୍ତେ ପଇସାର ଅଭାବରୁ ବଞ୍ଚିବା ପାଇଁ ରୋଜଗାରର କିଛି ନା କିଛି ପନ୍ଥା ବିଷୟରେ ଭାବିଥାନ୍ତି। ବର୍ଷ ବର୍ଷ ଧରି କଠିନ ପରିଶ୍ରମ ପରେ ପ୍ରତ୍ୟେକ ମଣିଷ ଚାହାନ୍ତି, ଅବସର ଗ୍ରହଣ ପରେ ଦୈନନ୍ଦିନ ଜୀବନ ଏବଂ ସ୍ୱାସ୍ଥ୍ୟ ସହ ଜଡ଼ିତ ଖର୍ଚ୍ଚ ତୁଲାଇବାରେ କୌଣସି ଅସୁବିଧା ନ ହେଉ। ତେଣୁ ଆସନ୍ତୁ ଜାଣିବା ଏମିତି କିଛି ଉପାୟ ବିଷୟରେ, ଯଦ୍ଦ୍ୱାରା ଆପଣଙ୍କ ରୋଜଗାର ଅବସର ଗ୍ରହଣ ପରେ ବି ଜାରି ରହିପାରିବ।

ttty

୧. ରେଣ୍ଟରୁ ହେବାକୁ ଥିବା ରୋଜଗାର

ଯଦି ଆପଣ ଅନେକ ଦିନରୁ ଅବସର ଗ୍ରହଣ କରିସାରିଛନ୍ତି କିମ୍ବା ଅବସର ଗ୍ରହଣ କରିବାକୁ ଅଛନ୍ତି, ତା’ହେଲେ ଆପଣ ଏକ ସେକେଣ୍ଡ ପ୍ରପର୍ଟିରେ ନିବେଶ କରିପାରିବେ। ଦ୍ଵିତୀୟ ପ୍ରପର୍ଟି ଆପଣଙ୍କ ପାଇଁ ନିୟମିତ ରୋଜଗାରର ମାଧ୍ୟମ ହୋଇପାରିବ। ଦ୍ଵିତୀୟ ପ୍ରପର୍ଟିର ରେଣ୍ଟରୁ ହେବାକୁ ଥିବା ରୋଜଗାରରେ ଯଦି ଆପଣ ସନ୍ତୁଷ୍ଟ ନାହାନ୍ତି, ତେବେ ଏହାକୁ ବିକି ଏଥିରୁ ଆସିଥିବା ଧନ ଅନ୍ୟ କେଉଁଠି ବି ନିବେଶ କରିପାରିବେ। ଏହା ଆପଣଙ୍କ ରିଟାୟରମେଣ୍ଟକୁ ବଢ଼ିଆ କରିଦେବ।

jnu

୨. ମ୍ୟୁଚୁଆଲ ଫଣ୍ଡ-ମାସିକିଆ ରୋଜଗାର ଯୋଜନା

ମ୍ୟୁଚୁଆଲ ଫଣ୍ଡ ତରଫରୁ ମଂଥଲି ଇନକମ ପ୍ଲାନ ଅଫର କରାଯାଇଥାଏ, ଯାହା ଜରିଆରେ ଆପଣଙ୍କୁ ପ୍ରତ୍ୟେକ ମାସରେ ଇକ୍ୱିଟି ଏବଂ ଡେଟରୁ ରୋଜଗାର ହୋଇ ଚାଲିବ। ଏକ ଭଲ ମ୍ୟୁଚୁଆଲ ଫଣ୍ଡ ଜରିଆରେ ଆପଣ ଆପଣଙ୍କ ପଇସାକୁ କେତେକ ଷ୍ଟକସରେ ନିବେଶ କରିପାରିବେ ଏବଂ କମ ରିସ୍କରେ ଅଧିକ ରୋଜଗାର କରିପାରିବେ। ଏମିତିରେ ମ୍ୟୁଚୁଆଲ ଫଣ୍ଡ ତରଫରୁ ଆପଣଙ୍କୁ ରିଟର୍ଣ୍ଣ ତ୍ରୈମାସିକ, ଛଅମାସିକ ଏବଂ ବାର୍ଷିକ ଆକାରରେ ଦିଆଯାଇଥାଏ। କିନ୍ତୁ ମାସିକିଆ ପ୍ଲାନ ବାଛି ଆପଣ ଅବସର ଗ୍ରହଣ ପରେ ବି ପ୍ରତ୍ୟେକ ମାସରେ ଆପଣଙ୍କର କିଛି ଆୟକୁ ସୁନିଶ୍ଚିତ କରିପାରିବେ।

ff

୩. ପାର୍ଟ ଟାଇମ ଜବ କିମ୍ବା କୌଣସି ଛୋଟମୋଟ ବିଜିନେସ

ଅଧିକତର ଲୋକ ଅବସର ଗ୍ରହଣ ପରେ କାମ କରିବାକୁ ଇଚ୍ଛା କରନ୍ତିନି। କିନ୍ତୁ କିଛି ଲୋକ ଏମିତି ବି ଥାନ୍ତି, ଯେଉଁମାନେ ସବୁବେଳେ ଆକ୍ଟିଭ ରହିବାକୁ ଚାହାନ୍ତି। ଯଦିଓ ଆପଣ ରିଟାୟରମେଣ୍ଟ ପରେ ବହୁତ ଭଲ ରୋଜଗାର କରିବାକୁ ନ ଭାବନ୍ତି, କିନ୍ତୁ କିଛି ଘଣ୍ଟା କାମ କରିବାକୁ ନିଶ୍ଚୟ ଭାବିଥିବେ। ଆପଣ ଅବସର ଗ୍ରହଣ ପରେ ସାଇଡ ବିଜିନେସ ଆରମ୍ଭ କରିପାରିବେ। ନଚେତ କୌଣସି ଏନଜିଓରେ ପ୍ରତିଦିନ କିଛି ଘଣ୍ଟାର ମାମୁଲି ଦରମା ଉପରେ କାମ କରିପାରିବେ, ଯଦ୍ଦ୍ୱାରା ଆପଣ ଲୋକଙ୍କ ସହିତ ମିଳାମିଶା କରିପାରିବେ ଏବଂ କିଛି ରୋଜଗାର ମଧ୍ୟ ହୋଇପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button