ଜୀବନଶୈଳୀ

ଫଟାଫଟ୍ ମିଳିବ ଫ୍ଯାଟରୁ ମୁକ୍ତି, ନିୟମିତ କରନ୍ତୁ ଏହିସବୁ କ୍ରଲିଂ ବ୍ଯାୟାମ

ବର୍ତ୍ତମାନ ସମୟରେ ଲୋକମାନେ ନିଜର ବଢୁଥିବା ଓଜନକୁ ନେଇ ବେଶ୍ ଚିନ୍ତିତ ରହୁଛନ୍ତି। ଏଥିପାଇଁ ଅନେକ ଲୋକ କମ୍ ଖାଦ୍ଯ ମଧ୍ୟ ଖାଉଛନ୍ତି। କିନ୍ତୁ କମ୍ ଖାଇବା ମଧ୍ୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଏମିତିରେ ଆପଣ ଉପଯୁକ୍ତ ଡାଏଟ ସହିତ ଦିନଚର୍ଯ୍ଯାରେ ଏମିତି କିଛି ବ୍ଯାୟାମକୁ ସାମିଲ କରନ୍ତୁ, ଯାହା ଆପଣଙ୍କ ଓଜନ କରିବା ସହିତ ଫ୍ଯାଟ ମଧ୍ୟ କମ୍ କରିବାରେ ସହାୟକ ହେବ। ତେଣୁ ଆଜି ଆମେ ଆପଣଙ୍କୁ ଆଜି କିଛି କ୍ରର୍ଲ ଏକ୍ସରସାଇଜ ବିଷୟରେ କହିବୁ, ଯାହା ଆପଣଙ୍କ ସଂପୂର୍ଣ୍ଣ ଶରୀର ପାଇଁ କାମ କରିବ ଏବଂ ମୋଟାପଣ କମ୍ କରିବାରେ ସହାୟକ ହେବ।

ବେବି କ୍ରଲିଂ: ଏହି ବ୍ଯାୟାମ କରିବା ବହୁତ ସହଜ। ଏଥିରେ ଛୋଟ ପିଲା ଯେମିତି ଗୁରୁଣ୍ଡି ଗୁରୁଣ୍ଡି ଚାଲିଥାଏ, ଆପଣ ସେମିତି ଚାଲିପାରିବେ। ଏମିତି କରିବା ଦ୍ବାରା ମାଂସପେଶୀକୁ ଆରାମ ମିଳିବା ସହିତ ୱାର୍ମଅପ୍ ପାଇଁ ସବୁଠାରୁ ଭଲ ବ୍ଯାୟାମ ହୋଇଥାଏ।

exercise

ଗୋରିଲା କ୍ରଲିଂ: ଏପରି ବ୍ଯାୟାମ କରିବା ସମୟରେ ଗୋରିଲା ଭଳି ଡେଇଁବାକୁ ନିଶ୍ଚିତ ଧ୍ୟାନରେ ରଖନ୍ତୁ। ଏଥିପାଇଁ ଆପଣ ଗୋରିଲା ମୁଦ୍ରାରେ ଆସି ଜମ୍ପ କରନ୍ତୁ। କିନ୍ତୁ ନିଜ ଶାରୀରିକ କ୍ଷମତା ଅନୁସାରେ ହିଁ ଏହି ବ୍ଯାୟାମ କରନ୍ତୁ।

ଲିଜାର୍ଡ କ୍ରଲିଂ: ଲିଜାର୍ଡ ବା ଝିଟିପିଟି ଭଳି କ୍ରଲିଂ କରିବା ବହୁତ ସହଜ ହୋଇଥାଏ। ଏହା ଶରୀରରେ ଦୁଇ ପ୍ରକାରର କାମ କରିଥାଏ। ପ୍ରଥମତଃ ଫ୍ଯାଟ୍ ବର୍ନ କରିବା ସହିତ ଦ୍ବିତୀୟରେ ଶରୀରର ମାସଂପେଶୀକୁ ମଜବୁତ କରିଥାଏ।

crawl

ସାଇଟ ବ୍ରିଜ୍ କ୍ରଲିଂ : ସାଇଡ ବ୍ରିଜ କ୍ରଲିଂ କରିବା ପାଇଁ ପ୍ଲାଙ୍କ ପୋଜକୁ ଯିବାକୁ ପଡିବ। ତା’ ପରେ ଆଗକୁ ଯାଇ ଡାହାଣ ଅଥବା ବାମ ପଟେ କ୍ରଲିଂ କରିବାକୁ ହେବ। ଏହି ପ୍ରକ୍ରିୟାକୁ ୬ଥର ଏମିତି କରନ୍ତୁ। ପ୍ରଥମ ଥରରେ ଡାହାଣ ପଟେ କ୍ରଲିଂ କରନ୍ତୁ ତା’ ପରେ ବାମ ପଟେ। ଏହି ବ୍ଯାୟାମକୁ ପ୍ରତିଦିନ କରିବା ଦ୍ବାରା ଓଜନ ବଢିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button