ସ୍ୱାସ୍ଥ୍ୟ

ଶରୀରରେ ଦେଖାଯାଉଛି ଏହିସବୁ ଲକ୍ଷଣ, ତେବେ ହୋଇଯାଆନ୍ତୁ ସତର୍କ, ହୋଇପାରେ କ୍ଯାନସର

କ୍ୟାନସରକୁ ଆରମ୍ଭରୁ ଯଦି ଧ୍ୟାନ ନ ଦିଆଯାଏ ତ ଥାର୍ଡ ଷ୍ଟେଜ୍ରେ ଏହି ରୋଗରୁ ମଣିଷକୁ ବଞ୍ଚାଇବା ଅସମ୍ଭବ ହୋଇପଡ଼େ। ଏହାର ଲକ୍ଷଣକୁ ସଠିକ୍ ସମୟ ପୂର୍ବରୁ ଚିହ୍ନି ପାରିଲେ ଆପଣ କୌଣସି ବ୍ୟକ୍ତିର ଜୀବନ ବଞ୍ଚାଇ ପାରିବେ। ୱେବଏମ୍ଡିର ଏକ ରିପୋର୍ଟ ମୁତାବକ, ଶରୀରରେ କ୍ୟାନସରର ଲକ୍ଷଣ ବା ୱାର୍ଣ୍ଣିଂ ସାଇନ୍ ଦେଖିବା କ୍ଷଣି ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍।

ରିପୋର୍ଟ ମୁତାବିକ୍ , କ୍ୟାନସର ହେବା ପରେ ମହିଳା ଓ ପୁରୁଷ ଉଭୟଙ୍କ ଠାରେ ସମାନ ଲକ୍ଷଣ ଦେଖାଯାଇପାରେ। ଡିପ୍ରେସନ ବା ଫ୍ଲୁରେ ମଣିଷ ଭୋକରେ ମରିଯାଏ । କ୍ୟାନସର ଆପଣଙ୍କର ମେଟାବଲିଜିମ୍ରେ ପ୍ରଭାବ ପକାଇ ଏମତି କରିଦେଇପାରେ। ପେଟ, ପାନକ୍ରିୟାଜ୍, ଲାର୍ଜ ଇଣ୍ଟେଷ୍ଟାଇନ୍ ବା ଓଭାରିୟନ କ୍ୟାନସର ହେବା ଦ୍ୱାରା ପେଟରେ ବହୁତ ପ୍ରଭାବ ପଡ଼ିଥାଏ। ଯେଉଁ କାରଣରୁ ଆପଣଙ୍କୁ ଭୋକ ଲାଗି ନଥାଏ।

cancr 2

ମଳରେ ରକ୍ତ ପଡ଼ିବା ମଧ୍ୟ କ୍ୟାନସରର ଏକ ବଡ଼ ସତର୍କ ଘଣ୍ଟି ହୋଇପାରେ । ଅଲସର, ପାଇଲ୍ସ ବା ଇଫେକ୍ସନ ହେବା ପରେ ମଧ୍ୟ ଏମିତି ହୋଇପାରେ। ମଳରେ ରକ୍ତ ପଡ଼ିବା ଅର୍ଥ ଆପଣଙ୍କୁ ଗ୍ୟାଷ୍ଟ୍ରୋ –ଇଣ୍ଟେଷ୍ଟିନାଲ ଟ୍ରାକ୍ଟରେ କିଛି ସମସ୍ୟା ରହିଛି । ମଳ ଦ୍ୱାରରୁ ଆସୁଥିବା ରକ୍ତ ଯଦି ବ୍ରାଇଟ୍, ତ ରେକ୍ଟମ ( ମଳାଶୟ) ବା ଇଣ୍ଟେଷ୍ଟାଇନ୍ର ସମସ୍ୟା ହୋଇପାରେ । ଡାର୍କ କଲର ପେଟର ଅଲସର ହେବାର ଇସାରା କରିଥାଏ ।

pancrige

ପରିସ୍ରାରେ ରକ୍ତ ବାହାରିବା କ୍ୟାନସରର ଏକ ବଡ଼ ସଙ୍କେତ ହୋଇଥାଏ । ଏହା କିଡନୀ ବା ବ୍ଲାଡର କ୍ୟାନସରର ଲକ୍ଷଣ ହୋଇପାରେ। ପଥୁରୀ ( କିଡନୀ ଷ୍ଟୋନ୍) ବା କିଡନୀ ଡିଜିନ୍ ହେବା ପରେ ମଧ୍ଯ ଏମିତି ସମସ୍ୟା ହୋଇପାରେ । ଏମିତି ହେବା ପରେ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରି ଏହାର ଟେଷ୍ଟ କରିନେବା ଉଚିତ୍।

cancer

ଯଦି ଆପଣଙ୍କୁ ଦୀର୍ଘ ଦିନ ଧରି କାଶ ହେଉଥାଏ ଏବଂ ଚିକିତ୍ସା ପରେ ମଧ୍ୟ ଆରାମ ଅନୁଭବ ହେଉନାହିଁ ତ ଫୁସ୍ଫୁସ୍ କ୍ୟାନସରର ଯାଞ୍ଚ କରିନେବା ଉଚିତ୍। ଫୁସ୍ଫୁସ୍ କ୍ୟାନସର ହେବାରେ ଛାତିରେ ଯନ୍ତ୍ରଣା ହେବା, ଗଳା ବସିଯିବା, ଥକା ଲାଗିବା ଓ ନିଶ୍ୱାସ ନେବାରେ କଷ୍ଟ ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button